Men breast Cancer Awareness: ସାବଧାନ! ପୁରୁଷଙ୍କ କ୍ଷେତ୍ରରେ ବି ବୃଦ୍ଧି ପାଉଛି ସ୍ତନ କର୍କଟ ସମସ୍ୟା

୨୦୨୪ ମସିହା ସୁଦ୍ଧା ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଏପର୍ଯ୍ୟନ୍ତ ୯୧ ଜଣ ପୁରୁଷଙ୍କ କ୍ଷେତ୍ରରେ ସ୍ତନ କର୍କଟ ରୋଗ ନିଶ୍ଚିତ କରିଛି। ଏହି ସଂଖ୍ୟା ୨୦୧୮ରେ ହୋଇଥିବା ରିପୋର୍ଟ ଅପେକ୍ଷା ଛଅ ଗୁଣ ଅଧିକ ରହିିଛି।

1761818020-5393

Breast cancer in men is rare but often detected late due to poor awareness Photograph: (. AdobeStock)

ନୂଆଦିଲ୍ଲୀ: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଗ୍ରାଉଣ୍ଡ ଜିରୋ ନିକଟରେ ରହୁଥିବା ଏବଂ କାମ କରୁଥିବା ପୁରୁଷମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। 

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ମସିହା ସୁଦ୍ଧା ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଏପର୍ଯ୍ୟନ୍ତ ୯୧ ଜଣ ପୁରୁଷଙ୍କ କ୍ଷେତ୍ରରେ ସ୍ତନ କର୍କଟ ରୋଗ ନିଶ୍ଚିତ କରିଛି। ଏହି ସଂଖ୍ୟା ୨୦୧୮ରେ ହୋଇଥିବା ରିପୋର୍ଟ ଅପେକ୍ଷା ଛଅ ଗୁଣ ଅଧିକ ଏବଂ ଆମେରିକାର ଜାତୀୟ ହାର ଅପେକ୍ଷା ୯୦ ଗୁଣ ଅଧିକ ରହିଛି।

ଅଧିକପଢ଼ନ୍ତୁ:ମୋନାଲିସାଙ୍କ ପରେ ଆକର୍ଷଣୀୟ ଆଖି ପାଇଁ ଚର୍ଚ୍ଚାରେ ପୁଷ୍କର ମେଳାର ସୁମନ

ବିଶେଷଜ୍ଞମାନଙ୍କ ମତରେ, ପୁରୁଷଙ୍କ କ୍ଷେତ୍ରରେ ବୃଦ୍ଧି ପାଉଥିବା ସ୍ତନ କର୍କଟ ମାମଲା ଚିନ୍ତାର କାରଣ ପାଲଟି ଗଲାଣି। ଏହି ସ୍ତନ କର୍କଟ ଅତ୍ୟନ୍ତ ବିରଳ । ସାଧାରଣତଃ ପ୍ରତି ୧୦୦,୦୦୦ ଜଣରେ କେବଳ ଜଣେ ପୁରୁଷ ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଥାଆନ୍ତି। 

ପୁରୁଷଙ୍କ କ୍ଷେତ୍ରରେ ବୃଦ୍ଧି ପାଉଛି ସ୍ତନ କର୍କଟ

ଡାକ୍ତରଙ୍କ ମତରେ  ସ୍ତନ କର୍କଟ କେବଳ ଏକ ମହିଳା ରୋଗ ନୁହେଁ। ପ୍ରତ୍ୟେକ ମଣିଷ ଶରୀରରେ ଜନ୍ମରୁ ଅଳ୍ପ ମାତ୍ରାରେ ସ୍ତନ ଟିସୁର ପରିମାଣ ରହିଥାଏ। ଏହି ଟିସୁ କେତେକ ସମୟରେ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇପାରେ। ପୁରୁଷମାନଙ୍କ ମଧ୍ୟରେ ସ୍ତନ କର୍କଟ ସାଧାରଣତଃ ସ୍ତନ ଟିସୁର କୋଷଗୁଡ଼ିକରେ ପରିବର୍ତ୍ତନ ସହିତ ଆରମ୍ଭ ହୋଇଥାଏ। ଏହି କର୍କଟ କୋଷଗୁଡ଼ିକ ଧୀରେଧୀରେ ବୃଦ୍ଧି ପାଏ ଏବଂ ସମୟ ସହିତ ଏକ ଗଣ୍ଠି ବା ଟ୍ୟୁମରରେ ପରିଣତ ହୋଇଥାଏ।

ଏହି ରୋଗ ସାଧାରଣତଃ ୬୦ ରୁ ୭୦ ବର୍ଷ ବୟସର ପୁରୁଷମାନଙ୍କ ମଧ୍ୟରେ ଦେଖାଯାଏ। ସ୍ତନ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ପ୍ରାୟତଃ ହାଲୁକା ଥାଏ ।କିଛି ସାଧାରଣ ଲକ୍ଷଣ ମଧ୍ୟରେ ରହିଛି ଛାତିରେ ଗଣ୍ଠି ଭଳି ଦେଖାଯିବ। ଚର୍ମ ସଙ୍କୁଚିତ ହେବା, ଲାଲ ରଙ୍ଗ ଦେଖାଯିବ, ନିପଲର ଆକୃତିରେ ପରିବର୍ତ୍ତନ ହେବା ସହିତ ସେଥିରୁ ତରଳ କିମ୍ବା ରକ୍ତ ନିର୍ଗତ ହେବା ।

 ଯଦି ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସିଟି ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହେ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଗୁରୁତ୍ୱପୂର୍ଣ୍ଣ।ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ରୋକିବା ସମ୍ଭବ ନୁହେଁ, କିନ୍ତୁ କିଛି ସତର୍କତା ଏହି ବିପଦକୁ ହ୍ରାସ କରିପାରିବ।

ଅଧିକପଢ଼ନ୍ତୁ:ତାଲିବାନର ବୃହତ୍ ଆଫଗାନିସ୍ତାନ ମାନଚିତ୍ରରେ ପାକିସ୍ତାନର ୩ଟି ଅଂଚଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe