ପୃଥିବୀରେ ଆଜି ପର୍ଯ୍ୟନ୍ତ ପ୍ରାୟ ୭ ହଜାରରୁ ୮ ହଜାର ବିରଳ ରୋଗ ଠାବ ହୋଇସାରିଲାଣି, ଯେଉଁଥିରୁ ପ୍ରାୟ ୪୫୦ ପ୍ରକାର ବିରଳ ରୋଗ ଭାରତରେ ଆଧିକାରିକ ଭାବେ ରେକର୍ଡ କରାଯାଇଛି। ଦେଶରେ ପ୍ରାୟ ୮ରୁ ୧୦ କୋଟି ଲୋକ ଏଭଳି ରୋଗରେ ପୀଡ଼ିତ। ୫%ରୁ କମ୍ ରୋଗ ମାମଲାରେ ସ୍ୱୀକୃତିପ୍ରାପ୍ତ ଚିକିତ୍ସା ଉପଲବ୍ଧ ଥିବାବେଳେ ନୂଆ ବିରଳ ରୋଗ ମଧ୍ୟ ସାମ୍ନାକୁ ଆସୁଛି। ବିରଳ ରୋଗ ନିରୂପଣ ପାଇଁ ହାରାହାରି ୭ ବର୍ଷ ଲାଗେ। ଅଧିକାଂଶର ଚିକିତ୍ସା ଖୁବ୍ ବ୍ୟୟବହୁଳ। ପୁଣି ବିରଳ ରୋଗ ସମ୍ପର୍କରେ ସଚେତନତାର ଅଭାବ ଯୋଗୁଁ ରୋଗୀ ଓ ସେମାନଙ୍କ ପରିବାରକୁ ସାମାଜିକ ଭେଦଭାବର ସମ୍ମୁଖୀନ ହେବାକୁ ପଡ଼େ। ଅଶିକ୍ଷା ଓ ଦାରିଦ୍ର୍ୟ ଏହାର ଚିକିତ୍ସା ଦିଗରେ ବାଧକ ସାଜିଥାଏ। କେତେକ ପ୍ରମୁଖ ବିରଳ ରୋଗ ନିମ୍ନୋକ୍ତ ବିଭାଗ ଅନ୍ତର୍ଭୁକ୍ତ।
Poverty: ଘରର ଆର୍ଥିକ ଅଭାବ ପୂରା କରିବାକୁ ବାହାର ରାଜ୍ୟ ଗଲେ ଦଶମ ଶ୍ରେଣୀ ଛାତ୍ର
ଅଟୋଇମ୍ୟୁନ୍ ରୋଗ: ଏହା ହେଉଛି ବିରଳ ରୋଗର ଏକ ଗୋଷ୍ଠୀ, ଯାହା ରୋଗୀଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଦିଏ। ଅଟୋଇମ୍ୟୁନ୍ ରୋଗରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଅଟୋଆଣ୍ଟିବଡି ନାମକ ପ୍ରୋଟିନ୍ ମୁକ୍ତ କରି ସୁସ୍ଥ କୋଷଗୁଡ଼ିକୁ ଆକ୍ରମଣ କରେ। ସେମାନେ ଶରୀରର ବିଭିନ୍ନ ଅଙ୍ଗକୁ ଟାର୍ଗେଟ କରିପାରନ୍ତି। ଏହି ବିରଳ ଅଟୋଇମ୍ୟୁନ୍ ରୋଗଗୁଡ଼ିକ ମଧ୍ୟରୁ କିଛି ବଂଶାନୁକ୍ରମିକ ମଧ୍ୟ, ଯେପରିକି ଅଟୋଇମ୍ୟୁନ୍ ହେପାଟାଇଟିସ୍, ଅଟୋଇମ୍ୟୁନ୍ ଅନ୍ତଃ କର୍ଣ୍ଣ ରୋଗ (ଏଆଇଇଡି) ଓ ଅଟୋଇମ୍ୟୁନ୍ ଲିମ୍ଫୋପ୍ରୋଲିଫେରେଟିଭ୍ ସିଣ୍ଡ୍ରୋମ୍ (ଏଲ୍ପିଏସ୍)।
ଜୀବାଣୁ ସଂକ୍ରମିତ ରୋଗ: କିଛି ଜୀବାଣୁ ସଂକ୍ରମଣ ବିରଳ ବ୍ୟାଧି ସୃଷ୍ଟି କରିପାରେ, ଯାହା ସମୟ ମଧ୍ୟରେ ଚିହ୍ନଟ ନ ହେଲେ ରୋଗୀଙ୍କ ପାଇଁ ଘାତକ ହୋଇପାରେ। ରୋଗ ନିରୂପଣ ବିନା ଉପଯୁକ୍ତ ଚିକିତ୍ସା ଆଶା କରାଯାଇପାରିବ ନାହିଁ। କିଛି ଜଣାଶୁଣା ବିରଳ ଜୀବାଣୁ ସଂକ୍ରମିତ ରୋଗ ହେଲା:
l ଆନ୍ଥ୍ରାକ୍ସ: ଆନ୍ଥ୍ରାକ୍ସ ସଂକ୍ରମଣ ବ୍ୟାସିଲସ୍ ଆନ୍ଥ୍ରାସିସ୍ ଜୀବାଣୁ ଦ୍ୱାରା ହୁଏ। ଏହି ସଂକ୍ରମଣ ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିପାରେ, ଯେପରି ଚର୍ମ ଆନ୍ଥ୍ରାକ୍ସ, ପାକସ୍ଥଳୀ ଆନ୍ଥ୍ରାକ୍ସ, ଫୁସ୍ଫୁସ୍ ଆନ୍ଥ୍ରାକ୍ସ।
Horoscope 2026 February 25 : ଜାଣନ୍ତୁ ଆଜିର ରାଶିଫଳ
l ଆଟିପିକାଲ ମାଇକ୍ରୋବ୍ୟାକ୍ଟେରିଓସିସ୍: ଏହା ଏକ ବିରଳ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍ ଯେଉଁଠାରେ ରୋଗୀମାନଙ୍କର ମାଇକ୍ରୋବ୍ୟାକ୍ଟେରିଆ ପ୍ରତି ସମ୍ବେଦନଶୀଳତା ଥାଏ। ସେହିପରି ବୁରୁଲି ଘା’, ବିଲେଇ ସ୍କ୍ରାଚ୍ ରୋଗ, ଚାନକ୍ରୋଏଡ୍ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ।
ଏହି ଶ୍ରେଣୀଭୁକ୍ତ ଅନ୍ୟ କେତେଟି ରୋଗ ହେଉଛି ରକ୍ତ କର୍କଟ, ମାନସିକ ବିକାର, ଚକ୍ଷୁ ରୋଗ, ମୂତ୍ର ରୋଗ, ବୃକ୍କ ରୋଗ, ଫୁସ୍ଫୁସ୍ ରୋଗ, ସ୍ନାୟବିକ ରୋଗ, ନ୍ୟୁରୋମସ୍କୁଲାର୍ ରୋଗ, ମସ୍କୁଲୋସ୍କେଲଟାଲ୍ ରୋଗ ଓ ମହିଳା ପ୍ରଜନନ ପ୍ରଣାଳୀ ରୋଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/25/baby-2026-02-25-00-56-08.jpg)