Taro Leaves:ସାରୁପତ୍ରରେ ତିଆରି କରନ୍ତୁ ସ୍ବାଦିଷ୍ଟ ବ୍ୟଞ୍ଜନ: ପ୍ରସ୍ତୁତି ପ୍ରଣାଳୀ ଖୁବ ସହଜ

କୋବିପତ୍ର, ମୂଳାପତ୍ର, ସଜନାପତ୍ର, ପାଳଙ୍ଗଶାଗ, କୋଶିଳା ଶାଗର ପତ୍ରର ପକୁଡ଼ି ଭଳି ଖୁବ କମ ସମୟରେ ସାରୁପତ୍ରରେ ତିଆରି କରନ୍ତୁ ସ୍ବାଦିଷ୍ଟ ବରା। ପ୍ରସ୍ତୁତି ପ୍ରଣାଳୀ ଖୁବ ସହଜ।

Untitled-26

taro leaves recipe Photograph: (@sambad.in)

କୋବିପତ୍ର, ମୂଳାପତ୍ର, ସଜନାପତ୍ର, ପାଳଙ୍ଗଶାଗ, କୋଶିଳା ଶାଗର ପତ୍ରର ପକୁଡ଼ି ବା ତରକାରୀ ନିଶ୍ଚିତ ଭାବେ ଖାଇଥିବେ। କେବେ ସାରୁପତ୍ରରେ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି କି। ଖୁବ କମ ଲୋକେ ଜାଣିଥିବେ ସାରୁପତ୍ରରେ ବି ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁଚ  ହୋଇପାରେ।  ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

ସାରୁପତ୍ର ବରା

ଆବଶ୍ୟକ ସାମଗ୍ରୀ: ୫ଟି ସାରୁପତ୍ର,୧୫୦ ଗ୍ରାମ ବେସନ,୧୦୦ଗ୍ରାମ ତେନ୍ତୁଳି ମଣ୍ଡ ,୨୦ ଗ୍ରାମ ଲଙ୍କା ଗୁଣ୍ଡ,୫ ଗ୍ରାମ ହଳଦୀ ପାଉଡର, ୨ ଗ୍ରାମ ହିଂ, ୨ଗ୍ରାମ ଭଜା ଜିରା, ୨୦ ଗ୍ରାମ ଚିନି, ୨୦ ମିଲି ତେଲ, ସ୍ୱାଦ ଅନୁସାରେ ଲୁଣ।
ମୁଖ୍ୟ ପ୍ରସ୍ତୁତି ପ୍ରଣାଳୀ: ସାରୁ ପତ୍ରକୁ ଭଲଭାବେ ସଫା କରନ୍ତୁ। ଉପରୋକ୍ତ ଉପାଦାନଗୁଡ଼ିକୁ ମିଶ୍ରଣ କରି ଏକ ଘନ ବ୍ୟାଟର ପ୍ରସ୍ତୁତ କରନ୍ତୁ। 

ଅଧିକପଢ଼ନ୍ତୁ:ଆମ ବହି ପଢ଼ିବ କିଏ? ଆମେ ଦେବାଳିଆ ହୋଇଯିବୁ: ଏଆଇର ବର୍ଦ୍ଧିତ ବ୍ୟବହାର ନେଇ ଉପନ୍ୟାସ ଲେଖକ ଚିନ୍ତିତ

ନିଜେ ଖାଆନ୍ତୁ ଅନ୍ୟକୁ ବି ଖୁ୍ଆନ୍ତୁ

ପ୍ରଥମେ ଗୋଟିଏ ପତ୍ରକୁ ବିଛାଇ ପ୍ରସ୍ତୁତ କରି ରଖିଥିବା ବ୍ୟାଟରର ଏକ ପତଳା ସ୍ତର ଲଗାନ୍ତୁ। ଉପରେ ଆଉ ଏକ ପତ୍ର ରଖନ୍ତୁ। ସେହିପରି ସମ୍ପୂର୍ଣ୍ଣ ବ୍ୟାଟରକୁ ବାକି ପତ୍ର ଉପରେ ଲଗାନ୍ତୁ। ୫ଟି ପତ୍ରକୁ ପରସ୍ତ ପରସ୍ତ କରି ବ୍ୟାଟର ସହିତ ରଖନ୍ତୁ। ଏହାପରେ ଏହାକୁ ରୋଲଭଳି ଗୁଡ଼ାଇ ଏକ ସୂତା ସାହାଯ୍ୟରେ ବାନ୍ଧି ଇଡ଼ିଲି ଛାଞ୍ଚରେ ସିଝିବା ପାଇଁ ଛାଡ଼ି ଦିଅନ୍ତୁ। ସିଝିବା ପାଇଁ ପାଖାପାଖି ୨୦ମିନିଟର ସମୟ ଲାଗିବ।

ସିଝିଗଲା ପରେ ଉକ୍ତ ରୋଲକୁ ଗୋଲ ଗୋଲ କରି କାଟି ଦିଅନ୍ତୁ।  ଏହାପରେ ଏକ ପ୍ୟାନରେ ତେଲ ଗରମ କରି ଗୋଟେ ପରେ ଗୋଟେ ସାରୁପତ୍ରକୁ ଛାଣନ୍ତୁ। ଏହାକୁ ଧନିଆ, ପୋଦିନା କିମ୍ବା ଟମାଟୋ ଚଟୁଣୀ ସହିତ ପରଷନ୍ତୁ।

ଅଧିକପଢ଼ନ୍ତୁ:ଆତଙ୍କବାଦ ବିସ୍ତାର କରୁଛି ସୋମାଲିଆ:ଦେଶର ଲୋକଙ୍କ ପାଇଁ ସୁରକ୍ଷିତ ମାନ୍ୟତା ସମାପ୍ତ କଲେ ଟ୍ରମ୍ପ୍, ଦେଶାନ୍ତର ପାଇଁ ଯୋଜନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe