Advertisment

Sri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାମ-ବନଗମନ ପଥ

Advertisment

ଆନ୍ଧ୍ରପ୍ରଦେଶ ଭଦ୍ରା‌ଚଳ, ଭଦ୍ରାଗିରି, ଶ୍ରୀସୀତାରାମସ୍ବାମୀ ଦେବସ୍ଥାନମ୍‌, ଗୋଦାବରୀ ଦିବ୍ୟକ୍ଷେତ୍ର ନାମ‌େର ଗୋଦାବରୀ ନଦୀ ତଟଦେଶରେ ଅବସ୍ଥିତ ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ। ସଂପ୍ରତି ତାହା ତେଲେଙ୍ଗାନା ରାଜ୍ୟର ଅନ୍ତର୍ଭୁକ୍ତ।

ଆନ୍ଧ୍ରପ୍ରଦେଶ ଭଦ୍ରା‌ଚଳ, ଭଦ୍ରାଗିରି, ଶ୍ରୀସୀତାରାମସ୍ବାମୀ ଦେବସ୍ଥାନମ୍‌, ଗୋଦାବରୀ ଦିବ୍ୟକ୍ଷେତ୍ର ନାମ‌େର ଗୋଦାବରୀ ନଦୀ ତଟଦେଶରେ ଅବସ୍ଥିତ ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ। ସଂପ୍ରତି ତାହା ତେଲେଙ୍ଗାନା ରାଜ୍ୟର ଅନ୍ତର୍ଭୁକ୍ତ।

sfhsfsfhh

ଆନ୍ଧ୍ରପ୍ରଦେଶ ଭଦ୍ରା‌ଚଳ, ଭଦ୍ରାଗିରି, ଶ୍ରୀସୀତାରାମସ୍ବାମୀ ଦେବସ୍ଥାନମ୍‌, ଗୋଦାବରୀ ଦିବ୍ୟକ୍ଷେତ୍ର ନାମ‌େର ଗୋଦାବରୀ ନଦୀ ତଟଦେଶରେ ଅବସ୍ଥିତ ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ। ସଂପ୍ରତି ତାହା ତେଲେଙ୍ଗାନା ରାଜ୍ୟର ଅନ୍ତର୍ଭୁକ୍ତ। ଏଠାରେ ରାମ ଲକ୍ଷ୍ମଣ ସୀତା ପୂଜିତ। ଏହାକୁ ଦକ୍ଷିଣର ଅଯୋଧ୍ୟା କୁହାଯାଏ। ଏହି ସ୍ଥାନ ସଂପର୍କରେ ଏକ ସୁନ୍ଦର କାହାଣୀ ପ୍ରଚଳିତ। ଦଣ୍ଡକାରଣ୍ୟରେ ରହଣି ସମୟରେ ରାମଙ୍କ କୃପାରୁ ଏକ ପଥର ତରଳଭଦ୍ର ନାମକ ଏକ ମନୁଷ୍ୟରେ ପରିଣତ ହୋଇଗଲା। ତାହାଙ୍କୁ ମେରୁ ପର୍ବତଙ୍କର ପୁତ୍ର ନାମରେ ଅଭିହିତ କରାଯାଏ। ମହାମୁନି ସେହି ମେରୁ ପୁତ୍ରଙ୍କୁ ରାମତାରକ ମନ୍ତ୍ର ଜପ କରିବାପାଇଁ ଉପଦେଶ ଦେଲେ। କାରଣ ରାମଙ୍କୁ ଦର୍ଶନ କରିବାପାଇଁ ସେ ଅତ୍ୟନ୍ତ ବ୍ୟାକୁଳ ଥିଲେ। 

Iran condemned: ଭାରତୀୟ ନୌସେନାର ଅତିଥି ଜାହାଜ ଉପରେ ଆକ୍ରମଣକୁ ନିନ୍ଦା କଲା ଇରାନ

ଗୋଦାବରୀ ନଦୀ କୂଳରେ ବସି ସେ ଜପ କରିବାକୁ ଲାଗିଲେ। ରାମ ତାଙ୍କୁ ସ୍ବପ୍ନାଦେଶ କଲେ ଯେ ଲଙ୍କା ଫେରିବା ବାଟରେ ସେ ତାଙ୍କୁ ଦର୍ଶନ ଦେବେ। ମାତ୍ର ରାମ ସେ କଥା ଭୁଲିଗଲେ ଏବଂ ସ୍ବଧାମ ଚାଲିଗଲେ। କିନ୍ତୁ ତରଳଭଦ୍ରଙ୍କର ପ୍ରାର୍ଥନା ଶେଷ ହେଲା ନାହିଁ। ଜୀବନର ଶେଷ ସମୟ ଉପସ୍ଥିତ ହେବାରୁ ସେ ଅତି ବ୍ୟାକୁଳ ହୋଇ ରାମଙ୍କୁ ଡାକିବାରୁ ଶ୍ରୀବିଷ୍ଣୁ ବୈକୁଣ୍ଠରୁ ରାମଙ୍କ ରୂପ ଧାରଣ କରି ତାଙ୍କୁ ଦର୍ଶନ ଦେଲେ। ବ୍ୟସ୍ତତା ଭିତରେ ବିଷ୍ଣୁ ଭୁଲିଯାଇଥିଲେ ଯେ ରାମ ଦ୍ବିଭୁଜଧାରୀ ଓ ବିଷ୍ଣୁ ଚତୁର୍ଭୁଜଧାରୀ। ଚତୁର୍ଭୁଜ ରାମ ରୂପ ଧାରଣ କରି ସେ ତରଳଭଦ୍ରଙ୍କୁ ଦର୍ଶନ‌ ଦେଇଥିବାରୁ ଏଠାରେ ପୂଜିତ ରାମଙ୍କ ମୂର୍ତ୍ତି ଚତୁର୍ଭୁଜଧାରୀ ବୈକୁଣ୍ଠରାମ।

ରାମଙ୍କର ଏହି ସ୍ମୃତିରେ ଭଦ୍ରାଚଳ ବା ଭଦ୍ରାଗିରିରେ ଶ୍ରୀସୀତାରାମସ୍ବାମୀ ମନ୍ଦିର ପ୍ରତିଷ୍ଠିତ। ରାମଭକ୍ତ ଭଦ୍ରାଚଳ ରାମଦାସୁଙ୍କଦ୍ବାରା ଏହି ମନ୍ଦିର ନିର୍ମିତ ହୋଇଥିଲା। ବୈଷ୍ଣବ ପଞ୍ଚରାତ୍ର ନିଗମ ଅନୁସାରେ ଏହି ମନ୍ଦିରର ପୂଜାବିଧି ଅନୁଷ୍ଠିତ ହୁଏ। ଏହି ମନ୍ଦିରର ପ୍ରବେଶ ଦ୍ବାରକୁ  ବୈକୁଣ୍ଠଦ୍ବାର କୁହାଯାଏ।   ଏହି ମନ୍ଦିରର ଭିତ୍ତି ସ୍ଥାପନ କରିଥିବା ଗୋପାନ୍ନାଙ୍କ ଦ୍ବାରା  ରଚିତ ଭଜନ ଏହି ମନ୍ଦିରରେ ପ୍ରତ୍ୟହ ଗାନ କରାଯାଏ। ବସନ୍ତ ପକ୍ଷ, ପ୍ରଯୁକ୍ତ ଶ୍ରୀରାମନବମୀ, ବ୍ରହ୍ମୋତ୍ସବ, ବୈକୁଣ୍ଠ ଏକାଦଶୀ, ବିଜୟାଦଶମୀ ସହିତ ଶ୍ରୀସୀତାରାମଥିରୁ କଲ୍ୟାଣ ମହୋତ୍ସବ (ସୀତା-ରାମଙ୍କ ବିବାହ ଉତ୍ସବ) ଏଠ‌େର ମୁଖ୍ୟ ପର୍ବ।
ଲେପାକ୍ଷି ମନ୍ଦିର- ଭାରତରେ ଥିବା କାରୁକାର୍ଯ୍ୟ ସଂପନ୍ନ ରହସ୍ୟମୟ ଗଠନ ପ୍ରଣାଳୀଯୁକ୍ତ ଏକମାତ୍ର ମନ୍ଦିର ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ସ୍ଥିତ ଲେପାକ୍ଷି ମନ୍ଦିର। ଏହି ମନ୍ଦିର ସଂପର୍କରେ ଅନେକ ଆଶ୍ଚର୍ଯ୍ୟ ଓ ସୁନ୍ଦର କଥା ଓ କାହାଣୀ ରହିଛି। ଏହି ମନ୍ଦିର କାରୁକାର୍ଯ୍ୟ ସଂପନ୍ନ। ଆଠଟି ଝୁଲନ୍ତା ସ୍ତମ୍ଭ। ସର୍ବଦା ଜଳସିକ୍ତ ଦେବୀ ସୀତାଙ୍କର ଚରଣକମଳ, କଲ୍ୟାଣମଣ୍ଡପ କାନ୍ଥରୁ ବର୍ଷାକାଳରେ ଝରୁଥିବା ରକ୍ତ ସହିତ ଏହି ବିଶାଳ ମନ୍ଦିରର ଛାତମାନଙ୍କରେ ଥିବା ରାମାୟଣ, ମହାଭାରତ ତଥା ଭାଗବତ ବର୍ଣ୍ଣିତ ଅନେକ ଭିତ୍ତିଚିତ୍ର, ଲେପଚିତ୍ର ତଥା ଖୋଦେଇ ଚିତ୍ର ଏହାର ବୈଶିଷ୍ଟ୍ୟ ପ୍ରତିପାଦନ କରେ। ଏହି ମନ୍ଦିରଟି ଏକ କୂର୍ମାକାର ପର୍ବତ ଶିଖର ଉପରେ ବିଦ୍ୟମାନ, ଯାହାକୁ କୂର୍ମଶିଳା କୁହାଯାଏ। 

Health: ବଣ୍ଡା ଯୁବକଙ୍କ ଚିକିତ୍ସା ପାଇଁ ବିଭିନ୍ନ ମହଲରୁ ସହଯୋଗ ଆସିଲା

ଲେପାକ୍ଷି ଶବ୍ଦର ଅର୍ଥ- ହେ ପକ୍ଷୀ ଉଠ। କୁହାଯାଏ ରାବଣ ସହିତ ଯୁଦ୍ଧ କଲାବେ‌େ‌ଳ ଜଟାୟୁ ପକ୍ଷଛେଦିତ ହୋଇ ଏଠାରେ ଖସିପଡ଼ିଥିଲା। ସୀତାଙ୍କ ବିକଳ ଚିତ୍କାର ଶୁଣି ତାକୁ ଛିନ୍ନପକ୍ଷ ନେଇ ବି ଯୁଦ୍ଧ କରିବାକୁ ହୋଇଥିଲା। ପରି‌େଶଷରେ ରାମ ଏଠାରେ ତାକୁ ମୁକ୍ତି ପ୍ରଦାନ କରିଥିଲେ। ଷୋଡ଼ଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ସମ୍ମୁଖରେ ଏକ ବିରାଟ ପଥ‌ରରେ ନିର୍ମିତ ବୃଷଭ ମୂର୍ତ୍ତି ରହିଛି। ଏଠାରେ ହନୁମାନଙ୍କର ପଦଚିହ୍ନ ମଧ୍ୟ ରହିଛି। ଏହି ମନ୍ଦିରଟି ଏକ ଶିବ (ବୀରଭଦ୍ର) ମନ୍ଦିର। କିନ୍ତୁ ରାମ, ସୀତା, ଜଟାୟୁ, ହନୁମାନ, ଗରୁଡ଼ ଆଦିଙ୍କର ଉପସ୍ଥିତି ହେତୁ ଏହାକୁ ରାମ ବନବାସ ପରିକ୍ରମା ପଥ ସହିତ ସଂଯୁକ୍ତ କରାଯାଇଛି।

ପାରନାଶାଳା-ପର୍ଣ୍ଣଶାଳା- ଦକ୍ଷିଣ ଅଯୋଧ୍ୟା ଭାବରେ କଥିତ ଭଦ୍ରାଚଳ ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ପର୍ଣ୍ଣଶାଳା ଅବସ୍ଥିତ। କଥିତ ଅଛି, ବନବାସ କାଳରେ ରାମ, ସୀତା ଓ ଲକ୍ଷ୍ମଣ ଏଠାରେ ପର୍ଣ୍ଣଶାଳା (ପତ୍ରକୁଡ଼ିଆ) ନିର୍ମାଣ କରି ବାସ କରୁଥିଲେ। ଏଠାରେ ରାମ ମାରୀଚ ସହିତ ଅନେକ ରାକ୍ଷସଙ୍କୁ ବଧ କରିଥିଲେ। ସଂପ୍ରତି ଏହା ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କୋଠାଗୁଡ଼େମ ଜିଲ୍ଲାର ଘଞ୍ଚ ବୃକ୍ଷଲତା ସଂପନ୍ନ ଏକ ଗ୍ରାମ ମଧ୍ୟରେ ଅବସ୍ଥିତ। ଏଠାରେ ଏକ ସୁନ୍ଦର ପର୍ଣ୍ଣକୁଟୀର ସମ୍ମୁଖରେ କାରୁକାର୍ଯ୍ୟ ସଂପନ୍ନ ରାମ, ସୀତା ଓ ଲକ୍ଷ୍ମଣଙ୍କ ମୂର୍ତ୍ତି ରହିଛି। ଏହି ସ୍ଥାନକୁ ଶୋକରାମ ମଧ୍ୟ କୁହାଯାଏ। କାରଣ ଏହି ସ୍ଥାନରୁ ମାତା ସୀତା ରାବଣ ଦ୍ବାରା ଅପହୃତା ହେଲା ପରେ ରାମ ଶୋକରେ ଅଧୀର ହୋଇ ପଡ଼ିଥିଲେ। ଏଠାରେ ରାମଙ୍କର ଅନେକ ପଦଚିହ୍ନ ଅଛି। ଏହା ସହିତ ସ୍ବର୍ଣ୍ଣ ମୃଗ ଓ ପୁଷ୍ପକ ବିମାନର ଚକର ଚିହ୍ନ ମଧ୍ୟ ରହିଛି। ଦଶମୁଖ ରାବଣର ମୂର୍ତ୍ତି ମଧ୍ୟ ଏଠାର ଏକ ଆକର୍ଷଣ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe