lip balm Photograph: (sambad.in)
ଭୁବନେଶ୍ବର: ଶୀତ ଦିନରେ ସବୁଠାରୁ ସାଧାରଣ ସମସ୍ୟା ହେଉଛି ଓଠ ଫାଟିବା, ଓଠ କଳା ପଡ଼ିଯିବା ଓ ଶୁଷ୍କ ହୋଇଯିବା। ଶୀତ ଋତୁରେ ଥଣ୍ଡା ପବନ ପାଇଁ ଚର୍ମର ଆର୍ଦ୍ରତା ହ୍ରାସ କରିଥାଏ, ଯାହା ଫଳରେ ଚର୍ମ ଶୁଷ୍କ ହୋଇଯାଏ। ଏହି ଶୁଷ୍କତା ବେଳେବେଳେ ଓଠକୁ କଳା ମଧ୍ୟ କରିଦିଏ। ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ଲୋକେ ବଜାରରେ ମିଳୁଥିବା ଦାମୀ ପ୍ରଡକ୍ଟ ବ୍ୟବହାର କରନ୍ତି। ଏହାର ବିଭିନ୍ନ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ରହିବା ସଙ୍ଗେ ସମସ୍ତେ ଏହାକୁ କିଣିପାରନ୍ତି ନାହିଁ। ତେଣୁ ବିଭିନ୍ନ ବିଭିନ୍ନ ଉପାୟରେ ଆପଣ ଘରେ ଏହାକୁ ତିଆରି କରିପାରିବେ।
ଶୁଷ୍କ ଏବଂ ଫାଟିଥିବା ଓଠରୁ ମୁକ୍ତି ପାଇବା ପାଇଁ ବଜାରରେ ଉପଲବ୍ଧ ଉତ୍ପାଦ କିଣି ଲଗାଇ ଥାଆନ୍ତି। ହେଲେ ଏହି ଉତ୍ପାଦଗୁଡ଼ିକରେ ଥିବା ରାସାୟନିକ ପଦାର୍ଥଗୁଡ଼ିକ ଦୀର୍ଘକାଳୀନ ଲାଭ ପ୍ରଦାନ କରେ ନାହିଁ। ଏପରି ପରିସ୍ଥିତିରେ, ଘରୋଇ ଉପଚାର ସବୁଠାରୁ ପ୍ରଭାବଶାଳୀ ପ୍ରମାଣିତ ହୁଏ। ତେଣୁ, ଆଜି ଆମେ ଘରେ କିପରି ଆପଣ ଲିପ୍ ବାମ୍ ତିଆରି କରିପାରିବେ ସେ ବିଷୟରେ ଜାଣିବା।
ଘରେ ପ୍ରସ୍ତୁତ କରନ୍ତୁ ଲିପବାମ୍
ଘରେ ଲିପ୍ବାମ୍ ତିଆରି କରିବା ପାଇଁ ପ୍ରଥମେ ବିଟ୍ ରୁଟ୍ ଭଲ ଭାବରେ ଛୋଟ ଛୋଟ କରି କାଟି ନିଅନ୍ତୁ। ତାପରେ ସେଥିରେ ଗୋଲାପ ଜଳ ଏବଂ ଗୋଲାପ ଫୁଲର ପାଖୁଡ଼ା ମିଶାଇ ଗ୍ରାଇଣ୍ଡ କରନ୍ତୁ। ଏହି ମିଶ୍ରଣକୁ ଏକ କପଡ଼ା ରଖି ଛାଣିନେବା ପରେ ସେଥିରେ ନଡ଼ିଆ ତେଲ ଏବଂ ବାଦାମ ତେଲ ଭଲ ଭାବରେ ମିଶାନ୍ତୁ।
ଆହୁରି ପଢନ୍ତୁ- Bathua Good For Constipation: ଶୀତଦିନେ ବଥୁଆ ଶାଗ ଖାଇବାର ଉପକାରିତା
ଏହାପରେ ସେହି ମିଶ୍ରଣରେ ଆଲୋଭେରା ଜେଲ ଏବଂ ପେଟ୍ରୋଲିୟମ୍ ଜେଲି ମିଶାନ୍ତୁ। ଏହି ପେଷ୍ଟକୁ କିଛି ସମୟ ପାଇଁ ମାଇକ୍ରୋୱେଭ୍ କରନ୍ତୁ। ଯଦି ଆପଣଙ୍କର ମାଇକ୍ରୋୱେଭ୍ ନାହିଁ, ତେବେ ଆପଣ ଏକ ପାତ୍ରରେ ପାଣି ଗରମ କରି ସେଥିରେ ମିଶ୍ରଣ ଥିବା ପାତ୍ର ରଖିପାରିବେ। ଆପଣଙ୍କର ଲିପ୍ ବାମ୍ ଏବେ ପ୍ରସ୍ତୁତ। ଆପଣ ଏହାକୁ ଏକ କାଚ ପାତ୍ର କିମ୍ବା ବୋତଲରେ ରଖି ବ୍ୟବହାର କରିପାରିବେ।
ରିପୋର୍ଟ- ପ୍ରଗତି ସାହୁ
ଆହୁରି ପଢନ୍ତୁ- Amarphal Benefits: ହୃଦ ସମସ୍ୟା ଦୂର କରିବା ସହ ତ୍ବଚାକୁ ଉଜ୍ଜ୍ବଳ କରେ ଅମର ଫଳ, ଜାଣନ୍ତୁ ଏହାର ୪ଟି ଫାଇଦା
Follow Us