Reduce PCOS: ସିଷ୍ଟ୍‌ ଥିବା ମହିଳାମାନେ ଏଭଳି ଭାବେ ସତର୍କ ରୁହନ୍ତୁ

ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ (PCOS) ହେଉଛି ସବୁଠାରୁ ସାଧାରଣ ହରମୋନ୍ ରୋଗ। ଯାହାକି ଲକ୍ଷ ଲକ୍ଷ ମାସିକ ଋତୁସ୍ରାବ ହେଉଥିବା ମହିଳାଙ୍କୁ ପ୍ରଭାବିତ କରେ। ଏହା ରହିଲେ ମହିଳାମାନେ ଗର୍ଭଧାରଣାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

Untitled-24

ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ (PCOS) ହେଉଛି ସବୁଠାରୁ ସାଧାରଣ ହରମୋନ୍ ରୋଗ। ଯାହାକି ଲକ୍ଷ ଲକ୍ଷ ମାସିକ ଋତୁସ୍ରାବ ହେଉଥିବା ମହିଳାଙ୍କୁ ପ୍ରଭାବିତ କରେ। ଏହା ରହିଲେ ମହିଳାମାନେ ଗର୍ଭଧାରଣାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ଏହା ଅନିୟମିତ ଋତୁସ୍ରାବ, ବ୍ରଣ କିମ୍ବା ଅତ୍ୟଧିକ କେଶ ଝଡ଼ିବାର କାରଣ ହୋଇଥାଏ। ଓଜନ ବୃଦ୍ଧି ମଧ୍ୟ ଆଉ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟେ କାରଣ ଏହା ହରମୋନ୍ ସନ୍ତୁଳନକୁ ଆହୁରି ବିପର୍ଯ୍ୟସ୍ତ କରିପାରେ।

ସମ୍ପ୍ରତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ PCOS ପରାମର୍ଶଦାତା ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି। ଯେଉଁଥିରେ ସର୍ବୋତ୍ତମ PCOS ସକାଳର ରୁଟିନ୍ ସେୟାର କରାଯାଇଛି।

କ’ଣ ସେହି ରୁଟିନ୍‌

: କୁହାଯାଇଛି କି ପ୍ରତିଦିନ ସମାନ ସମୟରେ ଶୋଇବା ଏବଂ ଉଠିବା ହେଉଛି ସବୁଠାରୁ ଭଲ ଚିକିତ୍ସା। ଯାହା ଆପଣଙ୍କ ଶରୀରରେ କର୍ଟିସୋଲ୍ ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ।

: ସକାଳ ଜଳଖିଆରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ। ଜଳଖିଆରେ ଅତି କମ୍‌ରେ ୨୫ ପ୍ରତିଶତ ପ୍ରୋଟିନ୍‌ ରହିବା ଜରୁରୀ। ଏହା ଆପଣଙ୍କ ମେଟାବୋଲିଜିମ୍, ଶକ୍ତି, ରକ୍ତ ଶର୍କରା ଏବଂ ଇନସୁଲିନ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

: ଆପଣଙ୍କ ସକାଳର PCOS ରୁଟିନରେ ଗ୍ରିନ୍‌ ଟି ବା ସବୁ ଚା’କୁ ସାମିଲ୍‌ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଗବେଷଣାରୁ ଜଣାପଡିଛି ଯେ ଏହି ସୁସ୍ଥ ପାନୀୟ ଇନସୁଲିନ୍ ପ୍ରତିରୋଧକୁ ଉନ୍ନତ କରିବାରେ, ଟେଷ୍ଟୋଷ୍ଟେରନ୍ ସ୍ତରକୁ ହ୍ରାସ କରିବାରେ ଏବଂ ସିଧାସଳଖ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।

ଆହୁରି ପଢ଼ନ୍ତୁ: ପିରିୟଡ୍ସ ହୋଇଛି ବୋଲି ପ୍ରମାଣ ପାଇଁ କର୍ମଚାରୀଙ୍କ ଫଟୋ ମାଗିଲେ ସିନିୟର୍‌

ପୂର୍ବରୁ ପରାମର୍ଶଦାତା ମହିଳାମାନଙ୍କୁ PCOS ଥିଲେ ତିନୋଟି ଅଭ୍ୟାସ ଅନୁସରଣ କରିବାକୁ କହିଥିଲେ

୧. ଦିନକୁ ଦୁଇ ଥର ସବୁଜ ଚା’ ପିଇବା ଜରୁରୀ

୨. ଦିନମାନ ମଧ୍ୟରେ ୧୦୦ ଗ୍ରାମ୍‌ର ପ୍ରୋଟିନ୍‌ ଖାଦ୍ୟ ଖାଇବା ଉଚିତ୍‌

୩. ଏଲ୍‌-କାର୍ନିଟାଇନ୍ (୧,୦୦୦–୨,୦୦ଏମ୍‌ଜି) + ବର୍ବେରିନ୍ (୫୦୦–୧,୦୦୦ଏମ୍‌ଜି) ନେବା ଜରୁରୀ। 

ଆହୁରି ପଢ଼ନ୍ତୁ: ଭାରତୀୟ ରେଳବାଇ ଚାକିରି ପାଇଁ ଆଣିଛି ଏକ ସୁବର୍ଣ୍ଣ ସୁଯୋଗ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe