ଭୁବନେଶ୍ବର: ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଲୋକଙ୍କୁ ପୁଞ୍ଜିନିବେଶ ପାଇଁ ପ୍ରଭାବିତ କଲେ। ଟଙ୍କା ପାଇବା ପରେ କିଛିମାସ ଭଲ ରିଟର୍ଣ୍ଣ ବି ଦେଲେ। ତା’ପରେ ନିବେଶକାରୀଙ୍କଠାରୁ ୧୨୦କୋଟି ଟଙ୍କା ସଂଗ୍ରହ କରି ଅଫିସ୍ରେ ତାଲା ଠୁଙ୍କି ଫେରାର୍ ହୋଇଗଲେ। ଓଡ଼ିଶା ଓ ପଶ୍ଚିମବଙ୍ଗରେ ସିକ୍ରିୟ ଥିବା ଏଭଳି ଏକ ରୢାକେଟ୍ର ମାଷ୍ଟରମାଇଣ୍ଡ କୁହାଯାଉଥିବା ପଶ୍ଚିମବଙ୍ଗ ବଙ୍କୁର ଅଞ୍ଚଳର ଅମିତ ମଣ୍ଡଳକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ପଶ୍ଚିମବଙ୍ଗରୁ ଗିରଫ ପରେ ତାକୁ ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଛି। ତା’ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।
Paddy: କଟନି ଛଟନି ବିବାଦକୁ ନେଇ ମଣ୍ଡିରୁ ୨ରୁ ୩ଦିନ ପରେ ଉଠୁଛି ଧାନ
ସୂଚନା ମୁତାବକ, ଗତ୨୦୨୨ ମସିହାରେ ଅମିତ ପଶ୍ଚିମବଙ୍ଗରେ କଳ୍ପନା ଫାଇନାନ୍ସ ସର୍ଭିସ୍ ନାଁରେ ଏକ ସଂସ୍ଥା ଆରମ୍ଭ କରିଥିଲା। ଏହାପରେ ଏହାର ଏକ ଶାଖା ଓଡ଼ିଶା ଖୋଲିଥିଲା। ବିଭିନ୍ନ ସମୟରେ ଅମିତ ଓଡ଼ିଶା ଆସି ହୋଟେଲ୍ରେ ରହି ଏଜେଣ୍ଟ ନିଯୁକ୍ତି କରିଥିଲା। ସେମାନଙ୍କୁ ମୋଟା ଅଙ୍କର କମିସନ ଦେବାକୁ କହି ପୁଞ୍ଜିନିବେଶକାରୀ ଯୋଗାଡ଼ କରିବାକୁ କହିଥିଲା। ଯୋଜନା ମୁତାବକ ଅମିତ ଓଡ଼ିଶା ଆସି ହୋଟେଲ୍ରେ ମିଟିଂ କରିବା ପୂର୍ବରୁ ଏଜେଣ୍ଟମାନେ ନିବେଶକାରୀ ଯୋଗାଡ଼ କରୁଥିଲେ। ମିଟିଂରେ ଅମିତ ନିବେଶକାରୀଙ୍କୁ ମାସିକ ୩.୫ରୁ ୭% ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦେଇ ପୁଞ୍ଜିନିବେଶ କରିବାକୁ ପ୍ରଭାବିତ କରୁଥିଲେ।
Cybercrime: ସାଇବର ଅପରାଧ: ଆପଣଙ୍କ ୟେସ୍ କରିଦେବ ଆକାଉଣ୍ଟ୍ ଶେଷ!
ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ପ୍ରଥମେ କିଛି ମାସ ନିବେଶକାରୀଙ୍କୁ ଲାଭାଂଶ ଦିଆଯାଇଥିଲା। ଧୀରେ ଧୀରେ ସଂସ୍ଥା ଅନୁଗୁଳ ଓ ଅନ୍ୟ ସହରରେ ଏଜେଣ୍ଟଙ୍କୁ ସକ୍ରିୟ କରି ୨୦୨୨ରୁ ୨୦୨୪ ମଧ୍ୟରେ ୫୦୦ ନିବେଶକାରୀଙ୍କୁ ଚୂନ ଲଗାଇଥିଲା। ସେମିତି ପଶ୍ଚମବଙ୍ଗରୁ ମଧ୍ୟ ୧୦୦ରୁ ଅଧିକ ନିବେଶକାରୀଙ୍କୁ ଠକିଥିଲା। ଠକାମିର ଶିକାର ହୋଇଥିବା ସୁଶାନ୍ତ ଦାସ ଇଓଡବ୍ଲ୍ୟୁରେ ଅଭିଯୋଗ ପରେ ଇଓଡବ୍ଲ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଗତ ୩୧ ତାରିଖରେ ଇଓଡବ୍ଲ୍ୟୁର ଏକ ଟିମ୍ ପଶ୍ଚିମବଙ୍ଗରୁ ଅମିତକୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଥିବା ବେଳେ ଆଜି ତାକୁ କଟକ ଓପିଆଇଡି କୋର୍ଟରେ ହଜାର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏହି ରୢାକେଟ୍ରେ ଆହୁରି ଅଧିକଙ୍କ ସମ୍ପୃକ୍ତିି ନେଇ ଇଓଡବ୍ଲ୍ୟୁ ଆଶଙ୍କା କରିଛି। ସେମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/03/fshfshshfvbx-2026-01-03-02-18-50.jpg)