Advertisment

Investment: ପୁଞ୍ଜିନିବେଶ ନାଁରେ ୨୦କୋଟି ଟଙ୍କା ଠକେଇ: ୟୁପିରୁ ବନ୍ଧା ହେଲେ ଠକ ଦମ୍ପତି, ସାରାଦେଶରେ ବିଛାଇଥିଲେ ଜାଲ

Advertisment

କାହାକୁ ସେୟାର ଟ୍ରେଡିଂରେ ତ କାହାକୁ କୃଷିରେ। ପୁଣି କାହାକୁ ହୋଟେଲ୍‌ ବ୍ୟବସାୟ ତ ରିଅଲ ଇଷ୍ଟଟ୍‌, ରିଟେଲ୍‌ ମାର୍ଟ ଆଦିରେ ପୁଞ୍ଜିନିବେଶ ପାଇଁ କହୁଥିଲେ। ୩ ମାସରେ ୨ଗୁଣ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଓଡ଼ିଶା ସମେତ ଦିଲ୍ଲୀ....

କାହାକୁ ସେୟାର ଟ୍ରେଡିଂରେ ତ କାହାକୁ କୃଷିରେ। ପୁଣି କାହାକୁ ହୋଟେଲ୍‌ ବ୍ୟବସାୟ ତ ରିଅଲ ଇଷ୍ଟଟ୍‌, ରିଟେଲ୍‌ ମାର୍ଟ ଆଦିରେ ପୁଞ୍ଜିନିବେଶ ପାଇଁ କହୁଥିଲେ। ୩ ମାସରେ ୨ଗୁଣ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଓଡ଼ିଶା ସମେତ ଦିଲ୍ଲୀ....

investiment

Photograph: (Zee Business)

ଭୁବନେଶ୍ବର: କାହାକୁ ସେୟାର ଟ୍ରେଡିଂରେ ତ କାହାକୁ କୃଷିରେ। ପୁଣି କାହାକୁ ହୋଟେଲ୍‌ ବ୍ୟବସାୟ ତ ରିଅଲ ଇଷ୍ଟଟ୍‌, ରିଟେଲ୍‌ ମାର୍ଟ ଆଦିରେ ପୁଞ୍ଜିନିବେଶ ପାଇଁ କହୁଥିଲେ। ୩ ମାସରେ ୨ଗୁଣ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଓଡ଼ିଶା ସମେତ ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ ଆଦି ସ୍ଥାନର ଶହଶହ ପୁଞ୍ଜି ନିବେଶକାରୀଙ୍କଠାରୁ କୋଟିକୋଟି ଟଙ୍କା ହଡ଼ପ କରିଥିଲେ। ଏଭଳି ଏକ ଅନ୍ତଃରାଜ୍ୟ ଠକେଇ ରୢାକେଟ୍‌ର ପର୍ଦ୍ଦାଫାସ୍‌ କରିଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଏଥିରେ ସମ୍ପୃକ୍ତ ଦୁଇ ମା‌ଷ୍ଟରମାଇଣ୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଚନ୍ଦ୍ରଶେଖର ସାହୁ ଓ ତାଙ୍କ ପତ୍ନୀ ଝରଣା ସାହୁକୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି। ଉଭୟଙ୍କୁ ପ୍ରଥମେ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଛି। ଏଠାରେ ଉଭୟଙ୍କୁ ଜେରା ପରେ କଟକ ଓପିଆଇଡି  କୋର୍ଟ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Mining Safety : ଜାମଖାନୀ କୋଇଲା ଖଣିରେ ଖଣି ସୁରକ୍ଷା ପକ୍ଷ ଆୟୋଜିତ

ତଦନ୍ତରୁ ଜଣାପଡ଼ିଛି ଯେ ପୂର୍ବରୁ ଚନ୍ଦ୍ରଶେଖର ତାଳଚେରସ୍ଥିତ ଏମ୍‌ସିଏଲ୍‌ରେ ଚାର୍ଟର୍ଡ ଏକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ।  ୨୦୨୧ ମସିହାରେ ଚାକିରି ଛାଡ଼ି ତାଳଚେରରେ ଇଭୋରିଚ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ  ଏକ ସଂସ୍ଥା ଖୋଲିଥିଲେ। ଯେଉଁଥିରେ ତାଙ୍କ ପତ୍ନୀ ଝରଣା ମଧ୍ୟ ନିର୍ଦ୍ଦେଶକ ଥିଲେ। ପରେ ଭୁବନେଶ୍ବରର ପଟିଆ ଅଞ୍ଚଳରେ ସଂସ୍ଥାର ଶାଖା କାର୍ଯ୍ୟାଳୟ ଖୋଲି ବିଭିନ୍ନ ସ୍କିମ୍‌ ମାଧ୍ୟମରେ ପୁଞ୍ଜିନିବେଶ ପାଇଁ ଲୋକଙ୍କୁ ପ୍ରଲୋଭିତ କରୁଥିଲେ। ପୁଞ୍ଜିନିବେଶ କଲେ ୩୦ ମାସରେ ଦୁଇଗୁଣ ଟଙ୍କା ମିଳିବାର ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମେ କିଛି ପୁଞ୍ଜିନିବେଶକାରୀଙ୍କୁ ଟଙ୍କା ଫେରସ୍ତ କରି ଲୋକଙ୍କ ବିଶ୍ବାସ ଭାଜନ ହୋଇଥିଲେ। ତେବେ ୨୦୨୨ ଫେବ୍ରୁଆରିରୁ ୨୦୨୪ ଫେବ୍ରୁଆରି ମଧ୍ୟରେ  ଓଡ଼ିଶା ସମେତ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ ଆଦି ଅଞ୍ଚଳରୁ ବହୁ ସଂଖ୍ୟକ ନିବେଶକଙ୍କଠାରୁ ପ୍ରାୟ ୨୦ କୋଟି ଟଙ୍କା ଉଠାଇବା ପରେ ଦୁଇଟି ଯାକ ଅଫିସ୍‌କୁ ବନ୍ଦ କରି ଦମ୍ପତି ଫେରାର ହୋଇଯାଇଥିଲେ। ଠକାମିର ଶିକାର ହୋଇଥିବା ଏମ୍‌ସିଏଲ୍‌ର  କର୍ମଚାରୀ ଜୟନ୍ତ ମିଶ୍ର ଇଓଡବ୍ଲ୍ୟୁରେ ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା।

Mandei: ମଣ୍ଡେଇ ଲୋକ ମହୋତ୍ସବ ଉଦ୍‌ଯାପିତ, ଲୋକନୃତ୍ୟରେ ଝୁମିଲେ ଦର୍ଶକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe