Advertisment

Matric Students ପରୀକ୍ଷା କେନ୍ଦ୍ରକୁ ଆସି ଗେଟ ସାମ୍ନାରୁ ୩ ଦଶମ ପରୀକ୍ଷାର୍ଥୀ ନିଖୋଜ

Advertisment

କେନ୍ଦ୍ର ଫାଟକ ଆଗରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶିକ୍ଷକମାନେ ସେମାନଙ୍କୁ ଅପେକ୍ଷା କରି ରହିଥିଲେ | ହେଲେ ୩ ଛାତ୍ର ଇତିହାସ, ଭୂଗୋଳ ପରୀକ୍ଷା ଦେଇ ନ ପାରି ଅନୁପସ୍ଥିତ ରହିବା ଆଲୋଚନା ବିଷୟ ପାଲଟିଛି |

କେନ୍ଦ୍ର ଫାଟକ ଆଗରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶିକ୍ଷକମାନେ ସେମାନଙ୍କୁ ଅପେକ୍ଷା କରି ରହିଥିଲେ | ହେଲେ ୩ ଛାତ୍ର ଇତିହାସ, ଭୂଗୋଳ ପରୀକ୍ଷା ଦେଇ ନ ପାରି ଅନୁପସ୍ଥିତ ରହିବା ଆଲୋଚନା ବିଷୟ ପାଲଟିଛି |

Untitled-4.jpg

3 matric students missed at balipatna Photograph: (sambad.in)

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧୀନ ଚଣାହଟ୍ଟା ପିପୁଲ୍ସ ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ହୋଇଛି | ବାଲିପାଟଣା ବ୍ଲକର ୮ ହାଇସ୍କୁଲକୁ ସେଣ୍ଟର କରାଯାଇଛି | ବାଲିପାଟଣା ବ୍ଲକର ୨୫ ହାଇସ୍କୁଲ ଏବଂ ବାଲିଅନ୍ତା ବ୍ଲକ ୨ ସ୍କୁଲର ମୋଟ ୧୫୪୫ଜଣ ପରୀକ୍ଷା ପାଇଁ ଆବେଦନ କରିଥିଲେ | ସେମାନଙ୍କ ମଧ୍ୟରୁ ୩୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହୁଥିଲେ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ଡ଼ ପ୍ରଭାତ କୁମାର ରଥ କହିଛନ୍ତି | ପରୀକ୍ଷା ସରିବା ପରେ ଅନୁପସ୍ଥିତ ଛାତ୍ରଙ୍କ ଅଭିଭାବକ ଓ ପରିବାର ଲୋକେ ଅନ୍ୟତ୍ର ବୁଲୁଥିବା ଅବସ୍ଥାରେ ନିଖୋଜ ଛାତ୍ରମାନଙ୍କୁ ଉଦ୍ଧାର କରିଥିବା ଗୋପବନ୍ଧୁ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି |

ଚଣାହଟ୍ଟା ହାଇସ୍କୁଲରେ ରାଜସ, ମଝିହରା ଓ ଓଡ଼ଖଣ୍ଡ ଏହି ୩ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି

ଚଣାହଟ୍ଟା ହାଇସ୍କୁଲରେ ରାଜସ, ମଝିହରା ଓ ଓଡ଼ଖଣ୍ଡ ଏହି ୩ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି | ମୋଟ ୧୯୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୫ ଜଣ ଅନ୍ୟାନ୍ୟ ସମସ୍ତ ବିଷୟ ପରୀକ୍ଷାରେ ଉପସ୍ଥିତ ରହୁଥିଲେ | ଆଜି ସକାଳୁ ରାଜସ ଗୋପବନ୍ଧୁ ହାଇସ୍କୁଲର ୩ ଛାତ୍ର ଘରୁ ପରୀକ୍ଷା ଦେବା ପାଇଁ ବାହାରିଥିଲେ | ପରୀକ୍ଷା କେନ୍ଦ୍ର ନିକଟକୁ ସେମାନେ ଆସିଥିବା ଲୋକେ ଦେଖିଛନ୍ତି | ହେଲେ ପରୀକ୍ଷା କେନ୍ଦ୍ର ଭିତରକୁ ଛାତ୍ରମାନେ ଯାଇ ନାହାନ୍ତି | କେନ୍ଦ୍ର ଫାଟକ ସାମ୍ନାରୁ କେଉଁଆଡ଼େ ନିଖୋଜ ହୋଇ ଯାଇଥିବା କୁହାଯାଉଛି | ୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ଯୋଗୁଁ ଚଣାହଟ୍ଟା ପରୀକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ଦାଶ ଗୋପବନ୍ଧୁ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ | 

ଆହୁରି ପଢନ୍ତୁ - Tamil Nadu Assembly Election : ତାମିଲନାଡ଼ୁ ବିଧାନସଭା ନିର୍ବାଚନ, କଂଗ୍ରେସକୁ ୨୮ ଆସନ ଦେଇପାରେ ଡିଏମ୍‌କେ

କେନ୍ଦ୍ର ଫାଟକ ଆଗରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶିକ୍ଷକମାନେ ସେମାନଙ୍କୁ ଅପେକ୍ଷା କରି ରହିଥିଲେ | ହେଲେ ୩ ଛାତ୍ର ଇତିହାସ, ଭୂଗୋଳ ପରୀକ୍ଷା ଦେଇ ନ ପାରି ଅନୁପସ୍ଥିତ ରହିବା ଆଲୋଚନା ବିଷୟ ପାଲଟିଛି | ପରୀକ୍ଷା ସରିବା ପରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ଘରକୁ ଚାଲି ଯାଇଛନ୍ତି | ହେଲେ ଅନୁପସ୍ଥିତ ଛାତ୍ରମାନେ ଘରକୁ ଫେରି ନ ଥିବା ବିଶେଷ ସୂତ୍ରରୁ ଜଣା ପଡିଛି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe