32.5 crores: ମଦରେ ଉଡ଼େଇଲେ ସାଢ଼େ ୩୨ କୋଟି

Advertisment

ବଡ଼ଦିନ ଠାରୁ ଆରମ୍ଭ କରି ଜିରୋନାଇଟ୍‌ ସେଲିବେସନ୍‌ ଯାଏ। ନିଶାରେ ଝୁମି ଉଠିଲା ସ୍ମାର୍ଟସିଟି। ବାର୍‌, କ୍ଲବ, ହୋଟେଲ୍‌ କେଉଁଠି ବି ସିଟ୍‌ ମିଳୁ ନଥାଏ। ରୁଫ୍‌ ଟପ୍‌ଠାରୁ ନାଇଟ୍‌କ୍ଲବ୍‌...

ବଡ଼ଦିନ ଠାରୁ ଆରମ୍ଭ କରି ଜିରୋନାଇଟ୍‌ ସେଲିବେସନ୍‌ ଯାଏ। ନିଶାରେ ଝୁମି ଉଠିଲା ସ୍ମାର୍ଟସିଟି। ବାର୍‌, କ୍ଲବ, ହୋଟେଲ୍‌ କେଉଁଠି ବି ସିଟ୍‌ ମିଳୁ ନଥାଏ। ରୁଫ୍‌ ଟପ୍‌ଠାରୁ ନାଇଟ୍‌କ୍ଲବ୍‌...

Untitled-2

ଭୁବନେଶ୍ବର: ବଡ଼ଦିନ ଠାରୁ ଆରମ୍ଭ କରି ଜିରୋନାଇଟ୍‌ ସେଲିବେସନ୍‌ ଯାଏ। ନିଶାରେ ଝୁମି ଉଠିଲା ସ୍ମାର୍ଟସିଟି। ବାର୍‌, କ୍ଲବ, ହୋଟେଲ୍‌ କେଉଁଠି ବି ସିଟ୍‌ ମିଳୁ ନଥାଏ। ରୁଫ୍‌ ଟପ୍‌ଠାରୁ ନାଇଟ୍‌କ୍ଲବ୍‌ ଯେଉଁଆଡ଼େ ଗଲେ ସବୁଠି ଟେବୁଲ୍‌ ବୁକ୍‌। ଯୁବକଯୁବତୀଙ୍କ ଭିଡ଼ ସାଙ୍ଗକୁ ଡିଜେ ଧୁନ୍‌ ତ କେଉଁଠି କେକ୍ ଓ କ୍ୟାଣ୍ଡଲ୍ ଲାଇଟ୍‌ ଡିନର୍‌। ପୁଣି  ଆଉ କେଉଁଠି ଗ୍ଲାସ୍‌ରେ ଗ୍ଲାସ୍ ଟକ୍କର। ସେମିତି ବାହାରେ ଭୋଜିଭାତ ଓ ପାର୍ଟି ପାଇଁ ବି ବୋହିନେଲେ କାଟୁନ୍‌ କାଟୁନ୍‌ ବିୟର, ସ୍କଚ୍‌, ଭୋଡ୍‌କା। ୭ଦିନ ଧରି ରାଜଧାନୀର ନିଶାଡ଼ିମାନେ ନିଶାରେ ବୁଡ଼ି ରହିଲେ। ଅଢେଇ ଲକ୍ଷ ଲିଟର ବିଦେଶୀ ମଦ, ଦେଢ ଲକ୍ଷ ଲିଟର ଦେଶୀ ମଦ ଏବଂ ୧ ଲକ୍ଷ ୭୮ ହଜାର ଲିଟର ବିୟର ପିଇଗଲେ।

The fight against corruption: ଦୁର୍ନୀତି ବିରୋଧୀ ଲଢ଼େଇ ‌ଅଧପନ୍ତରିଅ‌ା: ବର୍ଷାଧିକ କାଳ ଲୋକାୟୁକ୍ତ ଅଚଳ, ଗଡ଼ୁଛି ୮୭୬ ମାମଲା

ଏହା ଆମେ କହୁନୁ, ଅବକାରୀ ବିଭାଗର ମଦ ବିକ୍ରି ହିସାବ କହୁଛି। ଡିସେମ୍ବର ୨୫ରୁ ୩୧ ତାରିଖ ୭ ଦିନରେ ବାର୍‌, କ୍ଲବ୍‌, ଠିପିଖୋଲା, ବିଦେଶୀ ମଦଦୋକାନରୁ ୩୨ କୋଟି ୫୫ ଲକ୍ଷ ୧୨ ହଜାର ୫୬୦ ଟଙ୍କାର ମଦ ବିକ୍ରି  ହୋଇଛି। ଯେଉଁଥିରୁ ୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ମଦ ଓ ୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ବିକ୍ରି ହୋଇଥିବା ଜଣାପଡ଼ିଛି।

Controversy over Palestinian flag: ହେଲ୍‌ମେଟ୍‌ରେ ପାଲେଷ୍ଟାଇନ୍ ପତାକାକୁ ନେଇ ବିବାଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe