କ୍ଷିତୀଶ ରାୟ
ଭୁବନେଶ୍ବର: ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ। ବିଭିନ୍ନ ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀ ଏଭଳି ଢଙ୍ଗରେ ସରକାରୀ କର୍ମଚାରୀଙ୍କୁ ତାଗିଦ କରୁଛନ୍ତି। ଏହା ସହ ନିର୍ବାଚନ ପୂର୍ବରୁ କ୍ଷମତାକୁ ଆସିଲେ ବିଜେଡି ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯିବ ବୋଲି ରାଜ୍ୟ ବିଜେପି ନେତାମାନେ ବିଭିନ୍ନ ସଭାସମିତିରେ ଗର୍ଜନ କରୁଥିଲେ। ହେଲେ କ୍ଷମତାଶାଳୀ ବାବୁ ଓ ନେତାଙ୍କ ବିରୋଧରେ ଆସୁଥିବା ଦୁର୍ନୀତିର ତଦନ୍ତ ପାଇଁ ବଡ଼ଅସ୍ତ୍ର ଥିବା ଲୋକାୟୁକ୍ତ ଏବେ ଅଚଳ। ଏହା ଯୋଗୁଁ ରାଜ୍ୟରେ ଦୁର୍ନୀତି ବିରୋଧୀ ଲଢ଼େଇ କେବଳ ଦୁର୍ବଳ ହେଉନାହିଁ ବରଂ ସରକାରଙ୍କ ଭାବମୂର୍ତ୍ତି ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶାରେ ଲୋକାୟୁକ୍ତ ଗଠନ ପରେ ଏହାର ପ୍ରଥମ ଅଧ୍ୟକ୍ଷ ଥିଲେ ଜଷ୍ଟିସ୍ ଅରିଜିତ ସିଂହ। ରାଜ୍ୟ ସରକାର ଅନ୍ୟ ୩ଜଣ ସଦସ୍ୟଙ୍କୁ ବି ନିଯୁକ୍ତି ଦେଇଥିଲେ। ଯଦିଓ ନିୟମ ଅନୁସାରେ ଅଧ୍ୟକ୍ଷ ଓ ୫ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବା କଥା। ଆରମ୍ଭରୁ ଲୋକାୟୁକ୍ତ କେବେ ପୂର୍ଣ୍ଣ ସଦସ୍ୟଙ୍କ ସହ କାର୍ଯ୍ୟ କରିନାହିଁ। ୨୦୨୪ ମାର୍ଚ୍ଚ ୧୪ରେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପରବର୍ତ୍ତୀ ସମୟରେ ଅନ୍ୟ ୩ ସଦସ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଗଲାଣି। ବର୍ତ୍ତମାନ ସୁଦ୍ଧା ସରକାର କାହାରିକୁ ନିଯୁକ୍ତି ଦେଇନାହାନ୍ତି। ସଦସ୍ୟ ନ ଥିବାରୁ ମାମଲା ଶୁଣାଣି ଠପ୍ ହୋଇଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଡିସେମ୍ବର ମାସ ସୁଦ୍ଧା ଲୋକାୟୁକ୍ତଙ୍କ ନିକଟକୁ ୮୭୬ଟି ମାମଲା ଆସିଛି। ଏଥିରୁ ୩୮୯ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବା ବେଳେ ଅନ୍ୟ ୪୮୭ଟି ମାମଲା ପଞ୍ଜୀକୃତ ହୋଇନାହିଁ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଓଡ଼ିଶା ଲୋକାୟୁକ୍ତଙ୍କ ୱେବ୍ସାଇଟ୍ରେ ସବୁ ସଦସ୍ୟଙ୍କ ନାମ ଓ ଫଟୋ ରହିଛି। ଲୋକାୟୁକ୍ତ ଅଚଳ ହେବା ଭଳି ୱେବ୍ସାଇଟ୍ ମଧ୍ୟ ଅଚଳ ହୋଇଯାଇଛି।
New Year: ନୂଆବର୍ଷରେ ଖାଇଗଲେ କୋଟିଏ ଟଙ୍କାର ଅମିଷ
ଗଡ଼ୁଛି ୮୭୬ ମାମଲା
ମାସକ ପରେ ସରିବ ମାନବାଧିକାର କମିସନ୍ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ
କଂଗ୍ରେସ ନେତା ଆଇନଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି, ସରକାରୀ ବାବୁମାନେ ସରକାରଙ୍କୁ ନିୟନ୍ତ୍ରଣ କରୁଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଲୋକାୟୁକ୍ତକୁ ଅଚଳ କରାଯାଇଛି। ବିଭିନ୍ନ ସମୟରେ ହାଇକୋର୍ଟ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ତାଗିଦ କରିବା ସତ୍ତ୍ବେ କିଛି ପଦକ୍ଷେପ ନିଆଯାଉନାହିଁ। ସାଧାରଣ ଲୋକଙ୍କ ପାଇଁ ଗଢ଼ି ଉଠିଥିବା ଏଭଳି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥାକୁ ସରକାର ପଙ୍ଗୁ କରିଦେଇଛନ୍ତି। ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ଲୋକାୟୁକ୍ତ ଏକ ସ୍ବାଧୀନ, ସଶକ୍ତ ଦୁର୍ନୀତି ବିରୋଧୀ ଅନୁଷ୍ଠାନ। ମନ୍ତ୍ରୀ, ବିଧାୟକ, ଅଫିସରଙ୍କ ବିରୋଧରେ ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ କ୍ଷମତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଦୁର୍ନୀତି ବନ୍ଦ କରିବା ପାଇଁ ଚିନ୍ତା କରୁଛନ୍ତି, ମାତ୍ର ଏହି ସମୟରେ ଲୋକାୟୁକ୍ତ ଅଚଳ ହେବା ଦୁର୍ଭାଗ୍ୟଜନକ। ଦୁର୍ନୀତି ବିରୋଧରେ ଲଢ଼େଇକୁ ଆହୁରି ସଶକ୍ତ କରିବାକୁ ହେଲେ ସରକାର ତୁରନ୍ତ ଲୋକାୟୁକ୍ତଙ୍କୁ କାର୍ଯ୍ୟକ୍ଷମ କରନ୍ତୁ। କାରଣ ଏଥିରେ ଯେତେ ବିଳମ୍ବ ହେବ ତାହା ସରକାରଙ୍କ ଭାବମୂର୍ତ୍ତିକୁ ମଧ୍ୟ କ୍ଷତି ପହଞ୍ଚାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେବଳ ଲୋକାୟୁକ୍ତ ନୁହେଁ ରାଜ୍ୟ ମାନବାଧିକାର କମିସନ୍ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ମଧ୍ୟ ସରିବାକୁ ବସିଲାଣି। ଆଉ ଗୋଟିଏ ମାସ ପରେ କମିସନ ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀ ଓ ସଦସ୍ୟ ଅସୀମ ଅମିତାଭ ଦାସଙ୍କ କାର୍ଯ୍ୟକାଳ ଶେଷ ହେବ। ଆଉ ଜଣେ ସଦସ୍ୟଙ୍କୁ ନେଇ ମାନବାଧିକାର କମିସନ୍ କାର୍ଯ୍ୟ କରିବ। କମିସନ୍ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ପୂରିବାର କିଛିମାସ ପୂର୍ବରୁ ଏନେଇ ପ୍ରକ୍ରିୟା ଆରମ୍ଭ ହେଲେ ହିଁ କାର୍ଯ୍ୟକାଳ ପୂରିବା ପରେ ନିଯୁକ୍ତି ମିଳିପାରିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏଥିପାଇଁ କୌଣସି ପ୍ରକାର ପ୍ରକ୍ରିୟା ଆରମ୍ଭ କରି ନାହାନ୍ତି। ଅଧ୍ୟକ୍ଷଙ୍କ ସମେତ ଜଣେ ସଦସ୍ୟଙ୍କ କାର୍ଯ୍ୟକାଳ ପୂରିଗଲେ କମିସନରେ ଆଉ ଦୁଇ ଜଣିଆ ଖଣ୍ଡପୀଠକୁ ନେଇ କୌଣସି ପ୍ରକାର ଶୁଣାଣି ହୋଇପାରିବ ନାହିଁ। ଅର୍ଥାତ୍ କମିସନ ଆଉ ନିଜଆଡ଼ୁ କୌଣସି ମାମଲା କରିପାରିବେ ନାହିଁ। ଏହାସହ ପୂର୍ବରୁ ଯେଉଁ ମାମଲାଗୁଡ଼ିକ ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣି ହେଉଛି ତାହା ମଧ୍ୟ ହୋଇପାରିବ ନାହିଁ।
SIR : ଏସଆଇଆର ଯୋଗୁଁ ୨୮ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ
ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନ୍ଗୋ କହିଛନ୍ତି, ଯେହେତୁ ରାଜ୍ୟ ସରକାରଙ୍କର ମାନବିକ ଅଧିକାର ସଂପର୍କରେ ସକାରାତ୍ମକ ଆଭିମୁଖ୍ୟ ନାହିଁ, ତେଣୁ ଜାଣିଶୁଣି ଏଭଳି ପଦକ୍ଷେପ ନିଆଯାଉଛି। ଅତି କମ୍ରେ ମାସେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହେବା କଥା। କମିସନ ଅଧ୍ୟକ୍ଷ କିମ୍ବା ସଦସ୍ୟଙ୍କ ନିଯୁକ୍ତି ପାଇଁ ସରକାରଙ୍କ କୌଣସି ଏସ୍ଓପି ନାହିଁ। ଏବେ ବି କମିସନରେ ସଚିବ ପଦବି ଖାଲିପଡ଼ିଛି। ତଦନ୍ତ ନିର୍ଦ୍ଦେଶକ ବି ନାହାନ୍ତି। କୋର୍ଟ ପାଇଁ ଯେତିକି ସଂଖ୍ୟକ ପେସ୍କାର ଆବଶ୍ୟକ ତାହା ମଧ୍ୟ ନାହାନ୍ତି। ଗୋଟିଏ ପଟେ ମାମଲା ସଂଖ୍ୟା ବଢ଼ି ଚାଲିଥିବା ବେଳେ ଭିତ୍ତିଭୂମିର ଅଭାବ ରହିଛି। ୧୫ବର୍ଷ ତଳେ ଯେତିକି ସଂଖ୍ୟକ ପଦବି ମଞ୍ଜୁର ହୋଇଥିଲା, ବର୍ତ୍ତମାନ ସୁଦ୍ଧା ଏଥିରେ ସଂଶୋଧନ କରାଯାଇନାହିଁ। ଭିତ୍ତିଭୂମି ନ ଥିବାରୁ କମିସନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। କମିସନରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀଙ୍କର ମଧ୍ୟ ମାନବିକ ଅଧିକାର ଉଲ୍ଲଂଘନ ହେଉଛି ବୋଲି ଶ୍ରୀ କାନୁନ୍ଗୋ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/08/judgement-2025-08-08-01-58-47.jpg)