ଭୁବନେଶ୍ବର: ସାଇବର୍‌ ଠକଙ୍କ ମାୟାଜାଲରେ ଛନ୍ଦି ହୋଇଛି ରାଜଧାନୀ। କ୍ରେଡିଟ୍‌ କାର୍ଡ଼ ଲିମିଟ୍‌ ବଢ଼ାଇବା, କଞ୍ଚାମାଲ୍‌ କିଣିବା କିମ୍ବା ଷ୍ଟକ ମାର୍କେଟ୍‌ରେ ପୁଞ୍ଜିନିବେଶ ଲୋଭ ଦେଖାଇ ଟାର୍ଗେଟ୍‌ କରୁଛନ୍ତି। ଲୋକଙ୍କୁ ଭୂଆଁ ବୁଲାଇ‌ ବର୍ଷକରେ ୫୭ କୋଟି ୫୮ଲକ୍ଷ ଟଙ୍କା ଲୁଟିନେଲେଣି। ସାଇବର୍‌ ଥାନା ପୁଲିସ ବିଭିନ୍ନ ମାମଲାରେ ଏଯାଏଁ ୬୧ଜଣ ଠକଙ୍କୁ ଗିରଫ କରି ପାଖାପାଖି ସାଢ଼େ ୨୨କୋଟି ଟଙ୍କା ଜବତ ଓ ଫ୍ରିଜ୍‌ କରିଛି।

Advertisment

Infrastructure : ଉଜୁଡ଼ିଗଲା ୧୩.୨୩ କୋଟିର ଭିତ୍ତିଭୂମି

ତଥ୍ୟ ମୁତାବକ, ଗତ ଡିସେମ୍ବରରେ ରୁଜୁ ୨୨ଟି ମାମଲାରେ ସର୍ବାଧିକ ୭କୋଟି ୬୭ଲକ୍ଷ ଟଙ୍କା ଠକେଇ ହୋଇଛି। ସେହିପରି ନଭେମ୍ବରରେ ୨୭ଟି ମାମଲାରେ ୫କୋଟି ୬୬ଲକ୍ଷ, ଅକ୍ଟୋବରରେ ୧୯ଟି ମାମଲାରେ ୩କୋଟି, ସେପ୍ଟେମ୍ବରରରେ ୨୩ଟି ମାମଲାରେ ୪କୋଟି, ଅଗଷ୍ଟରେ ୧୬ଟି ମାମଲାରେ ୧କୋଟି ୬୪ଲକ୍ଷ, ଜୁଲାଇରେ ୨୬ଟି ମାମଲାରେ ୬କୋଟି, ଜୁନ୍‌ରେ ୨୩ଟି ମାମଲାରେ ୪କୋଟି ୯୦ଲକ୍ଷ, ମେ’ରେ ୨୦ ମାମଲାରେ ୪କୋଟି ୬୬ଲକ୍ଷ, ଏପ୍ରିଲ୍‌ରେ ୨୩ ମାମଲାରେ ୬କୋଟି ୨୪ଲକ୍ଷ, ମାର୍ଚ୍ଚରେ ୧୦ ମାମଲାରେ ୩କୋଟି ୨୧ଲକ୍ଷ, ଫେବ୍ରୁଆରିରେ ୧୫ ମାମଲାରେ ୩ କୋଟି ୭୬ଲକ୍ଷ ଏବଂ ଜାନୁଆରିରେ ୨୭ଟି ମାମଲାରେ ୬କୋଟି ୭୬ଲକ୍ଷ ଟଙ୍କା ଠକେଇ କରିଛନ୍ତି।

Anandavan: ଆନନ୍ଦବନ ହାତ ଛାଡ଼ିଲା ଓଏମସି


ସବୁଠୁ ଆଶ୍ଚର୍ଯ୍ୟର କଥା, ଦକ୍ଷ ଇଂଜିନିୟର୍‌ ହୁଅନ୍ତୁ କି ଅଫିସର୍‌, ସାଇବର୍‌0  ଲୁଟେରାଙ୍କ ସଫ୍ଟ ଟାର୍ଗେଟ୍‌ ହୋଇଛନ୍ତି। ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଠାରୁ ଉଚ୍ଚଶିକ୍ଷିତଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର ଏମାନଙ୍କ ମାୟାଜାଲରେ ଫସି ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି। କାହାର କ୍ରେଡିଟ୍‌ କାରର୍ଡ଼, ଲୋନ୍ ଆପ୍‌, ନ୍ୟୁଡ୍‌ କଲ୍‌, ବୀମା, ବିଦ୍ୟୁତ୍ ବିଲ୍‌ ପୈଠ, ଅନ୍‌ଲାଇନ୍‌ ସପିଂ, ଡିଜିଟାଲ୍‌ ଆରେଷ୍ଟ, ଟ୍ରାଭଲ୍‌ ଟିକେଟ୍‌ ମାଧ୍ୟମରେ ମଧ୍ୟ ଚୁନ ଲଗାଇଥିଲେ। ସାଇବର୍‌ ଥାନାରେ ୨୫୧ଟି  ମାମଲା ରୁଜୁକରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ତେବେ ଅଧିକାଂଶ ‌ଠକେଇ ପଛରେ ରାଜସ୍ଥାନ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଗୁଜରାଟ, କୋଲକାତା ଓ ଦିଲ୍ଲୀର ସାଇବର୍‌ ଲୁଟେରାଙ୍କ ହାତଥିବା ଗିରଫଦାରି ତାଲିକାରୁ ଜଣାପଡ଼ିଛି। 
ଅପରାଧ ବିଶ୍ଳେଷକଙ୍କ ମତ, ସଚେତନତାର ଅଭାବ ଓ ବିଳମ୍ବିତ ରିପୋର୍ଟ ବା ଅଭିଯୋଗ ପାଇଁ ଲୋକ ଟଙ୍କା ଫେରି ପାଉନାହାନ୍ତି। ଅନେକ ସାଇବର୍‌ ଲୁଟ୍‌ର ଶିକାର ହୋଇ ମଧ୍ୟ ଦୀର୍ଘଦିନ ଧରି ଜାଣି ପାରୁନାହାନ୍ତି। ଯେଉଁମାନେ ଜାଣୁଛନ୍ତି, ସେମାନେ ଅଭିଯୋଗ କରିବାରେ ବିଳମ୍ବ କରୁଛନ୍ତି। ଅଭିଯୋଗ ଯେତେ ବିଳମ୍ବ ହେବ ତଦନ୍ତ ସେତିକି ଦିଗହରା ହେବ ଓ ଟଙ୍କା ଫେରିପାଇବା କଷ୍ଟକର ହେବ। ତେଣୁ ପୀଡ଼ିତ ତୁରନ୍ତ ସାଇବର୍‌ ଥାନାରେ ଅଭିଯୋଗ କରିବା ଉପରେ ମତ ଦେଇଛନ୍ତି। ସେହିପରି ଅନ୍ୟ ଦିଗଗୁଡ଼ିକ ହେଲା, ସେବା ପ୍ରଦାନ କରୁଥିବା ସଂସ୍ଥା, ଯଥା ବ୍ୟାଙ୍କ ଓ ଟେଲିକମ୍ ବିଭାଗ ଠକେଇ ମାମଲାର ତଦନ୍ତରେ ଯେତିକି ସହଯୋଗ କରିବା କଥା କରୁନାହାନ୍ତି। ଅଫିସ୍ ସମୟ ୧୦ଟାରୁ ୫ଟା ମଧ୍ୟରେ ଯେଉଁ ଅଭିଯୋଗ ଆସେ ତାହା ଉପରେ କାମ କରନ୍ତି। ଅନ୍ୟ ସମୟରେ ଅଫିସ୍ ବନ୍ଦ ରହିବା କାରଣରୁ ପୁଲିସକୁ କୌଣସି ସହଯୋଗ କରି ପାରନ୍ତିନାହିଁ।