9.54 lakhs fraud : ପୁଞ୍ଜିନିବେଶ ନାଁରେ ସାଢ଼େ ୯୪ଲକ୍ଷ ଠକେଇ

Advertisment

ସାଇବର୍‌ ଠକ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ହ୍ବାଟ୍‌ସଆପ୍‌ରେ ଫସାଇଲେ। ସେୟାର ମାର୍କେଟ୍‌ରେ ପୁଞ୍ଜିନିବେଶ କଲେ ଦୁଇଗୁଣ ଲାଭର ଲୋଭ ଦେଖାଇ ସାଢ଼େ ୯୪ଲକ୍ଷ ଟଙ୍କା....

ସାଇବର୍‌ ଠକ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ହ୍ବାଟ୍‌ସଆପ୍‌ରେ ଫସାଇଲେ। ସେୟାର ମାର୍କେଟ୍‌ରେ ପୁଞ୍ଜିନିବେଶ କଲେ ଦୁଇଗୁଣ ଲାଭର ଲୋଭ ଦେଖାଇ ସାଢ଼େ ୯୪ଲକ୍ଷ ଟଙ୍କା....

Untitled-7

ଭୁବନେଶ୍ବର: ସାଇବର୍‌ ଠକ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ହ୍ବାଟ୍‌ସଆପ୍‌ରେ ଫସାଇଲେ। ସେୟାର ମାର୍କେଟ୍‌ରେ ପୁଞ୍ଜିନିବେଶ କଲେ ଦୁଇଗୁଣ ଲାଭର ଲୋଭ ଦେଖାଇ ସାଢ଼େ ୯୪ଲକ୍ଷ ଟଙ୍କା ଲୁଟିନେଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗ୍‌ର ତିନିଜଣଙ୍କୁ ସାଇବର୍‌ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ଲାଲା ବସନ୍ତରା(୨୧), ମାନସ କୁମାର ସାହୁ(୩୦) ଓ ଚିନ୍ମୟ ସାହୁ(୧୯)। ପୁଲିସସେମାନଙ୍କ ନିକଟରୁ ୩ଟି ମୋବାଇଲ୍‌, ଏଟିଏମ୍‌ କାର୍ଡ଼, ଜାଲ୍‌ କାଗଜପତ୍ର ଜବତ କରିଛି।

Associate Professor: ଫସିଲେ ଏସ୍‌ସିବିର ଆସୋସିଏଟ୍ ପ୍ରଫେସର


ସୂଚନା ମୁତାବକ, ଗତ ୨୦୨୫ ଡିସେମ୍ବରରେ ସୁନ୍ଦରପଦା ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ହ୍ବାଟ୍‌ସଆପ୍‌କୁ ମେସେଜ୍‌ ଆସିଲା। କିଛି କ୍ଷଣ ପରେ ତାଙ୍କୁ ଏକ ଗ୍ରୁପ୍‌ରେ ଯୋଡ଼ାଗଲା, ଯେଉଁଥିରେ ବହୁ ସଂଖ୍ୟକ ସଦସ୍ୟ ଥିଲେ। ଗ୍ରୁପ୍‌ ସଦସ୍ୟମାନେ କିଏ ଦିନକରେ ୧୦ ହଜାର ଲାଭ କଲାଣି ତ କିଏ ୩୦ହଜାର, ଏମିତି ଗୋଟିଏ ପରେ ଗୋଟିଏ ମେସେଜ୍‌ ଆସୁଥାଏ। ଆଉକିଛି ସଦସ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଉଥାଆନ୍ତି। କିଛି ସଦସ୍ୟ ନୂଆ ସଦସ୍ୟଙ୍କୁ ସେବି ଦ୍ବାରା ପଞ୍ଜୀକୃତ ଆପ୍‌ ପଠାଇ ସେଥିରେ ପୁଞ୍ଜିନିବେଶ କରିବାକୁ ପ୍ରବର୍ତ୍ତାଉଥା’ନ୍ତି। ଯେଉଁମାନେ ଆପ୍‌ରେ ନିଜକୁ ଯୋଡ଼ି ପୁଞ୍ଜିନିବେଶ କରୁଥିଲେ, ସେମାନେ ମଧ୍ୟ ମୋଟା ରକମ ଲାଭ ପାଉଥିବା ମେସେଜ୍‌ କରୁଥିଲେ। ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ବି ପୁଞ୍ଜିନିବେଶ ପାଇଁ ପ୍ରବର୍ତ୍ତା ଯାଉଥିଲା। ସେ ନୂଆ ସଦସ୍ୟ ହୋଇଥିବାରୁ କିଛିଦିନ ଗ୍ରୁପ୍‌କୁ ଅନୁଧ୍ୟାନ କଲାପରେ ପୁଞ୍ଜିନିବେଶ ପାଇଁ ମନ ବଳାଇଲେ। ସାଇବର୍‌ ଠକ ତାଙ୍କୁ ୨ଟି ଆପ୍‌ ପଠାଇଥିଲେ।

Ranji Trophy: ରଣଜୀ ଟ୍ରଫି: ସ୍ବସ୍ତିକ ଓ ଗୋବିନ୍ଦଙ୍କ ଅର୍ଦ୍ଧଶତକ, ତୁଫୈଲଙ୍କ ପଦାର୍ପଣ

ଏହାପରେ ଅବସରପ୍ରାପ୍ତ ଅଧିକାରୀ ଜଣଙ୍କ ପ୍ରଥମେ ଅଳ୍ପ ଟଙ୍କା ନିବେଶ କରିଥିଲେ। ନିବେଶର ୨ଦିନ ପରେ ତାଙ୍କୁ ଦୁଇଗୁଣ ଟଙ୍କା ମିଳିଥିଲା। ପୁଣି ଟଙ୍କା ଲଗାଇବାରୁ ତାଙ୍କୁ ଉଚ୍ଚ ସୁଧ ହାରରେ ଟଙ୍କା ମିଳିଲା। ଏମିତି ଫସିବା ପରେ ଅଧିକାରୀଙ୍କ ବିଶ୍ବାସଭାଜନ ହୋଇଥିଲେ ସାଇବର ଠକ। ଏହାପରେ ଅଧିକାରୀ ଜଣକ ବିଭିନ୍ନ ପର୍ଯ୍ୟାୟରେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଚାଲିଲେ ଏବଂ ନିବେଶ ପରେ ତାଙ୍କ ୱାଲେଟ୍‌ରେ ଦୁଇଗୁଣ ଟଙ୍କା ଦେଖାଇଥିଲା। ସେ ଯେତେବେଳେ ଟଙ୍କା ଉଠାଇବାକୁ ଚେଷ୍ଟା କଲେ ଅନୁମତି ମିଳି ନଥିଲା। କର ଓ ପ୍ରକ୍ରିୟାକରଣ ଶୁଳ୍କ ବାବଦକୁ ୩୦ ପ୍ରତିଶତ ସେବାଶୁଳ୍କ ସହ ଅନ୍ୟାନ୍ୟ ଅତିରିକ୍ତ ଦେୟ ଦେବାକୁ ବାଧ୍ୟ କରାଗଲା। ଅଧିକାରୀ ଜଣଙ୍କ ବରାଦ ମୁତାବକ ସମସ୍ତ ଦେୟ ଜମା କଲେ। ପୁଞ୍ଜିନିବେଶ ଓ ଦେୟ ବାବଦକୁ ବିଭିନ୍ନ ପର୍ଯ୍ୟାୟରେ ସେ ୧୦ରୁ ୧୨ଟି ଆକାଉଣ୍ଟରେ ୪୯ ଥରରେ ୯୪ଲକ୍ଷ ୬୪ ହଜାର ଟଙ୍କା ଜମା କରିସାରିଥିଲେ। ଏହାସତ୍ତ୍ବେ ଟଙ୍କା ଫେରିପାଇ ନଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର୍‌ ଥାନାରେ ଅଭିଯୋଗ କରିଥିଲେ। ସାଇବର୍‌ ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଗତକାଲି ରାତିରେ ପୁଲିସର ଏକ ଟିମ୍‌ ଦେବଗଡ଼ରେ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ଜେରା ପରେ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ବେଳେ ଜଣାପଡ଼ିଛି ଲାଲାର ଏକ ସେଲୁନ୍‌ ଅଛି। ସେଲୁନ୍‌ରୁ ୩ଜଣଙ୍କର ସାକ୍ଷାତ ହୋଇଥିଲା। ସେବେଠାରୁ ଏମାନେ ଗ୍ୟାଙ୍ଗ୍‌ କରି ଲୋକଙ୍କୁ ଠକିବା ଯୋଜନା କରିଥିଲେ। ଏଥିପାଇଁ ବାହାର ରାଜ୍ୟର କିଛି ପେସାଦାର ସାଇବର ଠକଙ୍କ ସହ ଯୋଗାଯୋଗ କରିଥିଲେ। ଯେଉଁ ଟଙ୍କା ଠକୁଥିଲେ ଏମାନେ କିଛି ଭାଗ ରଖୁଥିବା ବେଳେ ସିଂହଭାଗ ବାହାର ରାଜ୍ୟ ସାଇବର୍‌ ଠକଙ୍କୁ ପଠାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe