A few minutes of delicious: କିଛି ମିନିଟ୍‌ ସୁସ୍ୱାଦୁ ବ୍ୟଞ୍ଜନ ‘ପ୍ୟାକେଜ୍‌ଡ ଫୁଡ୍’

Advertisment

ମ୍ୟାଗି ହେଉ ଅଥବା ବିରିୟାନି କି ପାଳଙ୍ଗ ପନିର, ସବୁ କିଛି ମିନିଟ୍‌ରେ ପ୍ରସ୍ତୁତ ହୋଇଯାଉଛି। ନା ପରିବା କାଟିବାର କଷ୍ଟ ନା ମସଲା ବାଟିବାର, କୌଣସି କାମ ପାଇଁ ଆଉ କଷ୍ଟ....

ମ୍ୟାଗି ହେଉ ଅଥବା ବିରିୟାନି କି ପାଳଙ୍ଗ ପନିର, ସବୁ କିଛି ମିନିଟ୍‌ରେ ପ୍ରସ୍ତୁତ ହୋଇଯାଉଛି। ନା ପରିବା କାଟିବାର କଷ୍ଟ ନା ମସଲା ବାଟିବାର, କୌଣସି କାମ ପାଇଁ ଆଉ କଷ୍ଟ....

Untitled-6

ଭୁବନେଶ୍ୱର: ମ୍ୟାଗି ହେଉ ଅଥବା ବିରିୟାନି କି ପାଳଙ୍ଗ ପନିର, ସବୁ କିଛି ମିନିଟ୍‌ରେ ପ୍ରସ୍ତୁତ ହୋଇଯାଉଛି। ନା ପରିବା କାଟିବାର କଷ୍ଟ ନା ମସଲା ବାଟିବାର, କୌଣସି କାମ ପାଇଁ ଆଉ କଷ୍ଟ କରିବାକୁ ପଡ଼ୁନାହିଁ।  କେବଳ ଏହି ଖାଦ୍ୟ ପଦାର୍ଥ ନୁହେଁ ପଲଉ, ରୁଟି, ଉପମା, ପିଜା, ପାସ୍ତା, ଖିରି ଭଳି ଭଳିକି ଭଲି ଖାଦ୍ୟ ପଦାର୍ଥ ସବୁ କିଛି ସହଜରେ ପ୍ରସ୍ତୁତ ହୋଇଯାଉଛି। ପୂର୍ବରୁ ଆଶ୍ଚର୍ଯ୍ୟ ଲାଗୁଥିବା କଥାଟି ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟା ଯୋଗୁ ସମ୍ଭବ ହୋଇପାରିଛି। ଅବିବାହିତ, କର୍ମଜୀବୀମାନଙ୍କର ବର୍ତ୍ତମାନ ପସନ୍ଦ ପାଲଟିଛି ଏହି ପ୍ରି-ପ୍ରିପେୟାର୍ଡ ଫୁଡ୍ ବା ପ୍ୟାକେଜ୍‌ଡ ଫୁଡ୍। ସହରର ସୁପରମାର୍କେଟ, ମଲ୍‌ ସମେତ ଅନ୍‌ଲାଇନ୍‌ରେ ମଧ୍ୟ ଏହାର ବିକ୍ରି ବଢ଼ୁଛି। ଇଏତ ଗଲା ରନ୍ଧା ଖାଦ୍ୟ। କଞ୍ଚା ଖାଦ୍ୟ ଯେପରିକି ମାଛ, ମାଂସ, ଗ୍ରିନ୍‌ ମଟର, ମକା ଆଦି ଯେପରି ବହୁ ସମୟ ଧରି ତାଜା ରହିପାରିବ ଓ ଯେକୌଣସି ସ୍ଥାନକୁ ସହଜରେ ନେଇହେବ, ସେଥିପାଇଁ ଏଗୁଡ଼ିକୁ ମଧ୍ୟ ଫ୍ରୋଜେନ କରି ବିକ୍ରି କରାଯାଉଛି। ବର୍ତ୍ତମାନ ଆମମାନଙ୍କ ଜୀବନଶୈଳୀ ଏତେ ବ୍ୟସ୍ତତାପୂର୍ଣ୍ଣ ହୋଇଯାଇଛି ଯେ ଆମେ ଚାହୁଛେ, ଆମର ସମସ୍ତ କାର୍ଯ୍ୟ ଯନ୍ତ୍ରବତ୍ ହୋଇଯାଉ।  ଆମର ଏହି ମାନସିକତାକୁ ଲକ୍ଷ୍ୟ ରଖି ଖାଦ୍ୟ ପ୍ରସ୍ତୁତି କମ୍ପାନିଗୁଡ଼ିକ ପ୍ରତିଯୋଗିତା କଲା ଭଳି ନୂଆ ନୂଆ ରେଡିମେଡ୍‌ ଖାଦ୍ୟ ବଜାରକୁ ଆଣୁଛନ୍ତି। 

Ward No. 8 office: ଉଦ୍‌ଘାଟନ ହୋଇପାରୁନି ୮ ନମ୍ବର ୱାର୍ଡ କାର୍ଯ୍ୟାଳୟ, କାହା ଚାପରେ ବିଏମ୍‌ସି

ପ୍ୟାକ୍‌ ଖାଦ୍ୟ ସତେଜ ରହେ କିପରି?

ଆପଣ ଘରକୁ ଯଦି କୌଣସି ରନ୍ଧା ଦ୍ରବ୍ୟ ଆଣୁଛନ୍ତି ତାହା ଅତିବେଶିରେ ୪ରୁ ୫ଦିନ ପର୍ଯ୍ୟନ୍ତ ହିଁ ଉପଯୋଗୀ ହୋଇଥାଏ। ତେବେ ପ୍ୟାକେଟ୍‌ରେ ଏତେ ସମୟ ଧରି ରହୁଥିବା ଖାଦ୍ୟର ପୋଷକ ତତ୍ତ୍ୱ ଥାଏ କି ନାହିଁ ଓ ଏହା କିଭଳି ଏତେ ସମୟ ଭଲ ରହେ ଏହି ପ୍ରଶ୍ନ ସବୁବେଳେ ମନକୁ ଆସିଥାଏ। ତେବେ ଏହି ଖାଦ୍ୟକୁ ସତେଜ ରଖିବାର ପ୍ରମୁଖ ଉପାଦାନ ହେଉଛି ଭିନେଗାର, ସାଇଟ୍ରିକ ଏସିଡ, ପଟାସିୟମ ସର୍ବେଟ, ସୋଡିୟମ ବେନଜ୍‌ଏଟ ଭଳି ପ୍ରିଜରଭେଟିଭ୍। ଏହି ପ୍ରିଜରଭେଟିଭ୍‌ର ମାତ୍ରାଧିକ ବ୍ୟବହାର ଖାଦ୍ୟର ପୋଷକ ତତ୍ତ୍ୱକୁ ନଷ୍ଟ କରିଦିଏ।  ତେବେ ଏନେଇ କେୟାର ହସ୍ପିଟାଲର ହୃଦ୍‌ରୋଗ ବିଭାଗର କନସଲ୍‌ଟାଣ୍ଟ ଡା. ସନ୍ଦୀପ କହିଛନ୍ତି ଯେ ଫ୍ରୋଜେନ ଖାଦ୍ୟରେ ଟ୍ରାନସ୍‌ ଫ୍ୟାଟ୍‌, ଲୁଣ ଓ ଚିନିର ମାତ୍ରା ଅଧିକ ରହିଥାଏ। ଏହାର ନିୟମିତ ବ୍ୟବହାର କଲେ ଉଚ୍ଚ ରକ୍ତଚାପ, ବ୍ଲଡ୍‌ସୁଗାର ଓ କୋଲେଷ୍ଟ୍ରଲ ବୃଦ୍ଧି ଘଟାଇ ପାରେ। ପୁଣି  କିଛିରେ ଥିବା କ୍ଷତିକାରୀ ରାୟାସନିକ ପଦାର୍ଥ କ୍ୟାନସର ବାହକ ସାଜିପାରେ ବୋଲି ସେ କହିଥିଲେ। ଯେ କୌଣସି ଖାଦ୍ୟ ପଦାର୍ଥ କିଣିବା ପୂର୍ବରୁ ଏହାର ଉପାଦାନ ଦେଖି କିଣନ୍ତୁ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe