ଭୁବନେଶ୍ୱର: ଅଟଳ ବିହାରୀ ବାଜପେୟୀ ତ୍ୟାଗ, ତିତିକ୍ଷା ଓ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ। ଅଟଳଜୀଙ୍କ ଭାବନା, ଚେତନା, ଶବ୍ଦ ସଂରଚନା ଓ ସାହିତ୍ୟ ସର୍ଜନାରେ ଦର୍ଶନ ତତ୍ତ୍ୱ ଦେଖିବାକୁ ମିଳେ। ଅଟଳଜୀଙ୍କ ଅମର ଅମ୍ଳାନ ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ ଆଦର୍ଶ। ତାଙ୍କ ସାରସ୍ୱତ ଚେତନା ସମସ୍ତଙ୍କୁ ଆହ୍ଲାଦିତ କରେ। ରାଷ୍ଟ୍ରନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଓ ସୁଶାସନ ଦିବସ ଅବସରରେ ସଂସ୍କୃତି ବିଭାଗ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଭଳି କହିଛନ୍ତି।
X-mas: ଉତ୍ସାହ ଓ ଉଦ୍ଦୀପନାରେ କଟିଲା ବଡ଼ଦିନ
ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ଅଟଳଜୀଙ୍କ ପ୍ରତ୍ୟେକ ସାରସ୍ୱତ ସୃଷ୍ଟିରେ ଉଭୟ ବିନମ୍ରତା ଓ ନିର୍ଭୀକତାର ଭାବନା ପ୍ରସ୍ଫୁଟିତ ହୋଇଥାଏ। ଏଭଳି ମହାନ ବ୍ୟକ୍ତିତ୍ବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉପଲକ୍ଷେ ଓଡ଼ିଶାର ଶତାଧିକ କବି ଏକାଠି ହୋଇ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ସଶକ୍ତ ରାଷ୍ଟ୍ର ନିର୍ମାଣରେ ତାଙ୍କ ଅବଦାନ ଚିରସ୍ମରଣୀୟ। ଅଟଳଜୀଙ୍କ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହୋଇ ରାଷ୍ଟ୍ରର ବିକାଶ କ୍ଷେତ୍ରରେ ଯୋଗଦାନ କରିବାକୁ ଆଶାବ୍ୟକ୍ତ କରିଥିଲେ।
‘ପୂଜ୍ୟ ଅଟଳ ଶତାବ୍ଦୀର ଶତଦଳ’ କବିତା ପାଠୋତ୍ସବରେ ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ କବି ଅଂଶଗ୍ରହଣ କରି ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। ସମସ୍ତ କବିମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା ଉପସ୍ଥିତ ଥିଲେ।
ISKCON : ଇସ୍କନ ଉପାଧ୍ୟକ୍ଷଙ୍କ ଅଭିଯୋଗ, ବାଂଲାଦେଶରେ ହିନ୍ଦୁଙ୍କୁ ଘରେ ବନ୍ଦ କରି ନିଆଁ ଲଗାଇ ଦିଆଯାଇଥିଲା
Follow Us