ଖଣ୍ଡଗିରି: ଖଣ୍ଡଗିରି ମେଳା ଏବେ ବାବାମୟ। ପାହାଡ଼କୁ ‌ଯେଉଁଠିକୁ ଚାହିଁଲେ କେବଳ ବାବା। କାଶ୍ମୀରରୁ କନ୍ୟାକୁମାରୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ; ସାରା ଦେଶର ସାଧୁସନ୍ଥ ଏକାଠି ହୋଇଛନ୍ତି। ନିଜର ବେଶଭୂଷା, ଠାଣିମାଣି, ଦାଢ଼ି ଓ ଜୀବନଶୈଳୀ ଲାଗି ଆକର୍ଷଣ ପାଲଟିଛନ୍ତି। ଶ୍ରଦ୍ଧାଳୁ ମଧ୍ୟ ବାବାଙ୍କ ଆଶୀର୍ବାଦ ନେବାକୁ ଓ ଭବିଷ୍ୟତ ଜାଣିବାକୁ ଲମ୍ବା ଧାଡ଼ି ଲଗାଉଛନ୍ତି। କେହି କେହି ମନସ୍କାମନା ପୂରଣ ଆଶା‌ରେ ବାବାଙ୍କ ନିକଟରେ ଘଣ୍ଟା ଘଣ୍ଟା ଧରି ଶରଣ ଯାଉଛନ୍ତି। ଏମିତି କିଛି ବାବାଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।

Advertisment

The imaginary road: ରସୁଲଗଡ଼ରୁ କଳ୍ପନା ରାସ୍ତା ଭିଡ଼ ଅଣାୟତ୍ତ, ମୁଣ୍ଡବିନ୍ଧା କଲାଣି ମନଇଚ୍ଛା ପାର୍କିଂ

କଦଳୀ ବାବା

ପାହାଡ଼ ତଳେ ଦେଖିବାକୁ ମିଳୁଥିବା ବାବାଙ୍କ ମଧ୍ୟରେ ଚର୍ଚ୍ଚା ସାଉଁଟୁଛନ୍ତି କଦଳୀ ବାବା। ଯିଏ କଦଳୀ ଖୁଆଇ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ କରୁଛନ୍ତି। ସକାଳୁ ସକାଳୁ ବାବାଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି। ଭକ୍ତମାନେ ପୂର୍ଜାଚ୍ଚନା କରି ତାଙ୍କଠାରୁ ‘ମନ୍ତୁରା କଦଳୀ’ ପ୍ରସାଦ ଗ୍ରହଣ କରୁଛନ୍ତି। ସେ ଦେଉଥିବା କଦଳୀ ଖାଇଲେ ମନସ୍କାମନା ପୂର୍ଣ୍ଣ ହେବ ବୋଲି ଅନେକେ ବିଶ୍ବାସ କରୁଛନ୍ତି। ବାବା ଦିନରାତି ତପସ୍ୟାରେ ଥାଆନ୍ତି। ବାବାଙ୍କ ସମ୍ମୁଖରେ କାନ୍ଧି କାନ୍ଧି କଦଳୀ ଝୁଲୁଛି। ବାବାଙ୍କ କହିବାନୁଯାୟୀ ପ୍ରତ୍ୟେକ ଲୋକ ଫଳ ଆଶାରେ କର୍ମ କରେ। ଆୟୋଜିତ ଯଜ୍ଞ ମଧ୍ୟ ସମସ୍ତଙ୍କୁ ସୁଫଳ ପ୍ରଦାନ କରିବ ବୋଲି ଆଶା ରହିଛି। ସାମ୍ନାରେ କଦଳୀ ଝୁଲାଇବା‌ର କାରଣ ହେଉଛି ଲୋକମାନେ ଫଳ ତଳ ଦେଇ ଗତି କରିବେ ଏବଂ ସେମାନଙ୍କୁ ମଧ୍ୟ ସୁଫଳପ୍ରାପ୍ତି ହେବ। ସମସ୍ତ ପୂଜାରେ କଦଳୀ ଆଗ ଦରକାର ଓ କଦଳୀ ଯେ ଏକ ପବିତ୍ର ଫଳ ଏହା ସମସ୍ତେ ଜାଣନ୍ତି ବୋଲି ବାବା କହିଛନ୍ତି।

Meet Wiretel's partner: ‘ୱାୟରଟେଲ୍‌’ର ପାର୍ଟନର ମିଟ୍‌

ଡାକ୍ତର ବାବା ମୋହନ ଗିରି

ଖଣ୍ଡଗିରିକୁ ଆସିଥିବା ମୋହନ ଗିରି ନାଗା ବାବା ଆୟୁର୍ବେଦିକ ଡାକ୍ତର ବୋଲି କୁହନ୍ତି। ‌ବାବାଙ୍କ ପରାମର୍ଶ ନେଲେ ବହୁ ଦୁରାରୋଗ୍ୟ ଭଲ ହୋଇଯିବ ବୋଲି ଭକ୍ତଙ୍କ ବିଶ୍ବାସ। ହେଲେ ପୂର୍ବବର୍ଷ ଭଳି ଏବର୍ଷ ବାବାଙ୍କ ପାଖରେ ସେତେଟା ଗହଳି ନାହିଁ। ଭୋର୍ ୪ଟାରୁ ଲମ୍ବା ଧାଡ଼ି ଲାଗୁଥିଲା। ଲୋକେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ରହୁଥିଲେ। ଏବେ ସେତେଟା ଭିଡ଼ ନାହିଁ।