Bhubaneswar AIIMS: ଭୁବନେଶ୍ବର ଏମ୍‌ସ: ଆରମ୍ଭ ହେବ ରୋବୋଟିକ୍‌ ପେଡିଆଟ୍ରିକ୍‌ ସର୍ଜରି

Advertisment

ଭାରତରେ ଶିଶୁ ରୋଗ ଏବଂ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ଜନ୍ମଗତ ତ୍ରୁଟି ବା ଜନ୍ମଗତ ଅସଙ୍ଗତି। ଏହାକୁ ସମୟୋଚିତ ଅସ୍ତ୍ରୋପଚାର ସହାୟତାରେ ସଫଳତାର ସହିତ ଚିକିତ୍ସା କରାଯାଇପାରିବ।

ଭାରତରେ ଶିଶୁ ରୋଗ ଏବଂ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ଜନ୍ମଗତ ତ୍ରୁଟି ବା ଜନ୍ମଗତ ଅସଙ୍ଗତି। ଏହାକୁ ସମୟୋଚିତ ଅସ୍ତ୍ରୋପଚାର ସହାୟତାରେ ସଫଳତାର ସହିତ ଚିକିତ୍ସା କରାଯାଇପାରିବ।

sfhhffhxbb

ଭୁବନେଶ୍ବର: ଭାରତରେ ଶିଶୁ ରୋଗ ଏବଂ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ଜନ୍ମଗତ ତ୍ରୁଟି ବା ଜନ୍ମଗତ ଅସଙ୍ଗତି। ଏହାକୁ ସମୟୋଚିତ ଅସ୍ତ୍ରୋପଚାର ସହାୟତାରେ ସଫଳତାର ସହିତ ଚିକିତ୍ସା କରାଯାଇପାରିବ। ଏଥିଦ୍ବାରା ପ୍ରଭାବିତ ପିଲାମାନଙ୍କୁ ଏକ ନୂତନ ଜୀବନ ପ୍ରଦାନ କରାଯାଇପାରିବ। ଏହି ଆହ୍ବାନର ସମ୍ମୁଖୀନ ହେବା ଲାଗି ଖୁବ୍‌ଶୀଘ୍ର ଏମ୍‌ସ ଭୁବନେଶ୍ବର ରୋବୋଟିକ୍‌ ପେଡିଆଟ୍ରିକ୍‌ ସର୍ଜରି(ରୋବଟ୍‌ ମାଧ୍ୟମରେ ଶିଶୁ ଶଲ୍ୟ ଚିକିତ୍ସା)କୁ ଅନ୍ତର୍ଭୁକ୍ତ କରିବାକୁ ଯାଉଛି। ଆସନ୍ତା ୨ମାସ ମଧ୍ୟରେ ଏହାର ପ୍ରୟୋଗ ଆରମ୍ଭ ହେବ। ଏମ୍‌ସ ଭୁବନେଶ୍ବରର ଶିଶୁ ଶଲ୍ୟ ବିଶେଷଜ୍ଞ ଡା. ସନ୍ତୋଷ କୁମାର ମହାଳିକ କୁହନ୍ତି, ନବଜାତକଙ୍କ ଶରୀର ଖୁବ୍‌ ସମ୍ବେଦନଶୀଳ ରହିଥାଏ। ଶିଶୁମାନଙ୍କ କ୍ଷେତ୍ରରେ ଅନ୍ତଃନଳୀ, ଶ୍ବାସନଳୀ, ପାକସ୍ଥଳୀ, ବୃକ୍‌କ, ପିତ୍ତନଳୀ ଅବରୋଧ ଆଦି ସମସ୍ୟା ଅଧିକ ମାତ୍ରାରେ ଦେଖାଯାଉଛି। ସେହିଭଳି ମୁଣ୍ଡରେ ପାଣି ଜମିବା, ମେରୁଦଣ୍ଡ ହାଡ଼ରେ ଜଟିଳତା ଆଦି ଗୁରୁତର ସମସ୍ୟା ଭାବେ ବିବେଚିତ ହୋଇଥାଏ। ମାତ୍ର ସଚେତନତା ଅଭାବରୁ ଶିଶୁଟି ଅତ୍ୟନ୍ତ ଗୁରୁତର ହୋଇଯାଏ। ସମୟୋଚିତ ପଦକ୍ଷେପ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗର ଚିହ୍ନଟ ଶଲ୍ୟ ଚିକିତ୍ସା ପାଇଁ ନିତାନ୍ତ ଆବଶ୍ୟକ। କିଛି କ୍ଷେତ୍ରରେ ଭ୍ରୂଣ ଅବସ୍ଥାରୁ ରୋଗର ଚିହ୍ନଟ ଜରୁରି ହୋଇଥାଏ। ନୂଆ ବୈଷୟିକ ଜ୍ଞାନକୌଶଳ ଦ୍ବାରା ମା’ ପେଟରୁ ଶିଶୁର ଏହି ରୋଗଗୁଡ଼ିକୁ ଚିହ୍ନଟ କରାଯାଇପାରୁଛି।

SIR before Panchayat elections: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏସ୍‌ଆଇଆର୍! ସୋମବାର ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ

ପ୍ରତି ସପ୍ତାହରେ ଆସୁଛନ୍ତି ୩ଶହରୁ ଅଧିକ ରୋଗୀ
ଚିନ୍ତା ବଢ଼ାଉଛି ଶିଶୁମାନଙ୍କ ଯକୃତଜନିତ ସମସ୍ୟା

ଏମ୍‌ସ ଭୁବନେଶ୍ବରରେ ଶିଶୁ ଶଲ୍ୟ ବିଭାଗ ଦ୍ବାରା ସୁସଂଗଠିତ ଚିକିତ୍ସା ଓ ନିରାପଦ ଶଲ୍ୟ ଚିକିତ୍ସା ପ୍ରକ୍ରିୟା ନେଇ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ବିଭାଗରେ ମିନିମାଲି ଇନ୍‌ଭେସିଭ୍‌ ସର୍ଜରି, ଅଭିଜ୍ଞ ଆନେସ୍ଥେସିଆ ଟିମ୍ ଓ ନିରାପତ୍ତା ମାନଦଣ୍ଡକୁ ଅନୁସରଣ କରାଯାଉଛି। ୩୦ରୁ ୪୦ ପ୍ରତିଶତ ଶିଶୁଙ୍କ ଅସ୍ତ୍ରୋପଚାର ଏହା ଦ୍ବାରା ସମ୍ଭବ ହୋଇପାରୁଛି। ବର୍ତ୍ତମାନ ଏଥିରେ ରୋବୋଟିକ୍‌ ସର୍ଜରି ଯୋଡ଼ିହେବାକୁ ଯାଉଛି। ଏହା ଦ୍ବାରା ବହୁ ଜଟିଳ ଅସ୍ତ୍ରୋପଚାର ସହଜରେ ହୋଇପାରିବ। କିଛି ଅସ୍ତ୍ରୋପଚାର ୪ରୁ ୫ଘଣ୍ଟା ନେଇଥାଏ। ରୋବୋଟିକ୍‌ ସର୍ଜରି ଦ୍ବାରା ଏହା ଖୁବ୍‌ କମ୍‌ ସମୟ ନେବ ଓ ତ୍ରୁଟିହୀନ ହୋଇଥାଏ। ଶିଶୁର ଶରୀରକୁ କମ୍‌ ଆଘାତ ଦେଇ ଏହି ଶଲ୍ୟ ଚିକିତ୍ସା ସମ୍ଭବ ହୋଇପାରିବ। ଏମ୍‌ସ ଭୁବନେଶ୍ବରରେ ଏନେଇ ସମସ୍ତ ପ୍ରକ୍ରିୟା ଆପାତତଃ ଶେଷ ହୋଇଛି। ସେହିଭଳି ଖୁବ୍‌ଶୀଘ୍ର ଶିଶୁ ଶଲ୍ୟ ବିଭାଗରେ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ହେବାକୁ ଯାଉଛି।  ପୂର୍ବରୁ ବୟସ୍କଙ୍କ କ୍ଷେତ୍ରରେ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇଥିବା ବେଳେ ବର୍ତ୍ତମାନ ଶିଶୁମାନଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ କରାଯିବ।

Accident claims 3 lives: ଦୁର୍ଘଟଣା ନେଲା ୩ ଜୀବନ: ଡିଭାଇଡର୍‌ ଡେଇଁ ଅପରପାର୍ଶ୍ବ ଟ୍ରକ୍‌କୁ ପିଟିଲା ହାଇୱା, ସ୍କୁଟି ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଏମ୍‌ସ ଭୁବନେଶ୍ବରକୁ ପ୍ରତି ସପ୍ତାହରେ ୩ଶହରୁ ଅଧିକ ରୋଗୀ ଶିଶୁ ଶଲ୍ୟ ବିଭାଗ ଓପିଡିକୁ ଆସୁଛନ୍ତି। ବାର୍ଷିକ ଏକ ହଜାରରୁ ଅଧିକ ଅସ୍ତ୍ରୋପଚାର କରିବାରେ ଏମ୍‌ସ ସକ୍ଷମ ହେଉଛି। ପ୍ରାୟ ରୋଗୀଙ୍କ କ୍ଷେତ୍ରରେ ପିତ୍ତନଳୀ ଅବରୋଧ, ଅନ୍ତଃନଳୀରେ ଅସଙ୍ଗତି, ଲିଭର୍‌ଜନିତ ସମସ୍ୟା ଓ ଅଣ୍ଡକୋଷଜନିତ ସମସ୍ୟା ଅଧିକ ପରିମାଣରେ ଦେଖାଯାଉଛି। ରୋବୋଟିକ୍‌ ସର୍ଜରି ମାଧ୍ୟମରେ ଏହାକୁ ଠିକ୍‌ ଭାବେ ଚିକିତ୍ସା କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe