ନୂଆଦିଲ୍ଲୀ: ବାଂଲାଦେଶରେ ସପ୍ତାହକ ମଧ୍ୟରେ ଦୁଇ ଜଣ ହିନ୍ଦୁ ଯୁବକଙ୍କୁ ଉଗ୍ର ଭିଡ଼ ପିଟିପିଟି ହତ୍ୟା କରିବା ଘଟଣାରେ ଭାରତ ଦୃଢ଼ ନିନ୍ଦା କରିଛି। ସଂଖ୍ୟାଲଘୁମାନଙ୍କ ଉପରେ ଚାଲିଥିବା ଆକ୍ରମଣକୁ ‘ଚିନ୍ତାଜନକ’ ବୋଲି କହି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (ଏମ୍‌ଇଏ) ଆଜି କହିଛି ଯେ ଅପରାଧୀମାନଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ ବୋଲି ଆଶା କରାଯାଉଛି। ମୟମନସିଂହରେ ଈଶ୍ବରନିନ୍ଦା ଅଭିଯୋଗରେ ୨୫ ବର୍ଷୀୟ ହିନ୍ଦୁ  ଶ୍ରମିକ ଦୀପୁ ଚନ୍ଦ୍ର ଦାସଙ୍କୁ ଇସ୍‌ଲାମିକ ଚରମପନ୍ଥୀମାନେ ପିଟିପିଟି ହତ୍ୟା କରିଥିଲେ। ତାଙ୍କ ଶବକୁ ଗଛରେ ବାନ୍ଧି ନିଆଁ ଲଗାଇ ଦିଆଯାଇଥିଲା।

Advertisment

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଭାରତରେ ବ୍ୟାପକ ପ୍ରତିକ୍ରିୟା ହୋଇଛି।  ଗତକାଲି ମଧ୍ୟ ଆଉ ଜଣେ ହିନ୍ଦୁ ଯୁବକ ଅମୃତ ମଣ୍ଡଳଙ୍କୁ ଏକ ହିଂସ୍ର ଭିଡ଼ ପିଟିପିଟି ହତ୍ୟା କରିବା ପରେ ଏବେ ସେଠାରେ ମାମଲା ଅତ୍ୟନ୍ତ ଗମ୍ଭୀର ଓ ଚିନ୍ତାଜନକ ବୋଲି ଏମ୍‌ଇଏ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ଅପରାଧୀମାନଙ୍କୁ ଦଣ୍ଡିତ କରିବା ପାଇଁ ଭାରତ ଦାବି କରିଥିବା ବେଳେ  ସଂଖ୍ୟାଲଘୁମାନଙ୍କ ଉପରେ ଲଗାତାର ଆକ୍ରମଣ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛି।

SIR : ଉତ୍ତରପ୍ରଦେଶରୁ କଟିଲେ ୨ କୋଟି ୮୯ ଲକ୍ଷ ଭୋଟର

ମହମ୍ମଦ ଯୁନୁସ୍‌ଙ୍କ ନେତୃତ୍ୱାଧୀନ ଅସ୍ଥାୟୀ ସରକାର ଉଭୟ ଘଟଣାକୁ ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ଆଶ୍ୱାସନ ଦେଇଛି। ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାକୁ ନେଇ ଭାରତରେ ଜୋର୍‌ଦାର ପ୍ରତିବାଦ ଜାରି ରହିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଅନ୍ୟ ସହରଗୁଡ଼ିକରେ ହିନ୍ଦୁ ସଂଗଠନଗୁଡ଼ିକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ବାଂଲାଦେଶରେ ଏବେ ସଂଖ୍ୟାଲଘୁ ବିରୋଧୀ ହିଂସା ଘଟଣାଗୁଡ଼ିକ ଭାରତ-ବାଂଲାଦେଶ ସମ୍ପର୍କକୁ ପ୍ରଭାବିତ କରିଛି। ଫେବ୍ରୁଆରିରେ ସେଠାରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁ ସୁରକ୍ଷା ଏକ ବଡ଼ ପ୍ରଶ୍ନ ହୋଇଛି।