ଭୁବନେଶ୍ବର: ଆଜି ରାଜଧାନୀର ବିଭିନ୍ନ କଲେଜରେ ଯୁକ୍ତ୨ ପରୀକ୍ଷାର ପ୍ରଥମ ଦିନ ସୁରୁଖୁରରେ ଶେଷ ହୋଇଛି। ଭଲ ପ୍ରଶ୍ନ ଆସିଥିବାରୁ ପରୀକ୍ଷାର୍ଥୀମାନେ ବେଶ୍ ଖୁସି ଥିବା କହିଛନ୍ତି। କୌଣସି ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା ହୋଇଥିବା ନଜିର ନାହିଁ। ସହରରେ ୪ଟି ପରୀକ୍ଷା ପରିଚାଳନା ହବ୍ ଅଧୀନରେ ୩୩ଟି ପରୀକ୍ଷା କେନ୍ଦ୍ର ଓ ଉପକେନ୍ଦ୍ର କରାଯାଇଛି। ପାଖାପାଖି ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ବିଜେବି, ଦେବରାୟ, ରାଜଧାନୀ ଓ ମହର୍ଷି କଲେଜରେ ପରୀକ୍ଷା ପରିଚାଳନା ହବ୍ ହୋଇଛି। ବିଜେବି କଲେଜ ହବ୍ ଅଧୀନରେ ସର୍ବାଧିକ ୧୧ଟି ପରୀକ୍ଷା କେନ୍ଦ୍ର, ମହର୍ଷି କଲେଜ ଅଧୀନରେ ୯ଟି, ରାଜଧାନୀ ଅଧୀନରେ ୮ଟି ଓ ଦେବରାୟ କଲେଜ ଅଧୀନରେ ୫ଟି ସେଣ୍ଟର ରହିଛି।
ପରୀକ୍ଷା କେନ୍ଦ୍ରର ସମସ୍ତ ହଲ୍ରେ ଦୁଇଟି ଲେଖାଏ ସିସିଟିଭି କ୍ୟାମେରା ଲାଗିଛି।
6 plays in 3 languages: ୫ ଦିନରେ ୩ ଭାଷାରେ ୬ଟି ନାଟକ
ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପରୀକ୍ଷାର୍ଥୀ ସାଙ୍ଗରେ ପାଣି ବୋତଲ ଆଣିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମ ଦିନ ବିଜ୍ଞାନ ବିଭାଗର ମାତୃଭାଷା(ଓଡ଼ିଆ) ବିଷୟ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଭୟ କମ୍ ରହିଥିଲା। ପ୍ରଥମ ଦିନ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀମାନେ ଖୁସିବ୍ୟକ୍ତ କରିଛନ୍ତି। ପରୀକ୍ଷାର୍ଥୀ ରିଆନ୍ ସାହୁ କହିଛନ୍ତି ଯେ ପ୍ରଶ୍ନ ଭଲ ପଡ଼ିଥିଲା। ଆଗକୁ ଇଂରାଜୀ ସମେତ ଅନ୍ୟ ପ୍ରମୁଖ ବିଷୟ ଥିବାରୁ ସେଥିପ୍ରତି ଧ୍ୟାନ ଦେଉଛି।
Jewellery loot case: ଜୁଏଲାରି ଲୁଟ୍ ମାମଲା, ସୁନା ବନ୍ଧକ ରଖି ନେଇଥିଲା ୨.୨ ଲକ୍ଷ
ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ
ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ପରୀକ୍ଷାକୁ ଶୃଙ୍ଖଳିତ ଓ ସ୍ୱଚ୍ଛତାର ସହ କରିବାକୁ ସମସ୍ତ ପ୍ରକାରର ବ୍ୟବସ୍ଥା ହୋଇଛି। ଭୁବନେଶ୍ବରର କିଛି କେନ୍ଦ୍ର ବୁଲି ଦେଖିଛି। ପିଲାମାନେ ଖୁବ୍ ଶୃଙ୍ଖଳିତ ଭାବରେ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ସମୟରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ମଧ୍ୟ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ହୋଇଛି। ପରୀକ୍ଷା ସୁନ୍ଦର ଭାବେ ଚାଲିବ ଏବଂ ପିଲାମାନେ ଭଲ କରିବେ ବୋଲି ଆଶା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)