Bhubaneswar's atmosphere deteriorated: ବିଗିଡ଼ିଲା ଭୁବନେଶ୍ବର ବାୟୁମଣ୍ଡଳ: ୭ ଦିନ ହେଲା ମଧ୍ୟମ ଓ ଖରାପ ସ୍ତରରେ ରହୁଛି

ଦୈତ୍ୟନଗରୀ ଭୁବନେଶ୍ବର ଓ କଟକ ସହର ବାୟୁର ଗୁଣବତ୍ତା ପୁଣିଥରେ ଖରାପ ସ୍ଥିତିରେ ପହଞ୍ଚିଲାଣି। ଅନୁଗୁଳ ସହରରେ ବାୟୁର ମାନ ଗମ୍ଭୀର ସ୍ତର ଦେଇ ଗତି କରୁଛି। ପୂର୍ବାହ୍ଣ ଓ ସନ୍ଧ୍ୟା ସମୟରେ ସ୍ଥିତି ଏଭଳି ହେଉଛି ଯେ ନାକ ରୁନ୍ଧି ହୋଇଯାଉଛି।

polluction

ଭୁବନେଶ୍ବର: ଦୈତ୍ୟନଗରୀ ଭୁବନେଶ୍ବର ଓକଟକ ସହର ବାୟୁର ଗୁଣବତ୍ତା ପୁଣିଥରେ ଖରାପ ସ୍ଥିତିରେ ପହଞ୍ଚିଲାଣି। ଅନୁଗୁଳ ସହରରେ ବାୟୁର ମାନ ଗମ୍ଭୀର ସ୍ତର ଦେଇ ଗତି କରୁଛି। ପୂର୍ବାହ୍ଣ ଓ ସନ୍ଧ୍ୟା ସମୟରେ ସ୍ଥିତି ଏଭଳି ହେଉଛି ଯେ ନାକ ରୁନ୍ଧି ହୋଇଯାଉଛି। ଆଖିରୁ ପାଣି ବାହାରୁଛି। ସ‌ପ୍ତାହେ ହେଲା ରାଜ୍ୟର ପ୍ରମୁଖ ପ୍ରଦୂଷିତ ସହରରେ ଏଭଳି ପରିବେଶ ସୃଷ୍ଟି ହୋଇଛି। ରାଜ୍ୟରେ ଘନକୁହୁଡ଼ି ସହ ଥଣ୍ଡା ବଢ଼ୁଥିବାରୁ ହଠାତ୍‌ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ଦିନକୁ ଦିନ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ପ୍ରଦୂଷଣ ରୋକିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ଓ ସନ୍ଧ୍ୟା ୬ରୁ ରାତି ୧୨ଟା ପର୍ଯ୍ୟନ୍ତ ସହରଗୁଡ଼ିକର ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ପର୍ଟିକୁଲେଟ୍‌ ମ୍ୟାଟର୍‌ (ପିଏମ୍‌)-୨.୫ (୨.୫ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍‌ ବ୍ୟାସ ବିଶିଷ୍ଟ ସୂକ୍ଷ୍ମ ନିଶ୍ୱାସଯୋଗ୍ୟ କଣିକା, ଯାହାକି ଫୁସଫୁସରେ ପ୍ରବେଶ କରି ରକ୍ତପ୍ରବାହରେ ବିପଦ ସୃଷ୍ଟି କରେ) ଗମ୍ଭୀର ସ୍ତରରେ ପହଞ୍ଚୁଛି। ପିଏମ୍‌୧୦ ମାତ୍ରା ମଧ୍ୟ ଖରାପ ହେଉଛି। ଆଜି ଅପରାହ୍ଣ ୪ଟାରେ ମିଳିଥିବା ତଥ୍ୟ ଅନୁଯାୟୀ ଅନୁଗୁଳ ସହର ସବୁଠାରୁ ଅଧିକ ପ୍ରଦୂଷିତ ହେବା ସହ ଏଠାକାର ହାରାହାରି ବାୟୁ ପ୍ରଦୂଷଣ(ପିଏମ୍‌୨.୫) ୨୯୪ ରହିଛି, ଯାହାକି ଖରାପ। କଟକରେ ଏକ୍ୟୁଆଇ ପିଏମ୍‌୨.୫ ମାତ୍ରା ୨୦୬, ବାଲେଶ୍ବରରେ ୨୦୨ ରହିଥିଲା।

Youth Festival: ଯୁବ ଉତ୍ସବରେ ସଂସ୍କୃତି ଓ ଜ୍ଞାନର ଏକ ବିରଳ ସମନ୍ୱୟର ଝଲକ

୭ ଦିନ ହେଲା ମଧ୍ୟମ ଓ ଖରାପ ସ୍ତରରେ ରହୁଛି
ଲିଙ୍ଗରାଜ ମନ୍ଦିର ଅଞ୍ଚଳ ବାୟୁ ଅଧିକ ପ୍ରଦୂଷିତ
ବେଧଡ଼କ ନିର୍ମାଣ ଉପରେ ଲାଗୁନି କଟକଣା

ଅନୁରୂପ ଭାବେ ଭୁବନେଶ୍ବରରେ ହାରାହାରି ପିଏମ୍‌୨.୫ ମାତ୍ରା ୧୭୬, ତାଳଚେରରେ ୧୯୯, ବ୍ୟାସନଗରରେ ୧୭୫, ବାରିପଦାରେ ୧୧୯ ଓ ରାଉରକେଲାରେ ୧୧୯ ରହିବା ସହ ମଧ୍ୟମଧରଣ ପ୍ରଦୂଷିତ ସହର ମଧ୍ୟରେ ସ୍ଥାନ ପାଇଛି। ତେବେ ଆଜି ସନ୍ଧ୍ୟାଠାରୁ ଭୁବନେଶ୍ବର ବାୟୁମଣ୍ଡଳ ପ୍ରଦୂଷିତ ହୋଇଥିବା ନଜରକୁ ଆସିଛି। ଲିଙ୍ଗରାଜ ମନ୍ଦିର ନିକଟ ଷ୍ଟେସନ ତଥ୍ୟ ଅନୁଯାୟୀ ଦିନର ଅଧିକାଂଶ ସମୟ ଖରାପ ସ୍ତରରେ ରହିଥିବା ବାୟୁମଣ୍ଡଳ ସନ୍ଧ୍ୟା ୬ଟା ବେଳକୁ ଖରାପ ହୋଇଯାଇଛି। ଏହି ଅଞ୍ଚଳରେ ପିଏମ୍‌୨.୫ ମାତ୍ରା ୨୦୭ରେ ପହଞ୍ଚିଥିଲା। ପରବର୍ତ୍ତୀ ଦୁଇ ଘଣ୍ଟା ମଧ୍ୟରେ ଅଧିକ ଖରାପ ହୋଇ ରାତି ୯ଟା ବେଳକୁ ୩୨୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହାରାହାରି ପ୍ରଦୂଷଣ ୨୦୫ରେ ରହିଛି। ତେବେ ପିଏମ୍‌୧୦ ମାତ୍ରା ମଧ୍ୟମ ସ୍ତରରେ ରହିଥିବା ଜଣାପଡ଼ିଛି। ପଟିଆ ଅଞ୍ଚଳରେ ବାୟୁ ପ୍ରଦୂଷଣ ଦିନ ସାରା ମଧ୍ୟମ ସ୍ତରରେ ରହିଥିବା ବେଳେ ରାତି ୯ଟା ବେଳକୁ ଖରାପ ହୋଇଯାଇଛି।

Nabarangpur: ନବରଂଗପୁରରେ ୫୫ ପ୍ରତିଶତ ମା’ ରକ୍ତହୀନତା‌ର ଶିକାର

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କହିବାନୁଯାୟୀ ପାଗରେ ହଠାତ୍‌ ପରିବର୍ତ୍ତନ ହୋଇଛି। ମାସେ ହେଲା ଥଣ୍ଡା ଅନୁଭୂତ ହେଉଥିବା ବେଳେ ୩ ଦିନ ‌ହେଲା କୁହୁଡ଼ି ପଡ଼ୁଛି। ଯେଉଁଥିପାଇଁ କ୍ଷୁଦ୍ର ଧୂଳିକଣା କୁଆଡ଼େ ଯାଇପାରୁ ନାହିଁ ଏବଂ ବାୟୁ ପ୍ରଦୁଷଣ ବଢ଼ାଉଛି। ସାଧାରଣତଃ ଶୀତ ଦିନରେ ପ୍ରଦୂଷଣ ସମସ୍ୟା ଅଧିକ ହୋଇଥାଏ। ତେବେ ଭୁବନେଶ୍ବର ଓ କଟକରେ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ହେଉଛି ନିର୍ମାଣ କାର୍ଯ୍ୟ। ପ୍ରତିଦିନ ଶହ ଶହ କୋଠା ନିର୍ମାଣ ହେଉଥିବାରୁ ସେଥିରୁ ବାହାରୁଥିବା ଧୂଳିକଣା ପ୍ରଦୂଷଣ ବଢ଼ାଉଛି। ଅଧିକ ସଂଖ୍ୟାରେ ଗାଡ଼ିମଟର ଚାଲିବା ଏବଂ ରାସ୍ତା ନିର୍ମାଣ ବି ପ୍ରଦୂଷଣକୁ ବଢ଼ାଇବାର ଅନ୍ୟତମ କାରକ ସାଜିଛି। ଅନେକ ସ୍ଥାନରେ ରାସ୍ତା ଖୋଲାଯାଇ ରାସ୍ତାପାର୍ଶ୍ବରେ ଜମା କରାଯାଉଛି। ଅନୁଗୁଳ, ତା‌ଳଚେର ଓ ବଡ଼ବିଲରେ ନିର୍ମାଣ କାର୍ଯ୍ୟ ସହ ଶିଳ୍ପ ପ୍ରତିଷ୍ଠାନ, ଖଣି ଖନନ, କାରଖାନାରୁ ବାହାରୁଥିବା ବିଷାକ୍ତ ଧୂଆଁ ଯୋଗୁଁ ସମସ୍ୟା ହେଉଥିବା ବୋର୍ଡର ଜଣେ ଅଧିକାରୀ କହିଛନ୍ତି।

winter cold | Weather | Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe