ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ପକ୍ଷରୁ ଆଜି ସଚିବାଳୟ ମାର୍ଗରେ ବେଆଇନ ଇଚ୍ଛେଦ କରାଯାଇଛି। ନିକୋପାର୍କ ନିକଟରେ ଥିବା ଦୁଇଟି ନର୍ସରିକୁ ଭଙ୍ଗାଯାଇଛି। ୫ହଜାର ବର୍ଗଫୁଟ୍‌ ଅଞ୍ଚଳରେ ପରିବ୍ୟାପ୍ତ ଏହି ଅଞ୍ଚଳକୁ ଜବରଦଖଲମୁକ୍ତ କରାଯାଇଛି।

Advertisment

ଅନ୍ୟପକ୍ଷରେ ବିଏମ୍‌ସିର ଜୋନାଲ୍‌ ସ୍କ୍ଵାଡ୍‌ଗୁଡ଼ିକ ପକ୍ଷରୁ ଆଜି ବି ହୋର୍ଡିଂ ହଟା କାର୍ଯ୍ୟ ଜାରି ରହିଛି। ଗୋଟିଏ ଦିନରେ ବିଭିନ୍ନ ଜୋନ୍‌ରୁ ୩୫୮ଟି ହୋର୍ଡିଂ ଉଚ୍ଛେଦ କରାଯାଇଛି। ଦକ୍ଷିଣ ପଶ୍ଚିମ ଜୋନ୍‌ ଅଧୀନରେ ଆସୁଥିବା ଜୟଦେବ ବିହାର, ବରମୁଣ୍ଡା ଅଞ୍ଚଳର ଜାତୀୟ ରାଜପଥ ପାର୍ଶ୍ୱରୁ ୧୪୦ଟି ବେଆଇନ ହୋର୍ଡିଂ ହଟାଯାଇଛି। ଦକ୍ଷିଣ ପୂର୍ବ ଜୋନ୍‌ରେ ୧୧୮ଟି ଏବଂ ଉତ୍ତର ଜୋନ୍‌ରୁ ୧୦୦ଟି ହୋର୍ଡିଂ ଉଚ୍ଛେଦ ହୋଇଛି। ଏଥିରେ ସମସ୍ତ ରାଜନୈତିକ ଦଳର ନେତାଙ୍କ ନବବର୍ଷ ସ୍ୱାଗତ ହୋର୍ଡିଂ ରହିଛି।