Book: ପୁସ୍ତକ ‘ଦୂର ଦିଗନ୍ତର ସମ୍ମୋହନ’ ଓ ଆଲ୍‌ବମ୍‌ ‘ହେ ମହାବାହୁ’ ଲୋକାର୍ପିତ: ‘ସଙ୍ଗୀତ ଓ ସାହିତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ’

Advertisment

ସାହିତ୍ୟର ଏକ ଅନନ୍ୟ ବିଭବ ହେଉଛି ଭ୍ରମଣ କାହାଣୀ। ଏହା କେବଳ କୌଣସି ସ୍ଥାନ ବିଷୟରେ ନୁହେଁ ବରଂ ଏଥି ସହିତ ଜଡ଼ିତ କଳା, ସଂସ୍କୃତି ଓ ପରମ୍ପରାକୁ ବର୍ଣ୍ଣନା କରେ। ଦେବଶ୍ରୀ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହୋଟେଲ ଷ୍ଟଲଵାଟ୍‌ ଯଯାତିରେ....

ସାହିତ୍ୟର ଏକ ଅନନ୍ୟ ବିଭବ ହେଉଛି ଭ୍ରମଣ କାହାଣୀ। ଏହା କେବଳ କୌଣସି ସ୍ଥାନ ବିଷୟରେ ନୁହେଁ ବରଂ ଏଥି ସହିତ ଜଡ଼ିତ କଳା, ସଂସ୍କୃତି ଓ ପରମ୍ପରାକୁ ବର୍ଣ୍ଣନା କରେ। ଦେବଶ୍ରୀ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହୋଟେଲ ଷ୍ଟଲଵାଟ୍‌ ଯଯାତିରେ....

dgfshfshhfsxvb

ଭୁବନେଶ୍ୱର: ସାହିତ୍ୟର ଏକ ଅନନ୍ୟ ବିଭବ ହେଉଛି ଭ୍ରମଣ କାହାଣୀ। ଏହା କେବଳ କୌଣସି ସ୍ଥାନ ବିଷୟରେ ନୁହେଁ ବରଂ ଏଥି ସହିତ ଜଡ଼ିତ କଳା, ସଂସ୍କୃତି ଓ ପରମ୍ପରାକୁ ବର୍ଣ୍ଣନା କରେ। ଦେବଶ୍ରୀ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହୋଟେଲ ଷ୍ଟଲଵାଟ୍‌ ଯଯାତିରେ ଆୟୋଜିତ ଲେଖିକା ଛନ୍ଦା ମିଶ୍ରଙ୍କ ପୁସ୍ତକ ‘ଦୂର ଦିଗନ୍ତର ସମ୍ମୋହନ’ ଓ ଆଲବମ ‘ହେ ମହାବାହୁ’ର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି।

Japan Earthquake : ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସଙ୍ଗୀତ ଓ ସାହିତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି କହିଥିଲେ। ସାହିତ୍ୟ ଆମକୁ ଶୃଙ୍ଖଳା ଶିଖାଏ ଏବଂ ସଙ୍ଗୀତ ସମର୍ପଣର ଭାବ ଦିଏ। ଏହି ପୁସ୍ତକରେ ଅତ୍ୟନ୍ତ ସରଳ ଭାଷାରେ ଭାରତର ଭୂଗୋଳ, ଇତିହାସ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନା ରହିଥିବାରୁ ଶ୍ରୀମତୀ ମିଶ୍ରଙ୍କ ରଚିତ ପୁସ୍ତକ ଏକ ଭିନ୍ନ ସ୍ୱାଦର ଭ୍ରମଣ କାହାଣୀ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଅଧ୍ୟାପକ ବିଶ୍ୱରଞ୍ଜନ କହିଲେ ଯେ ଏହା ଏକ ଭ୍ରମଣ କାହାଣୀ ନୁହେଁ ବରଂ ଏକ ଆଧ୍ୟାତ୍ମିକ ପୁସ୍ତକ। ଲେଖିକା ଏହି ପୁସ୍ତକରେ ନିଜର ଅନୁଭୂତି ଓ ଅନୁଚେତନାକୁ ଚମତ୍କାର ଢଙ୍ଗରେ ଉପସ୍ଥାପନା କରିଛନ୍ତି ବୋଲି ସେ କହିଥିଲେ।

Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ

ଅନ୍ୟତମ ଅତିଥି ପୂର୍ବତନ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଭ୍ରମଣ କାହାଣୀରେ ଓଡ଼ିଆ ସାହିତ୍ୟ ଋଦ୍ଧିମନ୍ତ ହୁଏ ବୋଲି କହିବା ସହ ପୁସ୍ତକର ସମୀକ୍ଷା କରି ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଗୀତିକାର ଗୌର ପଟ୍ଟନାୟକ ଗୀତି କବିତା ହୃଦୟକୁ ଛୁଏଁ, ହେଲେ ଏହାକୁ ଲେଖିବା ଭାରି କଷ୍ଟକର। ଶବ୍ଦ ସଂଯୋଜନା ଗୀତି କବିତାର ମୂଳ ଉତ୍ସ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ସାହିତ୍ୟିକା ଗୌରୀ ଶତପଥୀ ଦୃଢ଼ ଇଚ୍ଛା ଶକ୍ତି ଥିଲେ ସମସ୍ତ କାର୍ଯ୍ୟ ସଫଳ ହୁଏ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ପୁସ୍ତକ ଉନ୍ମୋଚନ ସହିତ ଆଲବମ୍‌ର ଗୀତଗୁଡ଼ିକ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ସଂଯୁକ୍ତା ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀମତୀ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe