ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ରାସ୍ତାଘାଟରେ ଥିବା ଖାଲଖମା ଟ୍ରାଫିକ୍ ଯନ୍ତ୍ରଣା ସାଙ୍ଗକୁ ଦୁର୍ଘଟଣା ଭୟ ବଢ଼ାଇ ଦେଲାଣି। କେଉଁଠି ଟେଲିଫୋନ୍ ତାର ତ କେଉଁଠି ସ୍ବେରେଜ୍ ଅବା ଗ୍ୟାସ ପାଇପ୍ ଲାଇନ୍ ବିଛାଇବା ପାଇଁ ମନଇଛା ରାସ୍ତାଘାଟକୁ ଖୋଳି ଦିଆଯାଉଛି। ସେ ପ୍ରମୁଖ ରାସ୍ତା ହେଉ କି ଗଳିକନ୍ଦି, ସବୁଠି ସ୍ଥିତି ସମାନ। ବିରାଟ ବିରାଟ ଗର୍ତ୍ତ ପ୍ରତି ମୁହୂର୍ତ୍ତରେ ଡରାଉଛି। ସହର ସାରା ବହୁ ରାସ୍ତାରେ ମୃତ୍ୟୁର ଫାଶ ଭଳି ଗାତଗୁଡ଼ିକ ଆଁ କରି ରହିଛି। ବିପଦସଂକେତ ଚିହ୍ନିତ ହେଉ ନଥିବାରୁ ଗାଡ଼ିଚାଳକମାନେ ଅନ୍ୟମନସ୍କରେ ଗାତରେ ଗଳି ପଡ଼ୁଛନ୍ତି। ଦିନ ଅପେକ୍ଷା ପଥଚାରୀ ଅବା ଗାଡ଼ିଚାଳକଙ୍କ ଏହି ଯନ୍ତ୍ରଣା ରାତିରେ ବେଶି ବଢ଼ିଯାଉଛି। ଅନ୍ଧକାରରେ ଯିବା ବେଳେ ସେମାନେ ଗର୍ତ୍ତରେ ଖସି ପଡ଼ୁଛନ୍ତି।
ଚନ୍ଦ୍ରଯାନ-୪ ଅବତରଣ ସ୍ଥାନ ଚିହ୍ନିତ
ସ୍ବେରେଜ୍, ଟେଲିଫୋନ୍ ଓ ଗ୍ୟାସ୍ ବିତରଣ ସଂସ୍ଥାମାନେ ଏତେ ଲଗାମଛଡ଼ା ହୋଇଯାଇଛନ୍ତି ଯେ ନୂଆ ରାସ୍ତାକୁ ବି ଛାଡ଼ୁନାହାନ୍ତି। ପୂର୍ତ୍ତ ହେଉ କି ବିଏମ୍ସି, ସବୁଠି ରାସ୍ତା ଖୋଳି ବଡ଼ ବଡ଼ ଗର୍ତ୍ତ କରି ମାସ ମାସ ଧରି ବିପଦସଂକୁଳ ଅବସ୍ଥାରେ ଛାଡ଼ି ଦିଆଯାଉଛି। ଏଥିରୁ ସରକାରୀ ବିଭାଗ ଭିତରେ ସମନ୍ବୟର ଘୋର ଅଭାବ ଥିବା ଜଳଜଳ ଦିଶୁଛି। ଏଭଳି ଅବ୍ୟବସ୍ଥା ରାଜଧାନୀବାସୀଙ୍କୁ ଯମ ଯନ୍ତ୍ରଣା ଦେଉଛି। ଅଞ୍ଚଳବାସୀଙ୍କ ବହୁଦିନର ଦାବି ପରେ ମହର୍ଷି କଲେଜ-ଆଇଡିବିଆଇ ଛକ ରାସ୍ତା କୋଟି କୋଟି ଟଙ୍କା ବ୍ୟୟରେ ମାଷ୍ଟିକ୍ କରାଯାଇଥିଲା। ମାସେ ତଳେ ହୋଇଥିବା ଏହି ରାସ୍ତାରେ ପାଇପ୍ ଲାଇନ୍ ପକାଇବାକୁ ଖୋଳି ଦିଆଯାଇଛି। ସହିଦନଗର ଭିତର ରାସ୍ତା ବି ମାସେ ତଳେ ନୂଆ ପିଚୁ ପଡ଼ିଥିଲା। ଏହାକୁ ବି ଖୋଳି ଦିଆଯାଇଛି। ୟୁନିଟ୍-୮ ଡିଏଭି ରାସ୍ତା ୧୫ ଦିନ ତଳେ ନୂଆ କରି ନିର୍ମାଣ ହୋଇଥିଲା। ଏଠାରେ ବି ପାଇପ୍ ପକାଇବାକୁ ରାସ୍ତାକୁ ତାଡ଼ି ଦିଆଯାଇଛି। କ୍ୟାପିଟାଲ୍ ହସ୍ପିଟାଲ୍ ଅଞ୍ଚଳ ବି ଏଥିରୁ ବାଦ୍ ପଡ଼ିନି। ଦୈନିକ ଏହି ରାସ୍ତାରେ ରୋଗୀ ଓ ଆମ୍ବୁଲାନ୍ସ ଯାଉଛି, ତଥାପି କାହାରି ନିଘା ନାହିଁ।
9 countries and 89 children: ୫ ଦଶନ୍ଧି, ୯ ଦେଶ ଓ ୮୯ ଶିଶୁ: ଫରାସୀ ଶିକ୍ଷକଙ୍କ କଳା କାରନାମାର ପର୍ଦ୍ଦାଫାସ
ସମାନ ସ୍ଥିତି ଝାରପଡ଼ା, ବଡ଼ଗଡ଼, ୟୁନିଟ୍-୧ ଆଦିବାସୀ ପଡ଼ିଆକୁ ଯିବା ରାସ୍ତାରେ। ନିୟମ କହୁଛି, ଯେଉଁମାନେ ବିଏମ୍ସି ଅଞ୍ଚଳରେ ରାସ୍ତାଘାଟ ଖୋଳୁଛନ୍ତି, ସେମାନେ ବିଏମ୍ସିଠାରୁ ଅନୁମତି ନେବେ। ରାସ୍ତା ଖନନ ପୂର୍ବରୁ ଏଷ୍ଟିମେଟ୍ ଅନୁସାରେ ସିକ୍ୟୁରିଟି ଜମାଦେବେ। ନିୟମ ଅବମାନନା ହେଲେ ଏହି ସିକ୍ୟୁରିଟି ଜମାରୁ ଜରିମାନା ଆକାରରେ ଟଙ୍କା କାଟି ଏଥିରେ ବିଏମ୍ସି ନିଜେ ରାସ୍ତା ମରାମତି କରିବ। କିନ୍ତୁ ନିୟମ ତା ବାଟରେ ଏବଂ ବାବୁମାନେ ତାଙ୍କ ବାଟରେ। ଏଣେ ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା।
Follow Us