ଭୁବନେଶ୍ବରରେ ସିବିଆଇର ଚଢ଼ାଉ; ଦାମୀ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ, ୪ ଅଟକ

ଭୁବନେଶ୍ୱରରେ ଶନିବାର ରାତିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ସ୍ବତନ୍ତ୍ର ଟିମ୍‌ ବଡ଼ଧରଣର ଚଢ଼ାଉ କରିଛନ୍ତି। ସିବିଆଇ ଟିମ୍‌  ସ୍ଥାନୀୟ ମେ ଫାୟାର ହୋଟେଲ ନିକଟରେ ଏକ ଦାମୀ କାର ଉପରେ ଅତର୍କିତ ଚଢ଼ାଉ କରିଛନ୍ତି।

ଅଦ୍ୟତନ ହୋଇଛି
0f93e772-ca76-47b0-9150-44fc8c07dfe0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଶନିବାର ରାତିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ସ୍ବତନ୍ତ୍ର ଟିମ୍‌ ବଡ଼ଧରଣର ଚଢ଼ାଉ କରିଛନ୍ତି। ସିବିଆଇ ଟିମ୍‌  ସ୍ଥାନୀୟ ମେ ଫାୟାର ହୋଟେଲ ନିକଟରେ ଏକ ଦାମୀ କାର ଉପରେ ଅତର୍କିତ ଚଢ଼ାଉ କରିଛନ୍ତି। ଏଥି ସହିତ ଏହି କାର୍‌ରେ ଥିବା ବ୍ୟକ୍ତିମାନଙ୍କୁ ଉଠାଇ ନେବା ସହିତ ଲକ୍ଷାଧିକ ଟଙ୍କା ଜବତ କରିଛନ୍ତି। ସିବିଆଇ ଟିମ୍‌ ଏହି ମାମଲାରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। 

ଏହି ଖବର ପଢ଼ନ୍ତୁ: ପୁଲିସ ଆଖିରୁ ଖସିପାରିଲାନି କୁଖ୍ୟାତ ଅପରାଧୀ

ଭୁବନେଶ୍ବରର ମେ ଫାୟାର ହୋଟେଲ ନିକଟରେ ଏକ ଦାମୀ ଗାଡ଼ି (ଓଡି ୦୫ ବିଭି ୯୯୯୯)ରେ ବିପୁଳ ପରିମାଣର ଟଙ୍କା ଥିବା ନେଇ ସିବିଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସିବିଆଇର ଟିମ୍‌ ଚଢ଼ଉ ପାଇଁ ସ୍ବତନ୍ତ୍ର ଯୋଜନା କରିଥିଲା। ଏହି ଆଧାରରେ କାର୍‌ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କାର୍‌ ଭିତରେ କିଛି ଲୋକ ଥିଲେ। ସେମାନଙ୍କର ଠାରୁ ସିବିଆଇର ୬ ଜଣିଆ ଟିମ୍‌ ଲକ୍ଷାଧିକ ଟଙ୍କା ଜବତ କରିଛନ୍ତି। ସେମାନେ କୌଣସି କାମ ପାଇଁ ଟଙ୍କା ଡିଲ୍‌ କରୁଥିବା ନେଇ ସିବିଆଇ ସନ୍ଦେହ କରୁଛି। ସିବିଆଇ ଟିମ୍‌ ମୋଟ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ଏହି ଖବର ପଢ଼ନ୍ତୁ: ବାଇକ୍‌ ଆରୋହୀ ୩ ଜଣଙ୍କୁ ଚାପିଦେଲା ବସ୍‌

ଦାମୀ ଗାଡ଼ିରୁ ବିପୁଳ ଟଙ୍କା ଜବତ ହୋଇଛି। ସିବିଆଇର ଟିମ୍‌ ଅତର୍କିତ ଚଢ଼ାଉ କରି କାର୍‌ ଭିତରେ ଥିବା ଲୋକଙ୍କୁ ମଧ୍ୟରୁ ଟଙ୍କା ଜବତ କରିଛି। ଏଥି ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ଏହି ଖବର ପଢ଼ନ୍ତୁ: ଖୋଲିଲା କଳିଙ୍ଗା ବଟାନିକାଲ ଗାର୍ଡେନ୍‌

ତେବେ ରିପୋର୍ଟ ଲେଖାଯିବା ବେଳକୁ କାର୍‌ ଭିତରୁ କେତେ ଟଙ୍କା ଜବତ କରାଯାଇଛି ତହା ଜଣାପଡ଼ି ନାହିଁ। କେଉଁ କାମ ପାଇଁ ଏହି ଡିଲ ହେଉଥିଲା ସେନେଇ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ଘଟଣାର ତଦନ୍ତ ସରିଲା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ।

ଏହି ଖବର ପଢ଼ନ୍ତୁ: ପ୍ରେମିକାର ଭିଡିଓ ରଖି କୋଟି କୋଟି ଟଙ୍କା ଲୁଟୁଥିଲା ପ୍ରେମିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe