ବର୍ତ୍ତି ପାରିବେନି ଆପାର୍ଟମେଂଟ୍‌ ଲୁଟେରା; ଛଦ୍ମବେଶରେ ଅଛି ଅପରେସନ ‘ଅଦୃଶ୍ୟ‘

ଭୁବନେଶ୍ବରରେ ଆପାର୍ଟମେଣ୍ଟରୁ ଚୋରି, ଡକାୟତି, ରାହାଜାନୀ ଆଦି ଅପରାଧିକ ଘଟଣା ବୃଦ୍ଧି ପାଇଥିବା ବେଳେ ‌ଅପରାଧ ସଂପର୍କିତ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ କାବୁ କରିବା ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି।

5af92745-a548-4206-b737-056741a085b9

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟରୁ ଚୋରି, ଡକାୟତି, ରାହାଜାନୀ ଆଦି ଅପରାଧିକ ଘଟଣା ବୃଦ୍ଧି ପାଇଥିବା ବେଳେ ‌ଅପରାଧ ସଂପର୍କିତ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ କାବୁ କରିବା ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଭୁବନେଶ୍ବର ଡିସିପି ପିନାକ ମିଶ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ‘ଠିକ୍‌ ସମୟରେ କାମ ନସରିଲେ ହେବ କାର୍ଯ୍ୟାନୁଷ୍ଠାନ’

ଡିସିପି ଶ୍ରୀ ମିଶ୍ର କହିଛନ୍ତି ଯେ, ଆପାର୍ଟମେଣ୍ଟ ଲୁଟେରାଙ୍କୁ କମିସନରେଟ ପୁଲିସର ଆରପାର ଚ୍ୟାଲେଞ୍ଜ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜଧାନୀରେ ସ୍ବତନ୍ତ୍ର ଟିମ୍‌ (Anti burglary squad) ଗଠନ ହୋଇଛି। ୧୫୦ ଜଣ ବଛାବଛା ପୁଲିସଙ୍କୁ ନେଇ ଏହି ଟିମ୍‌ ଗଠନ ହୋଇଛି। ଏହି ଟିମ୍‌ ରାତିତମାମ ଚେକିଂ ଓ ବ୍ଳକିଂ ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରୁଛି।

ଏହି ଖବର ପଢ଼ନ୍ତୁ: ଜେପିସିକୁ ଗଲା 'ଏକ ଦେଶ, ଏକ ନିର୍ବାଚନ' ବିଲ୍

ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଟିମ୍‌ରେ କିଛି ବନ୍ଧୁକଧାରୀ ଅଧିକାରୀ ରହିଛନ୍ତି। କେବଳ ଭୁବନେଶ୍ବରରେ ନୁହେଁ। ବରଂ ରାଜଧାନୀ ଉପକଣ୍ଠରେ ମଧ୍ୟ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଟିମ୍‌ ପାଇଁତରା ମାରୁଛି। ଏ ନେଇ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ ମଧ୍ୟ ଗଠନ ହୋଇଛି। ନିଜେ ଡିସିପି ଏହି ହ୍ବାଟ୍‌ସଆପ୍‌ ଗ୍ରୁପର ଆଡ୍‌ମିନ୍‌ ଅଛନ୍ତି। ସମସ୍ତ ଥାନାର ଥାନାଧିକାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି। ଆପାର୍ଟମେଣ୍ଟର ସଭାପତି ଓ ସେକ୍ରେଟାରିମାନେ ମଧ୍ୟ ଏହି ଗ୍ରୁପରେ ଯୋଡ଼ି ହୋଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଶିଳ୍ପାଙ୍କ ନାମ ମୋ ମାମଲା ସହିତ ଯୋଡ଼ନ୍ତୁ ନାହିଁ

ଅଚିହ୍ନା ଲୋକଙ୍କ ଚଳପ୍ରଚଳ ଓ ସନ୍ଦିଗ୍ଧ ଗାଡ଼ି ଦେଖିଲେ ପୁଲିସ୍‌ ଟିମ୍‌ ତୁରନ୍ତ ସେଠାରେ ପହଂଚୁଛି। ଯେଉଁ ଆପାର୍ଟମେଣ୍ଟର ସିସିଟିଭି କାମ କରୁନାହିଁ, ସେ ନେଇ ସ୍ବତନ୍ତ୍ର ଟିମ୍‌ ତୁରନ୍ତ ଭୁବନେଶ୍ୱର ଡିସିପିଙ୍କୁ ଜଣାଉଛି। ଏହି ଅପରେସନ ବେଳେ କିଛି ସନ୍ଦିଗ୍ଧଙ୍କୁ ମଧ୍ୟ କାବୁ କରାଯାଇଛି। ଯେଉଁମାନେ ଦିନରେ ମଜୁରିଆ କାମ କରୁଛନ୍ତି ଏବଂ ରାତିରେ ଲୁଟ୍‌ପାଟ୍‌ କରୁଛନ୍ତି, ସେମାନଙ୍କ ବାବ‌ଦରେ ମଧ୍ୟ ପୁଲିସ ଖବର ପାଇଛି। ଆଉ କିଛି ସ୍ଥାନରେ ପୁଲିସ ଆନ୍ତଃ ରାଜ୍ୟ ଲୁଟେରାଙ୍କ ସନ୍ଧାନ ମଧ୍ୟ ପାଇଛି। ବିଗତ କିଛିଦିନ ଧରି ଆପାର୍ଟମେଣ୍ଟ ଲୁଟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ପାହାଳ ଅଞ୍ଚଳରୁ ସିରିଜ ଲୁଟ୍‌ ହୋଇଥିଲା। ଯେଉଁ ଘଟଣା କମିସନରେଟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। 

ଏହି ଖବର ପଢ଼ନ୍ତୁ: କୋରାପୁଟ, ମାଲକାନଗିରି ଗସ୍ତରେ ଯିବେ ପ୍ରଭାତୀ ପରିଡ଼ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe