ଭୁବନେଶ୍ବର: ଟାଟା କମ୍ପାନି ପକ୍ଷରୁ ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା ଦାବି ତଥା ଘରୋଇ ଓ କୃଷି କ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବାକୁ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ବରେ ଦଳର ବରିଷ୍ଠ ନେତୃବର୍ଗ ଏକ ପଦଯାତ୍ରାରେ ଟାଟା ପାୱାର କାର୍ଯ୍ୟାଳୟକୁ ଯାଇ ଗେଟରେ ତାଲା ପକାଇଥିଲେ। ଏହି ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ, ଲୋକଙ୍କ ଘରେ ବିଦ୍ୟୁତ ନ ଥିବା ବେଳେ ସରକାର କୋଟି କୋଟି ଟଙ୍କାର ବିଜୁଳି କଳ କାରଖାନାକୁ ଦେଇ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି। ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ବିଜୁଳି ମଧ୍ୟ ବର୍ତ୍ତମାନ ଏକ ମୌଳିକ ଆବଶ୍ୟକତା। ଅନ୍ୟ ରାଜ୍ୟରେ କୃଷକଙ୍କୁ ବିଜୁଳି ଛାଡ଼ ହେଉଥିବା ବେଳେ ଓଡ଼ିଶାରେ ଏଭଳି ବ୍ୟବସ୍ଥା ନାହିଁ। ଆଜି ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମାରେ ତାଲା ପକା ଅଭିଯାନ କରାଯାଇଛି। ସୁରକ୍ଷା ରାଶି ପ୍ରତ୍ୟାହାର ଓ ଘରୋଇ କୃଷକଙ୍କୁ ମାଗଣା ବିଜୁଳି ଯୋଗାଣ ନ ହେବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ। ସାଧାରଣ ଜନତା ଟାଟା ପାୱାରର ଶୋଷଣ ବିରୋଧରେ ମୁହଁ ଖୋଲନ୍ତୁ, ପ୍ରତିବାଦ କରନ୍ତୁ।
New year: ନୂଆବର୍ଷ ପାଇଁ ଛାଇଗଲାଣି ହୋଡିଂ
ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଲେ, ଟାଟା ପାୱାର ଅନ୍ୟ ରାଜ୍ୟରେ କମ୍ପାନିମାନଙ୍କୁ ୮ ଟଙ୍କାରେ ବିଜୁଳି ବିକ୍ରି କରୁଥିବା ବେଳେ ଓଡ଼ିଶାରେ ୪ ଟଙ୍କା ୫୦ ପଇସାରେ ଯୋଗାଉଛି। ଓଡ଼ିଶାରେ ଶିଳ୍ପ ସଂସ୍ଥାକୁ ଏତେ ଅନୁକମ୍ପା କାହିଁକି ? ବରଂ ଶିଳ୍ପକୁ ୮ଟଙ୍କାରେ ବିଜୁଳି ବିକ୍ରି କରି ଘରୋଇ ଓ କୃଷି କ୍ଷେତ୍ରକୁ ମାଗଣା କରାଯାଉ। ଓଇଆରସି ଓ ଟାଟା ପାୱାର ମଧ୍ୟରେ ଗୁପ୍ତ ବୁଝାମଣା ଯୋଗୁଁ ସାଧାରଣ ଜନତାଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି। ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଲେ, ଯଦି ସରକାର ବିଜୁଳି ମାଗଣାରେ ଦେବେ ନାହିଁ, ତେବେ ସରକାରକୁ ଶାନ୍ତିରେ ରହିବାକୁ ଦେବୁ ନାହିଁ। ଆଗକୁ ଆନ୍ଦୋଳନ ଭୁବନେଶ୍ୱରରୁ ପଲ୍ଲୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବ।
Hydrogen fuel: କେତେ ପରିବେଶ ଅନୁକୂଳ ଉଦ୍ଜାନ ଇନ୍ଧନ?
ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, କିଶୋର ଜେନା, ଅରବିନ୍ଦ ଦାସ, ପବିତ୍ର ସାଉଁନ୍ତା, ମନୋରଂଜନ ଦାଶ, ଶୁଭେନ୍ଦୁ ମହାନ୍ତି, କୈଳାସ ସାହୁ, ଚିନ୍ମୟ ସୁନ୍ଦର ଦାସ, ବିଶ୍ୱଜିତ ଦାଶ, ମାନସ ଆଚାର୍ଯ୍ୟ, ନିରଞ୍ଜନ ନାୟକ, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତ୍ତି, ରଞ୍ଜିତ ପାତ୍ର, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ଜୟଶ୍ରୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ତରୁଣ ମିଶ୍ର, କୃଷ୍ଣଚନ୍ଦ୍ର ଶଗରିଆ, ପ୍ରଭାତ ପ୍ରତାପ ସିଂ, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ସୂର୍ଯ୍ୟକାନ୍ତ ଜେନା, ଆଲୋକ ମହାନ୍ତି, ଜୟକୃଷ୍ଣ ମଲ୍ଲିଆ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ ଓ ମଣ୍ଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
Follow Us