ଭୁବନେଶ୍ୱର : ୧୫୯ କୋଟି ଟଙ୍କାରେ ନିର୍ମିତ ଖାରବେଳ ଭବନକୁ ବର୍ଷେ ନ ପୂରୁଣୁ ଏଥିରେ ଫାଟ ଦେଖାଦେଇଛି। କୋଠାର ପ୍ରାୟ ୫୦ରୁ ୬୦ଫୁଟ ଲମ୍ବ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଫାଟ ସୃଷ୍ଟି ହୋଇଛି। ଏପଟେ ନିର୍ମାଣକାରୀ ସଂସ୍ଥା ଏଲ୍‌ଆଣ୍ଡ୍‌ଟି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏହାକୁ କିପରି ଅକଳରୁ ଖସାଇ ହେବ ସେନେଇ ପୂର୍ତ୍ତ ବିଭାଗ ଯୋଜନା କରୁଛି।

Advertisment

publive-image Odisha Secretariat News

ଏଲ୍‌ଆଣ୍ଡଟି ଏହି କୋଠାକୁ ଟର୍ଣ୍ଣକି ପ୍ରକଳ୍ପରେ ବର୍ଗଫୁଟ ପିଛା ପ୍ରାୟ ୨୫୦୦ଟଙ୍କାରେ ନିର୍ମାଣ କରିଥିବା ବେଳେ ବର୍ଷେ ନପୂରୁଣୁ କାହିଁକି ଫାଟ ଦେଖାଗଲା, ନିର୍ମାଣକାରୀ ସଂସ୍ଥା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବନି, ସେନେଇ କେହି ମୁଣ୍ଡ ଖେଳାଉ ନାହାନ୍ତି। ବରଂ ଏହାର ମରାମତି ପାଇଁ ଯେଉଁ ଉପାୟ ଏଲ୍‌ଆଣ୍ଡ୍‌ଟି ଦେଇଛି ଏବଂ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ଦେଇଛନ୍ତି ସେଥିରେ କୋଠାର ଫାଟ ବନ୍ଦ ହୋଇଯିବ ନା ନାହିଁ, ମରାମତି ପାଇଁ ଯାହା ଯୋଜନା ହୋଇଛି ତାହା ଠିକ୍‌ କି ନୁହେଁ, ସେନେଇ ଆଇଆଇଟି ଭୁବନେଶ୍ବରର ପରାମର୍ଶ ନେବାକୁ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ କୋଠା କେନ୍ଦ୍ରୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କହିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଆଇଆଇଟି-ଭୁବନେଶ୍ବରର ସିଭିଲ୍‌ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟରେ ଥିବା ବିଶେଷଜ୍ଞଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

publive-image

ଅପରପକ୍ଷେ ଏଲ୍‌ଆଣ୍ଡ୍‌ଟି ପୂର୍ତ୍ତ ବିଭାଗକୁ ରିପୋର୍ଟ ଦେଇଛି ଯେ କାଣ୍ଟିଲେଭର ସ୍ଲାବ୍ ଘୁଞ୍ଚି ଯାଇଥିବାରୁ ଫାଟ ସୃଷ୍ଟି ହୋଇଛି, ବିମ୍‌ ଘୁଞ୍ଚିବା, ତାପମାତ୍ରାରେ ପରିବର୍ତ୍ତନ, ପ୍ଲାଷ୍ଟର ଛାଡ଼ିଥିବାରୁ ଫାଟ ସୃଷ୍ଟି ହୋଇଛି। ଏହାର ମରାମତିି ହୋଇପାରିବ।