ଭୁବନେଶ୍ବର: ଆସନ୍ତାକାଲି ବାରବାଟୀରେ ହେବ ଭାରତ ଦକ୍ଷିଣ ଆଫ୍ରିକା ଲଢ଼େଇ। ଟି-ଟ୍ବେଣ୍ଟି କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ଦ୍ବୈତନଗରୀର ତାତି ବଢ଼ିଯାଇଥିବା ବେଳେ ରାଜଧାନୀରେ ଆଜି ସକାଳୁ ବାରବାଟୀ କ୍ରିକେଟ୍‌ ମାନିଆ ଦେଖିବାକୁ ମିଳିଥିଲା। ଦୁଇ ଦଳ ବାରବାଟୀକୁ ଅଭ୍ୟାସ ପାଇଁ ଯାଇଥିଲେ। ପୂର୍ବାହ୍ନରେ ଭାରତୀୟ ଦଳ ଓ ଅପରା‌ହ୍ନରେ ଦକ୍ଷିଣ ଆଫ୍ରିକା ଦଳ ସ୍ବତନ୍ତ୍ର ବସ୍‌ ଯୋଗେ ବାରବାଟୀ ଷ୍ଟାଡିୟମ୍‌କୁ ଯାଇଥିଲେ। ନିଜର ପ୍ରିୟ ଖେଳାଳିଙ୍କ ଏକ ଝଲକ ପାଇବା ପାଇଁ ମେ ଫେୟାର ହୋଟେଲ ସମ୍ମୁଖରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଭିଡ଼ ଦେଖି ଖେଳାଳିମାନେ ମଧ୍ୟ ଫ୍ୟାନମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। କିଛି ଖେଳାଳି ମଧ୍ୟ ଫ୍ୟାନମାନଙ୍କର ଫଟୋ ଉଠାଇ ସେମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା।Questions On Quality Education: ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନ : ପୂରଣ ‌ହେଉନି ୯୪୨ ଶିକ୍ଷକ ପଦବି

Advertisment

ସେହିଭଳି ଦକ୍ଷିଣ ଆଫ୍ରିକା ଟିମ୍‌ର ଅପରାହ୍ନରେ ଅଭ୍ୟାସ ଥିବାରୁ ପୂର୍ବାହ୍ଣରେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ବୁଲାବୁଲି କରିଥିଲେ। ଅଟୋରେ କିଛି‌ ଖେଳାଳି ରାଜଧାନୀ ବୁଲାବୁଲି କରିଥିବା ବେଳେ ଆଉ କିଛି ବିଭିନ୍ନ ମଲ୍ ଓ ଦର୍ଶନୀୟସ୍ଥାନ ମଧ୍ୟ ବୁଲାବୁଲି କରିଥିଲେ। ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କୁ ଦେଖି କିଛି ଲୋକ ସେମାନଙ୍କ ସହିତ ସେଲଫି ନେଇଥିଲେ। ଖେଳାଳିମାନେ ମଧ୍ୟ ସେମାନଙ୍କ ସହିତ ଫଟୋ ଉଠାଇଥିଲେ। 
ଅପରପକ୍ଷରେ ଆଜି ଖେଳାଳି ଅଭ୍ୟାସ ପାଇଁ ବାହାରିବା ପୂର୍ବରୁ ପୁଲିସ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଥିଲା।

Japan Earthquake : ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

ଫଳରେ ଜୟଦେବବିହାର ଛକରେ ପ୍ରବଳ ଟ୍ରାଫିକ୍‌ ଜାମ ଦେଖିବାକୁ ମିଳିଥିଲା। ପଟିଆ ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ଅଟକି ରହିଥିଲା। ସେହିପରି ଜୟଦେବବିହାର ଛକରୁ ପଟିଆ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଅଟକାଇ ରଖାଯାଇଥିଲା। ଉଭୟ ପଶର୍ଶ୍ବରେ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଗାଡ଼ିଗୁଡ଼ିକ ଅଟକି ରହିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା।  ରାସ୍ତା କଡ଼ରେ ଲୋକମ‌ାନେ ଭିଡ଼ ଲଗାଇ ଥିବାରୁ ମଧ୍ୟ ଜାମ ଦେଖିବାକୁ ମିଳିଥିଲା। ଖେଳାଳିମା‌ନେ କଡ଼ା ସୁରକ୍ଷାରେ ଭାୟା ନଖରା ଦେଇ ଷ୍ଟାଡିୟମକୁ ଯାଇଥିଲେ।