ଖଣ୍ଡଗିରି: ୮ଦିନର କୋଳାହଳ ପରେ ନିରବିଯାଇଛି ଖଣ୍ଡଗିରି ପାହାଡ଼। ଆଉ ଶୁଭୁନି କନ୍ଦରରୁ ମନ୍ତ୍ରୋଚ୍ଚାରଣ। ଯଜ୍ଞ ପରେ ଅନୁଷ୍ଠାନ ପରିସର ଖାଁଖାଁ ଲାଗୁଛି। ଆଜି ଅପରାହ୍ଣରେ ସାଧୁସନ୍ଥମାନେ ମେଲାଣି ନେଇଛନ୍ତି। ଫଳରେ ଖଣ୍ଡଗିରି ପାହାଡ଼ ଉପରେ ଗତ ୮ଦିନ ଧରି ଯେଉଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା , ସେଥିରେ ବିରାମ ଲାଗିଛି। ପରସ୍ପରକୁ ଆଲିଙ୍ଗନ କରି ଜୟ ମା’ ବାରଭୁଜା ଓ ହରିବୋଲ ଡାକ ଦେବା ସହିତ ପୁଣି ଥରେ ଆର ବର୍ଷକୁ ଫେରିବାର ସଂକଳ୍ପ ନେଇ ସାଧୁସନ୍ଥମାନେ ବିଦାୟ ନେଇଛନ୍ତି। ଗୋଟିଏ ପଟେ ଖଣ୍ଡଗିରି ପାହାଡ଼ ଶାନ୍ତ ପଡ଼ିଥିବା ବେଳେ ଏହାର ପାଦନେଶରେ କିନ୍ତୁ ଗହଳି ଲାଗିରହିଛି।ଶହଶହ ଦୋକାନ ସାଙ୍ଗକୁ ଅପେରା ଚାଲୁଥିବାରୁ ଲୋକଙ୍କ ଭିଡ଼ ଜମୁଛି।
Eliminating poverty: ‘ଗରିବୀ ହଟାଇବାକୁ ସାହସ, ଧୈର୍ଯ୍ୟ, ନିରନ୍ତର ଉଦ୍ୟମ ଆବଶ୍ୟକ’
ଦକ୍ଷିଣାକୁ ନେଇ ବିବାଦ
‘ଖଣ୍ଡଗିରି ମେଳା ବେପାରରେ ପରିଣତ ହୋଇଛି। କିଛି ପ୍ରଶାସନିକ ଅଧିକାରୀ ଏହା ପଛରେ ରହିଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି।’ ଆଜି ସାଧୁସନ୍ଥମାନେ ଖଣ୍ଡଗିରିରୁ ବିଦାୟ ନେବା ସମୟରେ ଦକ୍ଷିଣା ପ୍ରଦାନକୁ ନେଇ ଖଣ୍ଡଗିରି କୁମ୍ଭମେଳାର ଆବାହକ ବାବା ପଞ୍ଚଦେବ ଉଦ୍ବେଗ ପ୍ରକାଶ କରିଛନ୍ତି। ବାବା କହିଛନ୍ତି ବୈଠକରେ ସାଧୁସନ୍ଥମାନଙ୍କୁ ଗମନାଗମନ ଖର୍ଚ୍ଚ ଓ ଦକ୍ଷିଣା ଦେବାକୁ ନିଷ୍ପତ୍ତି ହୋଇଥିଲା। ଆଜି ଅପରାହ୍ଣରେ ଦୁଇଶହ ସାଧୁସନ୍ଥ ମେଲାଣି ନେଇଥିଲେ। ମାତ୍ର ଏନେଇ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଗଲା ନାହିଁ। ସାଧୁସନ୍ଥମାନଙ୍କ ସହିତ କୌଣସି ବିଚାର ବିମର୍ଷ ମଧ୍ୟ କରାଯାଉନାହିଁ ବୋଲି ବାବା କହିଛନ୍ତି। ବିଶ୍ବ ସନାତନ ବୈଦିକ ଧର୍ମ ପରିଷଦର ସଞ୍ଚାଳକ ବାବା ଚନ୍ଦନ ଦାସ କିଛି ଦକ୍ଷିଣା ଦେଇ ସାଧୁସନ୍ଥଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି କ୍ଷମା ପ୍ରାର୍ଥନା କରିଥିଲେ।
Kushabhadra: ମାଟିମାଫିଆଙ୍କ କବଳରେ କୁଶଭଦ୍ରା
ଅସଲି-ନକଲି ଛକାପଞ୍ଝା
ଚଳିତ ବର୍ଷ ଖଣ୍ଡଗିରି ମେଳାରେ ମନୋହରୀ ଓ ଘରକରଣା ସାମଗ୍ରୀ କିଣିବାକୁ ଲୋକଙ୍କ ଭିଡ଼ ଜମୁଛି। ତେବେ ଏହାରି ଭିତରେ ନକଲି ଦୋକାନୀଙ୍କ ଆବିର୍ଭାବ ପଞ୍ଜୀକୃତ ଦେକାନୀଙ୍କ ବେପାରକୁ ମାନ୍ଦା କରୁଥିବା ଅଭିଯୋଗ ହୋଇଛି। ନିର୍ଦ୍ଧାରିତ ଷ୍ଟଲ୍ ବାଦ୍ କୌଣସି ସ୍ଥାନରେ ବିକ୍ରିବଟା ହେବା ନେଇ ବିଏମ୍ସି ପକ୍ଷରୁ ପ୍ରତିବନ୍ଧକ ଲଗାଯିବା ସତ୍ତ୍ବେ କେତେକ ଉଠାଦୋକାନୀ ଜରିପାଲ ପକାଇ ବେପାର ଚଳାଉଛନ୍ତି। ଏଣୁ ପ୍ରତିଦିନ ସନ୍ଧ୍ୟାରେ ପଞ୍ଜୀକୃତ ଦେକାନୀ ଓ ଏହି ଅଣପଞ୍ଜୀକୃତ ଦୋକାନୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଏହି ଅଣପଞ୍ଜୀକୃତ ଦେକାନୀମାନଙ୍କୁ କାବୁ କରିବା ଲାଗି ‘ଟିମ୍ ସାଇନ୍’କୁ ନିୟୋଜିତ କରାଯାଇଛି। ଟିମ୍ ସାଇନ୍ର ସଦସ୍ୟମାନେ ସେମାନଙ୍କୁ ମେଳାରୁ ତଡ଼ୁଛନ୍ତି।
Follow Us