Advertisment

Number plates: ରାଜଧାନୀରେ ମାଳମାଳ ବିକୃତ ନମ୍ବର ପ୍ଲେଟ୍‌: ଚିହ୍ନଟ କରିପାରୁନି ଏଆଇ କ୍ୟାମେରା, ଖସିଯାଉଛନ୍ତି ଅମାନିଆ

Advertisment

ରାଜଧାନୀର ବଡ଼ବଡ଼ ଛକରେ ସ୍ବୟଂଚାଳିତ ନମ୍ବର ପ୍ଲେଟ୍‌ ଚିହ୍ନଟକାରୀ ବ୍ୟବସ୍ଥା(ଏଏନ୍‌ପିଆର୍‌) ତଥା ଏଆଇ କ୍ୟାମେରା ଲାଗିଛି। ଜାତୀୟ ରାଜପଥରେ ବି ଏହାକୁ ଲଗାଯାଇଛି। କୌଣସି ଗାଡ଼ି ସମ୍ପର୍କରେ ଜାଣିବାକୁ ହେଲେ ଏହି ବ୍ୟବସ୍ଥାର ଉପଯୋଗ କରାଯାଉଛି।

ରାଜଧାନୀର ବଡ଼ବଡ଼ ଛକରେ ସ୍ବୟଂଚାଳିତ ନମ୍ବର ପ୍ଲେଟ୍‌ ଚିହ୍ନଟକାରୀ ବ୍ୟବସ୍ଥା(ଏଏନ୍‌ପିଆର୍‌) ତଥା ଏଆଇ କ୍ୟାମେରା ଲାଗିଛି। ଜାତୀୟ ରାଜପଥରେ ବି ଏହାକୁ ଲଗାଯାଇଛି। କୌଣସି ଗାଡ଼ି ସମ୍ପର୍କରେ ଜାଣିବାକୁ ହେଲେ ଏହି ବ୍ୟବସ୍ଥାର ଉପଯୋଗ କରାଯାଉଛି।

gjdgjdgjbcbn

ଭୁବନେଶ୍ବର: ରାଜଧାନୀର ବଡ଼ବଡ଼ ଛକରେ ସ୍ବୟଂଚାଳିତ ନମ୍ବର ପ୍ଲେଟ୍‌ ଚିହ୍ନଟକାରୀ ବ୍ୟବସ୍ଥା(ଏଏନ୍‌ପିଆର୍‌) ତଥା ଏଆଇ କ୍ୟାମେରା ଲାଗିଛି। ଜାତୀୟ ରାଜପଥରେ ବି ଏହାକୁ ଲଗାଯାଇଛି। କୌଣସି ଗାଡ଼ି ସମ୍ପର୍କରେ ଜାଣିବାକୁ ହେଲେ ଏହି ବ୍ୟବସ୍ଥାର ଉପଯୋଗ କରାଯାଉଛି। ତେବେ ଅମାନିଆମାନେ ଏହାକୁ ପ୍ରତିହତ କରିବାକୁ ଯାଇ ଆଉ ପାଦେ ଆଗେଇ ଯାଇଛନ୍ତି। ଟ୍ରାଫିକ୍‌ କର୍ତ୍ତୃପକ୍ଷ ଡାଳେଡାଳେ ଗଲେ ଅମାନିଆମାନେ ପତ୍ରେପତ୍ରେ ଯାଉଛନ୍ତି। କିଛି ଅମାନିଆ ଗାଡ଼ିର ନମ୍ବର ପ୍ଲେଟ୍‌କୁ ମଧ୍ୟ ବିକୃତ କରିବାକୁ ପଛାଉନାହାନ୍ତି। ଗାଡ଼ିର ନମ୍ବର ପ୍ଲେଟ୍‌ ଉପରେ ଷ୍ଟିକର୍‌ ମାରି, ନମ୍ବର ପ୍ଳେଟ୍‌କୁ ବଙ୍କା କରି କ୍ୟାମେରାକୁ ଚକ୍‌ମା ଦେବାକୁ ଉଦ୍ୟମ କରୁଛନ୍ତି।।

Ward number 23: ୨୩ ନମ୍ବର ୱାର୍ଡରେ ପାନୀୟ ଜଳ ଓ ଡ୍ରେନ୍‌ ସମସ୍ୟା

ବର୍ତ୍ତମାନ ରାଜଧାନୀରେ ଲୁଟ୍‌, ଛିନ୍‌ତାଇ ଓ ସଡ଼କ ଦୁର୍ଘଟଣା ଭଳି ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ସମୟରେ ଦୁର୍ବୃତ୍ତମାନେ ଏହି ଅଭିନବ ଉପାୟକୁ ଆପଣାଉଛନ୍ତି। ଗାଡ଼ିର ରେଜିଷ୍ଟ୍ରେସନ୍‌ ନମ୍ବର ଚିହ୍ନଟ ହେଉ ନଥିବାରୁ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହେଉନି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଉଛି। ଏହି ନମ୍ବର ପ୍ଲେଟ୍‌କୁ ଏଆଇ କ୍ୟାମେରା ସ୍ପଷ୍ଟ ଭାବେ ଚିହ୍ନଟ ମଧ୍ୟ କରୁଛି। ଗାଡ଼ି ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଥିଲେ କିମ୍ବା ଚାଳକ ହେଲ୍‌ମେଟ୍‌ ନ ପିନ୍ଧିଥିଲେ ଏହି ଏଆଇ କ୍ୟାମେରା ଚାଲାଣ କାଟୁଛି। ତେବେ ଏଥିରୁ ବର୍ତ୍ତିବା ଲାଗି ଅମାନିଆମାନେ ନମ୍ବର ପ୍ଲେଟ୍‌କୁ ବିକୃତ କରୁଛନ୍ତି। ଯାଞ୍ଚ ସମୟରେ ଧରା ପଡ଼ିଲେ ନାନା ବାହାନା ଦେଖାଇ ଖସି ଯାଉଛନ୍ତି। ନମ୍ବର ପ୍ଲେଟ୍‌ ବିକୃତ କରିବା ଲାଗି ଅଧିକ ଜରିମାନା ଆଦାୟ, ଗାଡ଼ି ଜବତ ତଥା ଠକେଇ ମାମଲା ରୁଜୁ ହେବା ଭଳି ଆଇନ ରହିଛି। ତଥାପି ଅମାନିଆମାନେ ଏହାକୁ ଭ୍ରୁକ୍ଷେପ କରୁନାହାନ୍ତି।

Crocodile Number Increased: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି, ୩୨ କୁମ୍ଭୀର ବଢି ୧୮୫୮ରେ ପହଁଚିଲା

ରାଜଧାନୀରେ କିଛି ଅମାନିଆ ଚାଳକ ନମ୍ବରପ୍ଲେଟ୍‌ରେ ସାଲୁକନା ଗୁଡ଼ାଇବା, ଷ୍ଟିକର୍‌ ଲଗାଇବା, ଶେଷ ନମ୍ବରକୁ ଭାଙ୍ଗିଦେବା କିମ୍ବା ତଳପଟୁ ମୋଡ଼ିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଆଉ କିଛି ଅମାନିଆ ପାଦେ ଆଗକୁ ଯାଇ ସ୍ପ୍ରିଙ୍ଗ୍‌ ଓ ଚୁମ୍ବକର ବ୍ୟବହାର କରି ନମ୍ବରପ୍ଲେଟ୍‌କୁ ଲୁଚାଉଛନ୍ତି। ଉଚ୍ଚ ଜରିମାନା ଆଦାୟ ଭୟରେ ଏଭଳି କରାଯାଉଛି। ତେବେ ନମ୍ବରପ୍ଲେଟ୍‌ ବିକୃତ ହେଉଥିବାରୁ ଏହା ଏଆଇ କ୍ୟାମେରା ନଜରରୁ ଖସି ଯାଉଛି। ଫଳରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଖୋଲାଖୋଲି ଭାବେ ହେଉଛି। ଯାଞ୍ଚ ସମୟରେ ଏଭଳି ଗାଡ଼ି ଧରାପଡ଼ିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ଟ୍ରାଫିକ୍‌ ପୁଲିସ କହୁଥିଲେ ହେଁ ଆଖିଦୃଶିଆ ଚଢ଼ଉ କରାଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe