Doctor: ଡାକ୍ତର ପତ୍ନୀଙ୍କୁ ନିର୍ଯାତନା ମାମଲା, ମିଛୁଆ ବାପା, ମାଆ, ପୁଅକୁ ୭ବର୍ଷ ଲେଖାଏଁ ଜେଲ୍‌

Advertisment

ଏକ ପ୍ରତିଷ୍ଠିତ ପରିବାରର ଅର୍ଦ୍ଧଶିକ୍ଷିତ ପୁଅ ବ୍ୟବସାୟ କରୁଥିଲା। କିନ୍ତୁ ବାପାମାଆ କହିଥିଲେ ପୁଅ ଡାକ୍ତର। ରାଜ୍ୟ ବାହାରେ ଏକ ବିଶ୍ବସ୍ତରୀୟ ହସ୍ପିଟାଲ୍‌ରେ ନିଯୁକ୍ତି ପାଇଛି। ଏଭଳି ଏକ...

ଏକ ପ୍ରତିଷ୍ଠିତ ପରିବାରର ଅର୍ଦ୍ଧଶିକ୍ଷିତ ପୁଅ ବ୍ୟବସାୟ କରୁଥିଲା। କିନ୍ତୁ ବାପାମାଆ କହିଥିଲେ ପୁଅ ଡାକ୍ତର। ରାଜ୍ୟ ବାହାରେ ଏକ ବିଶ୍ବସ୍ତରୀୟ ହସ୍ପିଟାଲ୍‌ରେ ନିଯୁକ୍ତି ପାଇଛି। ଏଭଳି ଏକ...

Untitled-9

ଭୁବନେଶ୍ବର: ଏକ ପ୍ରତିଷ୍ଠିତ ପରିବାରର ଅର୍ଦ୍ଧଶିକ୍ଷିତ ପୁଅ ବ୍ୟବସାୟ କରୁଥିଲା। କିନ୍ତୁ ବାପାମାଆ କହିଥିଲେ ପୁଅ ଡାକ୍ତର। ରାଜ୍ୟ ବାହାରେ ଏକ ବିଶ୍ବସ୍ତରୀୟ ହସ୍ପିଟାଲ୍‌ରେ ନିଯୁକ୍ତି ପାଇଛି। ଏଭଳି ଏକ ସଂଗିନ ମିଛ କହି ବାପାମାଆ, ଭୁବନେଶ୍ବର ଏମ୍‌ସରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କ ସହ ବେପାରୀ ପୁଅର ବାହାଘର କରାଇଦେଲେ। କିନ୍ତୁ ଖୁବ୍‌ କମ୍‌ ଦିନରେ ଡାକ୍ତର ପତ୍ନୀ ମିଛୁଆ ସ୍ବାମୀର ଅସଲ ପରିଚୟ ପାଇଗଲେ। ଏହାପରେ ତାଙ୍କ ଉପରେ ଆରମ୍ଭ ହୋଇଗଲା ଅକଥନୀୟ ଅତ୍ୟାଚାର। ମୁହଁ ବନ୍ଦ ରଖିବାକୁ ଚାପ ପକାଇ ମିଛୁଆ ପରିବାର ତାଙ୍କୁ ନାନାପ୍ରକାର ନିର୍ଯାତନା ଦେଲା। ଏମିତିକି ତାଙ୍କୁ ମାରିଦେବାକୁ ବି ଉଦ୍ୟମ କଲେ। କିନ୍ତୁ ସ୍ବାଭିମାନୀ ମହିଳା ଡାକ୍ତର ଦବିଗଲେ ନାହିଁ। ଛଳନା ଓ ପ୍ରତାରଣାର ଶିକାର ହୋଇଥିବା ମହିଳା ଡାକ୍ତର ମିଛୁଆ ପରିବାରକୁ ମୁହଁତୋଡ଼ ଜବାବ ଦେବାକୁ ଅଣ୍ଟା ଭିଡ଼ିଲେ। ପରିଣାମସ୍ବରୁପ ଆଜି ସେହି ମିଛୁଆ ପରିବାରର ବାପାମାଆ ଓ ପୁଅକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ୨୦୧୯ ମସିହାର ଏହି ବହୁ ଚର୍ଚ୍ଚିତ କେସ୍‌ର ଆଜି ରାୟ ପ୍ରକାଶ ପାଇଛି। ଭୁବନେଶ୍ବର ୩ୟ ଅତିରିକ୍ତ ଜିଲ୍ଲା ଓ ‌ଦୌରାଜଜ୍‌ ଜଷ୍ଟିସ୍‌ ହିମାଂଶୁ ଶେଖର ମଲ୍ଲିକ ଆସାମୀମାନଙ୍କୁ ୭ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଆସାମୀମାନେ ହେଲେ ମିଛ ଡାକ୍ତର ଶୈଳେନ୍ଦୁ ବିଶ୍ବାଳ ଓରଫ ସିଲୁ, ବାପା କୁଳମଣି ବିଶ୍ବାଳ ଓ ମାଆ ଜ୍ୟୋତ୍ସ୍ନା ମହାପାତ୍ର।  

Lingaraj: ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗ ପଦକ୍ଷେପ ନେଉଛନ୍ତି ସରକାର

ମହିଳା ଡାକ୍ତରଙ୍କ ଅଭିଯୋଗ ଅନୁସାରେ ୨୦୧୯ ମେ ୭ ତାରିଖ ଦିନ ଶୈଳେନ୍ଦୁଙ୍କ ତାଙ୍କର ବିବାହ ହୋଇଥିଲା। ପ୍ରସ୍ତାବ ପଡ଼ିବା ବେଳେ ବାପାମାଆ କହିଥିଲେ ଯେ ଶୈ‌ଳେନ୍ଦୁ ନୂଆଦିଲ୍ଲୀ ଏମ୍‌ସରୁ ଏମ୍‌ବିବିଏସ୍ ଓ ଏମ୍‌ଡି ଡିଗ୍ରି ପାଇବା ପରେ କାନାଡାସ୍ଥିତ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରୁଛି। ଶୈଳେନ୍ଦୁଙ୍କ ବାପା କୁଳମଣି ବିଶ୍ବାଳ ଥିଲେ ଅବସରପ୍ରାପ୍ତ ଇଞ୍ଜିନିୟରର୍ସ ଇନ୍ ଚିଫ୍। ତେଣୁ ମହିଳା ଡାକ୍ତରଙ୍କ ପରିବାର, ଆସାମୀ କୁଳମଣିଙ୍କ କଥାକୁ ଅବିଶ୍ବାସ କରିପାରିନଥିଲେ। ବିବାହ ସମୟରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ନଗଦ ୮ ଲକ୍ଷ ଟଙ୍କା ଓ ୨ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଥିଲା। ସେହିଭଳି ହୀରା ଓ ସୁନା ଅଳଙ୍କାର ସହିତ ସମସ୍ତ ପ୍ରକାର ଆସବାବପତ୍ର ମଧ୍ୟ ଦିଆଯାଇଥିଲା। କିନ୍ତୁ ବିବାହର ମାତ୍ର କିଛି ଦିନ ପରେ ଆସାମୀମାନଙ୍କ ଅସଲ ଚେହେରା ପଦାକୁ ଆସିଗଲା। ମହିଳା ଡାକ୍ତର ବୁଝିଗଲେ ଯେ ସେ ଛଳନାର ଶିକାର ହୋଇଛନ୍ତି ଏବଂ ତାଙ୍କୁ ଜଣେ ଅର୍ଦ୍ଧଶିକ୍ଷିତ ବେପାରୀ ହାତରେ ଛନ୍ଦି ଦିଆଯାଇଛି। ତେଣୁ ସେ ପ୍ରତିବାଦ କଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଆସାମୀ କୁଳମଣି, ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଓ ପୁଅ ଶୈଳେନ୍ଦୁ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଲେ। ଏମିତିକି ତାଙ୍କୁ ଏକପ୍ରକାର ଗୃହବନ୍ଦୀ କରି ରଖିଲେ। ଏକଦ‌ା ତାଙ୍କୁ ରୋଷେଇ ଘରେଗ୍ୟାସ ଲିକ୍ କରି ଜାଳି ଦେବାକୁ ସେମାନେ ଉଦ୍ୟମ କରିଥିଲେ। କିନ୍ତୁ ପାଦେପାଦେ ସତର୍କ ଥିବେ ମହିଳା ଡାକ୍ତର ସେଥିରୁ ବର୍ତ୍ତି ଯାଇଥିଲେ। ଏହାପରେ ଶୈଳେନ୍ଦୁ ତାଙ୍କ ଗଳା ଚିପି ହତ୍ୟା ଉଦ୍ୟମ ମଧ୍ୟ କରିଥିଲା। ତେଣୁ ସୁଯୋଗ ଉଣ୍ଡି ମହିଳା ଡାକ୍ତର ଶାଶୂଘରୁ ଲୁଚି ପଳାଇଆସିବା ପରେ ନିଜ ବାପାମାଆଙ୍କୁ ନେଇ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ୨୦୨୦ ଜାନୁଆରି ୧୧ ତାରିଖରେ ମହିଳା ଥାନା ପୁଲିସ ମାମଲା ରୁଜୁ କରିଥିଲା। 

Car runs : ବୃଦ୍ଧଙ୍କ ଉପରେ ମାଡ଼ିଗଲା କାର୍‌

ଏହି ମାମଲାରେ ୮ଜଣ ସାକ୍ଷୀଙ୍କସାକ୍ଷ୍ୟ ଓ ୧୩ଟି ଦସ୍ତାବିଜ ଆଧାରରେ ଅଦାଲତ ରାୟ ଶୁଣାଇଛନ୍ତି। ଆଇପିସି ଧାରା ୪୯୮(ଏ)/ ୩୪,  ଆଇପିସି ଧାରା ୪୧୯/୩୪, ଆଇପିସି ଧାରା ୪୨୦/୩୪ ଓ ଦଫା ୪ ଡିପି ଆକ୍ଟ ଆଧାରରେ ସମସ୍ତ ୩ ଆସାମୀଙ୍କୁ ଦଣ୍ଡାଦେଶ ହୋଇଛି। ସେହିଭଳି ପୀଡ଼ିତାଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର୍ ପ୍ରଦୀପ କୁମାର ମିଶ୍ର ଓ ଶୁଭଶ୍ରୀ ଜେନା ଏହି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe