ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ମିଳୁନି ପର୍ଯ୍ୟାପ୍ତ ପାନୀୟ ଜଳ। ଆବଶ୍ୟକତା ଭରଣା ପାଇଁ ୱାଟ୍କୋକୁ ଦୈନିକ ୬୫୫ ଲକ୍ଷ ଲିଟର ଭୂତଳ ଜଳ ଟାଣିବାକୁ ପଡ଼ୁଛି। ଏହି ଚାହିଦା-ଯୋଗାଣ ବ୍ୟବଧାନ ଦୂର କରିବା ସହ ଦୀର୍ଘକାଳୀନ ଆବଶ୍ୟକତା ପୂରଣ ପାଇଁ ମୁଣ୍ଡୁଳିରେ ୧୩୦୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଜଳବିଶୋଧନ ପ୍ରକଳ୍ପ ତିଆରି ଚାଲିଛି। ୬ ମାସ ମଧ୍ୟରେ ଏହି ପ୍ରକଳ୍ପ ରାଜଧାନୀ ସହରର ସମସ୍ତ ଆପାର୍ଟମେଣ୍ଟ ଓ ପ୍ରତିଷ୍ଠାନକୁ ଜଳଯୋଗାଣ କରିପାରିବ ବୋଲି ବୋଲି ୱାଟ୍କୋ ଆଶା ଦେଖାଇଛି। ତଥାପି ଆଗାମୀ ୫୦ ବର୍ଷ ପାଇଁ ସହରର ପାନୀୟ ଜଳ ଆବଶ୍ୟକତା ପୂରଣ କରିବାକୁ ମହାନଦୀରମୁଣ୍ଡୁଳିରୁ ୧୦ ହଜାର ଲକ୍ଷ ଲିଟର ଜଳ ଉଠାଇବା କ୍ଷମତାର ପ୍ରକଳ୍ପ ପାଇଁ ଯୋଜନା କରାଯାଇଛି। ଏହି ପ୍ରକଳ୍ପ ପାଇଁ ଶୀଘ୍ର ୱାଟ୍କୋ ପକ୍ଷରୁ ଜଳ ସମ୍ପଦ ବିଭାଗକୁ ପ୍ରସ୍ତାବ ପଠାଯିବ। ଏହା ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ର ଅଂଶବିଶେଷ ବୋଲି ୱାଟ୍କୋ କହିଛି।
Silver Import by India: ତିନିଗୁଣ ଅଧିକ ମୂଲ୍ୟ ସତ୍ତ୍ୱେ ସବୁଠାରୁ ଅଧିକ ରୂପା ଆମଦାନୀ କରୁଛି ଭାରତ
ଦୈନିକ ଆବଶ୍ୟକ ହେଉଛି ୩୦୪୦ ଲକ୍ଷ ଲିଟର
ମିଳୁଛି ୨୩୮୫ ଲକ୍ଷ ଲିଟର
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳ ପାଇଁ ୱାଟ୍କୋ ଦ୍ୱାରା ପ୍ରସ୍ତୁତ ପାନୀୟ ଜଳ ସୁରକ୍ଷା ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରେ ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ୱାଟ୍କୋ ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୱାଟ୍କୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହାନ୍ତି କହିଥିଲେ, ବର୍ତ୍ତମାନ ରାଜଧାନୀ ଓ ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଦୈନିକ ୩୦୪୦ ଲକ୍ଷ ଲିଟର ପାନୀୟ ଜଳର ଆବଶ୍ୟକତା ରହିଛି। କିନ୍ତୁ ବିଭିନ୍ନ ବିଶୋଧନ ପ୍ରକଳ୍ପ ଜରିଆରେ ୨୩୮୫ ଲକ୍ଷ ଲିଟର ପାନୀୟ ଜଳଯୋଗାଣ ସମ୍ଭବପର ହୋଇପାରୁଛି। ଅଭାବ ପୂରଣ ପାଇଁ ଭୂତଳ ଜଳ ଉତ୍ତୋଳନ କରାଯାଉଛି। ଏବେ ମୁଣ୍ଡୁଳି, ପଳାଶୁଣି, ଚନ୍ଦ୍ରଶେଖରପୁର, ନହରକଣ୍ଟା, ଭୁଆସୁଣିଠାରେ ଥିବା ୬ଟି ଜଳ ବିଶୋଧନ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳଯୋଗାଣ କରାଯାଉଛି। ଉଚ୍ଚକ୍ଷମତା ସଂପନ୍ନ ପାଣି ଟାଙ୍କି କରି ମହାନଦୀ, କୁଆଖାଇ ଓ ଦୟା ନଦୀରୁ ପାଣି ଉଠାଯାଉଛି।
Silver Import by India: ତିନିଗୁଣ ଅଧିକ ମୂଲ୍ୟ ସତ୍ତ୍ୱେ ସବୁଠାରୁ ଅଧିକ ରୂପା ଆମଦାନୀ କରୁଛି ଭାରତ
ଅଭାବ ପୂରଣ ପାଇଁ ନିର୍ମାଣାଧୀନ ୧୩୦୦ ଲକ୍ଷ ଲିଟର ଜଳ ବିଶୋଧନ ପ୍ରକଳ୍ପ ଶୀଘ୍ର ଶେଷ ହେବାକୁ ଯାଉଛି। ୨୦୨୮ ମସିହା ସୁଦ୍ଧା ନହରକଣ୍ଟାଠାରେ ବି ଏକ ୨୦୦ ଲକ୍ଷ ଲିଟର ଜଳ ବିଶୋଧନ ପ୍ରକଳ୍ପ କରିବାକୁ ଯୋଜନା କରାଯାଇଛି। ବିସ୍ତୃତ ସମୀକ୍ଷା ପରେ ଶ୍ରୀମତୀ ପାଢୀ ଚାଲୁଥିବା ଓ ପ୍ରସ୍ତାବିତ ସମସ୍ତ ଜଳ ଯୋଗାଣ ପ୍ରକଳ୍ପକୁ ପ୍ରାଥମିକତା ଭିତ୍ତିରେ ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରିବାକୁ ୱାଟ୍କୋକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ଋତୁରେ ସର୍ବାଧିକ ପାନୀୟ ଜଳ ସଂକଟର ସମ୍ମୁଖୀନ ହେଉଥିବା ସହରାଞ୍ଚଳଗୁଡ଼ିକୁ ଚିହ୍ନଟ କରି ଆଶୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/08/hfsfhffhhf-2026-01-08-01-34-57.jpg)