ଗତ ବର୍ଷ ଭାରତ ଚୀନକୁ ଅତିକ୍ରମ କରି ପୃଥିବୀର ସର୍ବବୃହତ୍ ଚାଉଳ ଉତ୍ପାଦନକାରୀ ଦେଶର ମୁକୁଟ ହାସଲ କରିଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଭାରତରୁ ଚାଉଳ ରପ୍ତାନିର ପରିମାଣ ପାଖାପାଖି ଦ୍ବିଗୁଣିତ ହୋଇଛି। କିନ୍ତୁ ଏହି ସଫଳତା ଉଲ୍ଲସିତ କରିବା ଭଳି ନୁହେଁ, କାରଣ କ୍ରମବର୍ଦ୍ଧିଷ୍ଣୁ ଧାନ ଚାଷ ଯୋଗୁଁ ଭାରତର ଭୂତଳ ଜଳ ସ୍ତର ତଳକୁ ଖସିବାରେ ଲାଗିଛି। ପଞ୍ଜାବ ଓ ହରିୟାଣା ପରି ପ୍ରମୁଖ ଚାଉଳ ଉତ୍ପାଦନକାରୀ ରାଜ୍ୟରେ ଦଶ ବର୍ଷ ତଳେ ୩୦ ଫୁଟ୍ ମାଟି ଖୋଳିଲେ ଭୂତଳ ଜଳ ସ୍ତର ମିିଳିଯାଉଥିଲା। କିନ୍ତୁ ଗତ ପାଞ୍ଚ ବର୍ଷରେ ଅଧିକ ଚାଉଳ ଉତ୍ପାଦନ ପାଇଁ ପ୍ରଚୁର ପାଣି ବିନିଯୋଗ ହୋଇ ଭୂତଳ ଜଳ ସ୍ତର ୨୦୦ ଫୁଟ୍ ପର୍ଯ୍ୟନ୍ତ ତଳକୁ ଖସିଗଲାଣି। ଏହି ଦୁଇଟି ରାଜ୍ୟ ବର୍ଷକୁ ଯେତିକି ପରିମାଣର ଭୂତଳ ଜଳ ଉତ୍ତୋଳନ କରନ୍ତି ତାହା ପ୍ରାକୃତିକ ଭାବେ ଭରଣା ହୋଇପାରୁଥିବା ପରିମାଣ ଠାରୁ ୩୫ରୁ ୫୭% ଅଧିକ।
Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ
ଧାନ ଉପରେ ମିଳୁଥିବା ସରକାରୀ ପ୍ରୋତ୍ସାହନ ରାଶି ଯୋଗୁଁ ଚାଷୀମାନେ କମ୍ ଜଳ ଲୋଡୁଥିବା ଶସ୍ୟ ଆଡ଼କୁ ଯାଉନାହାନ୍ତି। ଧାନ ଉପରେ ସବ୍ସିଡି ଗତ ଏକ ଦଶନ୍ଧିରେ ୭୦% ବଢ଼ିଯାଇଛି। ସେହିପରି କୃଷିକାର୍ଯ୍ୟ ପାଇଁ ବିଜୁଳି ସବ୍ସିଡି ମଧ୍ୟ କୃଷକମାନଙ୍କୁ ବଡ଼ ପମ୍ପସେଟ୍ ଚଳାଇ ଭୂତଳ ଜଳ ଉତ୍ତୋଳନ କରିବା ନିମନ୍ତେ ଉତ୍ସାହିତ କରୁଛି।
Love & Firing: ପ୍ରେମ ପାଇଁ ଫୁଟିଲା ଗୁଳି, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
ତେଣୁ ବିଶେଷଜ୍ଞମାନେ ସବ୍ସିଡି ପ୍ରଦାନ ଏବଂ ଭୂତଳ ଜଳ ଉତ୍ତୋଳନର ଦୁଷ୍ଟଚକ୍ରକୁ ଭାଙ୍ଗିବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ଏଥିପାଇଁ ଧାନ ବଦଳରେ ମିଲେଟ୍ ପରି କମ୍ ଜଳ ଲୋଡୁଥିବା ଶସ୍ୟ ଚାଷ କରିବାକୁ ପ୍ରୋତ୍ସାହିତ କରିବାର ଉପାୟ ଅନୁସରଣ କରାଯାଉଛି। ଏହା ସତ୍ତ୍ବେ କୃଷକମାନେ ଧାନ ଚାଷ ଛାଡ଼ି ଅନ୍ୟ ଶସ୍ୟକୁ ସ୍ଥାୟୀ ଭାବେ ଆପଣାଇବାର ଉତ୍ସାହଜନକ ଚିତ୍ର ଦେଖିବାକୁ ମିଳୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/06/farming-2026-01-06-00-54-25.jpg)