Union Minister Press Meet: ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସ୍ୱାଧୀନ, ନିରପେକ୍ଷ ଭାବେ କାମ କରୁଛନ୍ତି: କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦେଶର ମହିଳା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠାୱଲେ...

IMG-20251108-WA0016

Union Minister Ramdas Athawale press meet in Bhubaneswar on Saturday. Photograph: (sambad.in)

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦେଶର ମହିଳା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି। ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ଅନେକ ଯୋଜନା ଆଣିଛନ୍ତି। ସୁଗମ୍ୟ ଭାରତ ଯୋଜନା ଦିବ୍ୟାଙ୍ଗଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହିତ ସେମାନଙ୍କର ଅଧିକାର ସୁରକ୍ଷା ସୁନିଶ୍ଚିତ କରୁଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ୧୬ ହଜାରରୁ ଅଧିକ ସାଇକେଲ୍‌ ଏବଂ ସହାୟତା ଉପକରଣ ଯୋଗାଇ ଦିଆଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧାକୁ ୩ରୁ ୪%କୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି।

ମହିଳାଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ

ଶ୍ରୀ ଅଠାୱଲେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଅନେକ ଯୋଜନା ଆଣିଛନ୍ତି। ଅବସର ପରେ ସେମାନଙ୍କୁ ରୋଜଗାରକ୍ଷମ କରିବା ଲାଗି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଅନୁରୂପ ଭାବେ ମହିଳାଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: Police Rescued Teacher: ମାତାଲ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟରେ ହଙ୍ଗାମା

ଭୋଟ୍‌ ଚୋରି ଅଭିଯୋଗକୁ ଖଣ୍ଡନ

ବିରୋଧୀମାନେ ଆଣିଥିବା ଭୋଟ୍‌ ଚୋରି ଅଭିଯୋଗ ଖଣ୍ଡନ କରିବା ସହିତ ଏହି ପ୍ରସଙ୍ଗରେ ମତ ରଖି ଶ୍ରୀ ଅଠାୱଲେ କହିଛନ୍ତି, ନିର୍ବାଚନ ଆୟୋଗ ଦେଶର ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଗତ ଲୋକସଭା ନିର୍ବାଚନ ସମୟରେ ବିରୋଧୀ ଦଳଗୁଡ଼ିକୁ ପୂର୍ବାପେକ୍ଷା ଅଧିକ ଆସନ ମିଳିବା ସମୟରେ ଏଭଳି ଅଭିଯୋଗ ଆସିନଥିଲା। ଯେଉଁଠି ବିରୋଧୀ ଦଳ ପରାଜିତ ହେଉଛି ସେଠାରେ ଏଭଳି ଅଭିଯୋଗ ଆସୁଛି। ଇଭିଏମରେ ମତଦାନ ବ୍ୟବସ୍ଥା ପୂର୍ବ ସରକାରଙ୍କ ଅମଳରେ ଆସିଥିଲାଡ଼ନେ। ଏନଡିଏ ସରକାର ଏହି ବ୍ୟବସ୍ଥା କରିନାହାନ୍ତି। ଇଭିଏମକୁ ନେଇ କୌଣସି ଅଭିଯୋଗ ଆଣିବା ଭିତ୍ତିହୀନ। ଭୋଟ୍‌ ଚୋରି ସମ୍ପର୍କରେ କୌଣସି ଅଭିଯୋଗ ଥିଲେ ତଥ୍ୟ ପ୍ରମାଣ ସହିତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବା ଉଚିତ୍‌ ହେବ ବୋଲି ସେ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ନିରପେକ୍ଷ ଭାବେ କାମ କରୁଛନ୍ତି ଏବଂ ଆୟୋଗଙ୍କ ଉପରେ ସରକାରଙ୍କର କୌଣସି ପ୍ରଭାବ ନାହିଁ। 

ଆହୁରି ପଢ଼ନ୍ତୁ: Rohingya Bangladeshi Sanitation Workers: ଲକ୍ଷ୍ନୌର ୮୦% ସଫେଇ କର୍ମଚାରୀ ବାଂଲାଦେଶୀ ନା ରୋହିଙ୍ଗ୍ୟା? ଇଣ୍ଟେଲିଜେନ୍ସ ବ୍ୟୁରୋ ଦେଲା ରିପୋର୍ଟ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe