Employee perceptions on security demands: ସୁରକ୍ଷା ଦାବିରେ କର୍ମଚାରୀଙ୍କ ଧାରଣା: ଗଡ଼ିଲାନି ‘ଆମ ବସ୍‌’

Advertisment

ଆଜି ସକାଳେ ପାତ୍ରପଡ଼ା ‘ଆମ ବସ୍‌’ ଡିପୋରେ ବସ୍‌ କର୍ମଚାରୀଙ୍କ ପକ୍ଷରୁ ଧର୍ମଘଟ କରାଯାଇଛି। ଗତକାଲି ଜନପଥରେ ତିନିଟି ‘ଆମ ବସ୍‌’କୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ସହିତ ଏହାର କ୍ୟାପ୍‌ଟେନ୍‌ଙ୍କୁ ଆକ୍ରମଣ କରିବା ଘଟଣାର ପ୍ରତିବାଦ କରି କର୍ମଚାରୀମାନେ ବସ୍‌କୁ ଚଢ଼ି ନଥିଲେ।

ଆଜି ସକାଳେ ପାତ୍ରପଡ଼ା ‘ଆମ ବସ୍‌’ ଡିପୋରେ ବସ୍‌ କର୍ମଚାରୀଙ୍କ ପକ୍ଷରୁ ଧର୍ମଘଟ କରାଯାଇଛି। ଗତକାଲି ଜନପଥରେ ତିନିଟି ‘ଆମ ବସ୍‌’କୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ସହିତ ଏହାର କ୍ୟାପ୍‌ଟେନ୍‌ଙ୍କୁ ଆକ୍ରମଣ କରିବା ଘଟଣାର ପ୍ରତିବାଦ କରି କର୍ମଚାରୀମାନେ ବସ୍‌କୁ ଚଢ଼ି ନଥିଲେ।

ffshfshfsxbvbv

ଖଣ୍ଡଗିରି: ଆଜି ସକାଳେ ପାତ୍ରପଡ଼ା ‘ଆମ ବସ୍‌’ ଡିପୋରେ ବସ୍‌ କର୍ମଚାରୀଙ୍କ ପକ୍ଷରୁ ଧର୍ମଘଟ କରାଯାଇଛି। ଗତକାଲି ଜନପଥରେ ତିନିଟି ‘ଆମ ବସ୍‌’କୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ସହିତ ଏହାର କ୍ୟାପ୍‌ଟେନ୍‌ଙ୍କୁ ଆକ୍ରମଣ କରିବା ଘଟଣାର ପ୍ରତିବାଦ କରି କର୍ମଚାରୀମାନେ ବସ୍‌କୁ ଚଢ଼ି ନଥିଲେ। ସକାଳ ୬ଟାରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ‘ଆମ ବସ୍‌’ କର୍ମଚାରୀମାନେ ସୁରକ୍ଷା ଦାବିରେ ଧାରଣା ଦେଇଥିଲେ। କ୍ରୁଟ୍‌ ଅଧିକାରୀମାନେ ବୁଝାସୁଝା କରିଥିଲେ ମଧ୍ୟ ଗାଡ଼ି ଗଡ଼ି ନଥିଲା। ଶେଷରେ ବରିଷ୍ଠ ଅଧିକାରୀମାନେ ଧାରଣାସ୍ଥଳକୁ ଆସି ‘ଆମ ବସ୍‌’ କର୍ମଚାରୀଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସେତେବେଳକୁ ପାଖାପାଖି ୨ଶହରୁ ଅଧିକ ବସ୍‌ ଗଡ଼ି ନଥିଲା।

Ganja Seized: ଚାଲାଣ ପୂର୍ବରୁ ପୁଲିସ ଧରିପକାଇଲେ ୧କୁଇଣ୍ଟାଲ ଗଞ୍ଜେଇ

 ଆଜି ଭୁବନେଶ୍ବର-ଖୋର୍ଦ୍ଧା, ଭୁବନେଶ୍ବର-କଟକ ଓ ଭୁବନେଶ୍ବର-ପୁରୀ ଅଭିମୁଖେ ଯାଉଥିବା ‘ଆମ ବସ୍‌’ ଚଳାଚଳ ବ୍ୟାହତ ହେବାରୁ ବିଭିନ୍ନ ବସ୍‌ଷ୍ଟପ୍‌ରେ ଯାତ୍ରୀମାନେ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ। ଆଜି ସକାଳ ସାଢ଼େ ୫ଟାରୁ ୬ଟା ମଧ୍ୟରେ ପ୍ରାୟ ୧୫ଟି ବସ୍‌ ନିଜ ନିଜ ରୁଟ୍‌ରେ ବାହାରି ଯାଇଥିଲେ। ତେବେ ୬ଟା ପରଠାରୁ ଗୋଟିଏ ବି ବସ୍‌ ଗଡ଼ି ନଥିଲା। ‘ଆମ ବସ୍‌’ କର୍ମଚାରୀମାନେ ୬ଘଣ୍ଟା ଧରି ଧାରଣାରେ ବସି ରହିଥିଲେ। ଭୁଲ୍‌ ଥାଉ କି ନ ଥାଉ ଆକ୍ରୋଶମୂଳକ ଭାବେ ‘ଆମ ବସ୍‌’ କର୍ମଚାରୀଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ କରିଥିଲେ। ଦୁର୍ଘଟଣା ଘଟିିଲେ ପୁଲିସ ଆସିବା ପୂର୍ବରୁ ଜନସାଧାରଣ ‘ଆମ ବସ୍‌’ ଉପରେ ଦୋଷ ଲଦି ରାଗ ସୁଝାଉଥିବା କହିଥିଲେ। ବାରମ୍ବାର ଏମିତି ହେଉଥିବାରୁ ଗାଡ଼ି ଚଳାଇବାକୁ ଡର ଲାଗୁଛି, ମାନସିକ ଚାପ ବଢ଼ୁଛି।

ସୁରକ୍ଷା ବ୍ୟବସ୍ଥା ନେଇ ଲିଖିତ ପ୍ରତିଶ୍ରୁତି ମିଳିଲେ ଯାଇ ବସ୍‌ ଚଳାଇବୁ ବୋଲି ଆମ ବସ୍‌ କର୍ମଚାରୀମାନେ ଜିଦ୍‌ରେ ଅଡ଼ି ରହିଥିଲେ। ରୁଟ୍‌ ନମ୍ବର-୨୦, ୨୪, ୨୭, ୨୯ ଓ ୩୨କୁ ଯାଉଥିବା ବସ୍‌ଗୁଡ଼ିକ ମୁଖ୍ୟତଃ ପ୍ରଭାବିତ ହୋଇଥିଲା। ପରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଧାରଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଏ ସମ୍ପର୍କରେ ପୁଲିସ ସହିତ ଆଲୋଚନା କରାଯାଇଛି ଏବଂ ‘ଆମ ବସ୍‌’ କର୍ମଚାରୀଙ୍କ ସୁରକ୍ଷାକୁ କିଭଳି ସୁନିଶ୍ଚିତ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିବା ପରେ ବସ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ଅନ୍ୟପଟେ ‘ଆମ ବସ୍‌’ ଚଳାଚଳ ପ୍ରଭାବିତ ହେବାରୁ ବହୁଯାତ୍ରୀ ଅଟୋରେ ନିଜର ଗନ୍ତବ୍ୟସ୍ଥଳକୁ ଯାଇଥିଲେ।

କ’ଣ କରୁଛି ପରିଚାଳନା ବୋର୍ଡ? ରହିଛନ୍ତି ବରିଷ୍ଠ ଆଇଏଏସ୍‌, ଆଇପିଏସ୍‌

ଭୁବନେଶ୍ୱର: କ୍ରୁଟ୍‌ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବଡ଼ ପରିଚାଳନା ବୋର୍ଡ ଗଠନ କରିଛନ୍ତି। ୧୨ଜଣ ବରିଷ୍ଠ ଆଇଏଏସ୍‌, ଆଇପିଏସ୍‌, ଓଏଫ୍‌ଏସ୍‌ଙ୍କୁ ବୋର୍ଡରେ ରଖାଯାଇଛି। ଅତିରିକ୍ତ ମୁଖ୍ୟ ସଚିବ ରୢାଙ୍କର ଜଣେ ବରିଷ୍ଠ ଆଇଏଏସ୍‌ଙ୍କୁ କ୍ରୁଟ୍‌ ଅଧ୍ୟକ୍ଷ କରାଯାଇଛି। ସଚିବ ରୢାଙ୍କର ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଉପାଧ୍ୟକ୍ଷ ଓ ଜଣେ ବରିଷ୍ଠ ଆଇଏଏସ୍‌ ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି। ପରିବହନ କମିସନର୍‌, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ପୁଲିସ କମିସନର୍‌ଙ୍କ ଭଳି ୯ଜଣ ବରିଷ୍ଠ ଅଧିକାରୀ ନିର୍ଦ୍ଦେଶକ ରହିଛନ୍ତି। ପ୍ରଫେସର, ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୩ ଜଣଙ୍କୁ ସ୍ବାଧୀନ ନିର୍ଦ୍ଦେଶକ କରାଯାଇଛି। ସେପଟେ କ୍ରୁଟ୍‌ ଟିମ୍‌ରେ ବି ୧୨ଜଣ ଓଏଏସ୍‌, ଓଏଫ୍‌ଏସ୍‌ ଆଦି ରହିଛନ୍ତି। ବୋଧ ହୁଏ, ଏତେ ଆଇଏଏସ୍‌, ଆଇପିଏସ୍‌, ଓଏଫ୍‌ଏସ୍‌ ଓ ଅନ୍ୟ ଅଧିକାରୀଙ୍କୁ ନେଇ ପରିଚାଳନା ବୋର୍ଡ ଗଠନ କେବଳ କ୍ରୁଟ୍‌ ପାଇଁ କରାଯାଇଛି। ଅନ୍ୟ କୌଣସି ବିଭାଗ ବା କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିବନି। ତଥାପି ଏହି ବରିଷ୍ଠ ଆଇଏଏସ୍‌, ଆଇପିଏସ୍‌ ଅଧିକାରୀମାନେ କ’ଣ କରୁଛନ୍ତି ଯେ କ୍ରୁଟ୍‌ ଦୁର୍ଘଟଣା ହେଉ କି କଳିରେ ରୋକ୍‌ ଲାଗିପାରୁନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Australian Open: ଅଷ୍ଟ୍ରେଲିଆନ୍ ଓପନ୍‌: ଚତୁର୍ଥ ରାଉଣ୍ଡ୍‌ରେ ସିନ୍ନର, ଜୋକୋଭିକ୍‌

ଦୁର୍ଘଟଣାର ଭିଡିଓ ଜାରି କଲା
ଭୁବନେଶ୍ୱର: ଗତକାଲି ଅଶୋକନଗର ଛକରେ ଦୁର୍ଘଟଣାର ଭିଡିଓ ଜାରି କରିଛନ୍ତି କ୍ରୁଟ୍‌ କର୍ତ୍ତୃପକ୍ଷ। ଏହି ଦୁର୍ଘଟଣାରେ ‘ଆମ ବସ୍‌’ର କୌଣସି ତ୍ରୁଟି ନାହିଁ ବୋଲି ଦର୍ଶାଇଛନ୍ତି। ଜାରି ଭିଡିଓରେ ଦେଖିବାକୁ ମିଳିଛି କି ଅଶୋକନଗର ଛକରେ ଓଡି-୦୫ସିଏ-୧୩୫୩ ନମ୍ବର ‘ଆମ ବସ୍‌’ଅଟକିବା ପରେ କିଛି ବାଇକ୍‌ ଚାଳକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ରଙ୍ଗ୍‌ ରୁଟ୍‌ରେ ‘ଆମ ବସ୍‌’ ଦୁଇପାର୍ଶ୍ବରେ ଯା’ଆସ କରୁଛନ୍ତି। ଏହି ସମୟରେ ‘ଆମ ବସ୍‌’ ସହ ସେମାନଙ୍କ ଧକ୍କା ହେଉଛି। କ୍ରୁଟ୍‌ କର୍ତ୍ତୃପକ୍ଷ କହିଛନ୍ତି, ଗତକାଲିର ଆକ୍ରମଣରେ ‘ଆମ ବସ୍‌’ ଚାଳକ ଅଜୟ କୁମାର ଡାକୁଆ ଓ ରମେଶ ଚନ୍ଦ୍ର ନାୟକ ଗୁରୁତର ହୋଇଥିଲେ। ଇଟା ପଥର ମାଡ଼ କାରଣରୁ ଦୁଇଜଣ ଆହତ ହୋଇଛନ୍ତି। କିନ୍ତୁ ଦୁର୍ଘଟଣା ହୋଇଥିବା ବାଇକ୍‌ଚାଳକ ପ୍ରତିକ୍ରିୟାଶୀଳ ନ ହୋଇ ଚାଲି ଯାଇଥିଲେ। କିନ୍ତୁ ସେ ପଳାଇଯିବା ପରେ ସେଠାରେ ଉପସ୍ଥିତ କିଛି ଲୋକ ଆସି ଗାଡ଼ିଚାଳକ,ହେଲ୍‌ପର୍‌ଙ୍କୁ ଆକ୍ରମଣ କରିଥିଲେ।

ବଢ଼ୁଛି କ୍ରୁଟ୍‌ କଳି କେଉଁଠି ରହୁଛି ତ୍ରୁଟି?
ଭୁବନେଶ୍ୱର:  ରାଜ୍ୟ ସରକାର କ୍ରୁଟ୍‌ର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ଚାହୁଛନ୍ତି। ବସ୍‌ ସଂଖ୍ୟାକୁ ବି ବହୁଗୁଣିତ କରିଛନ୍ତି। ଆଗକୁ ଆହୁରି ବଢ଼ାଇବାକୁ ଯୋଜନା କରିଛନ୍ତି। ସାରା ରାଜ୍ୟକୁ ବି କ୍ରୁଟ୍‌ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି। ପରିବେଶ ସୁରକ୍ଷା ଦିଗରେ ଆଗକୁ ପାଦେ ଯାଇ ଡିଜେଲ୍‌ ଚାଳିତ ବସ୍‌ ବନ୍ଦ କରି ଇ-ବସ୍‌ ସେବାକୁ ବିଶେ‌ଷ ଗୁରୁତ୍ବ ଦେଇଛନ୍ତି। କିନ୍ତୁ ସେହି ଅନୁସାରେ ‘ଆମ ବସ୍‌’ ଚଳାଚଳ ଓ ପରିଚାଳନାଗତ ତ୍ରୁଟିକୁ ସଂପୂର୍ଣ୍ଣ ଅଣଦେଖା କରି ଦିଆଯାଇଛି। ଏଣୁ ଦିନକୁ ଦିନ ଦୁର୍ଘଟଣା ଓ କଳି ମୁଣ୍ଡବିନ୍ଧା କଲାଣି। ‘ଆମ ବସ୍‌’କୁ ଦେଖିଲେ ‌ଲୋ‌କେ ଡରୁଛନ୍ତି। କେତେବେଳେ ଅଟୋଚାଳକ ତ କେତେବେଳେ ସାଧାରଣ ଲୋକ, ଯେଉଁଠି ଦେଖୁଛନ୍ତି ବିରୋଧ କରୁଛନ୍ତି। ଯେବେଠୁ ରୁପାଲି ଛକରେ ‘ଆମ ବସ୍‌’ ଚାପିଦେବାରୁ ଅଟୋଚାଳକଙ୍କ ମୃତ୍ୟୁ ହୋଇଛି, ସେବେଠୁ ଏଭଳି ବିଶୃଙ୍ଖଳା ଥମିବା ନାଁ ଧରୁନି। ଏ ଭିତରେ ୫ରୁ ଅଧିକ ଦୁର୍ଘଟଣା, ଅଗ୍ନିକାଣ୍ଡ ଭଳି ଘଟଣା ସାମନାକୁ ଆସିଲାଣି। ବିଶୃଙ୍ଖଳା କାରଣରୁ କ୍ରୁଟ୍‌ ପରିବହନ ସେବା ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି।

ଏଠି ପ୍ରଶ୍ନ ଉଠୁଛି, କ୍ରୁଟ୍‌ର ଏମିତି କ’ଣ ଦୋଷତ୍ରୁଟି ରହୁଛି ଯେ ଲୋକେ ଦୃଢ଼ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି? ଚାଳକ, କର୍ମଚାରୀଙ୍କଠାରେ ଏହି ତ୍ରୁଟି ରହୁଛି ନା ଅଧିକାରୀଙ୍କଠାରେ? ନା କ୍ରୁଟ୍‌ ପରିବହନ ସେବାକୁ ବଦନାମ ପାଇଁ ଏଭଳି ସୁଚିନ୍ତିତ ଚକ୍ରାନ୍ତ ଚାଲିଛି?
 ଗତ ୩ ତାରିଖରେ ଭୁବନେଶ୍ବରର ଜନଗହଳିପୂର୍ଣ୍ଣ ସ୍ଥାନ ରୁପାଲି ଛକରେ ଟ୍ରାଫିକ୍‌କୁ ମାନି ଛିଡ଼ା ହୋଇଥିବା ଏକ ଅଟୋକୁ ପଛରୁ ଚାପିଦେବାରୁ ଅଟୋଚାଳକଙ୍କ ମୃତ୍ୟୁ ହୋଇଥିଲା। ଯାତ୍ରୀମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ଯାଞ୍ଚ ନିର୍ଦ୍ଦେଶ ଦେବା ପରେ ଚେକିଂ ଜୋରଦାର ହେଲା। ନିୟମିତ ‘ଆମ ବସ୍‌’ ସେବାର ସ୍ଥିତି ପରଖିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେଲା। କିନ୍ତୁ ଏହା ଲୋକଦେଖାଣିଆ ହୋଇ ରହିଯାଇଛି। ଦିନକର ଯାଞ୍ଚ ପରେ ସମସ୍ତେ ନିରବ। ଗତକାଲିର ଘଟଣା ଏହାର ଜ୍ବଳନ୍ତ ଉଦାହରଣ। ଏଣୁ ‘ଆମ ବସ୍‌’ ପ୍ରତି ଲୋକଙ୍କ ତିକ୍ତତା ବଢ଼ୁଛି। ଅଧିକ କଳି ଅଟୋଚାଳକଙ୍କ ସହ ହେଉଛି। କିଛିଦିନ ସାଇଡ୍‌ ମାରିବାକୁ କେନ୍ଦ୍ର କରି ଅଟୋଚାଳକମାନେ ‘ଆମ ବସ୍‌’ ଚଳାଚଳ ବନ୍ଦ କରି ଦେଇଥିଲେ। ଜନସାଧାରଣ ଅଭିଯୋଗ କରିଛନ୍ତି, ‘ଆମ ବସ୍‌’ ଚାଳକମାନେ ଅତି ବେପରୁଆ ଭାବେ ଗାଡ଼ି ଚାଳନା କରୁଛନ୍ତି। ଭିଡ଼ ଭିତରେ ବି ଏପରି କାଟୁଛନ୍ତି, ପଛରେ ଆସୁଥିବା ଗାଡ଼ିଚାଳକ ଭାରସାମ୍ୟ ହରାଇ ବସୁଛନ୍ତି। ସେପଟେ ‘ଆମ ବସ୍‌’ ପାଇଁ ଲେନ୍‌ ଡ୍ରାଇଭିଂ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏହାକୁ କୌଣସି ଚାଳକ ମାନୁନାହାନ୍ତି। ଯେଉଁ କଣ୍ଡକ୍ଟର ରହୁଛନ୍ତି, ସେମାନଙ୍କ ବ୍ୟବହାର ବି ଅତି ଖରାପ। କ୍ରୁଟ୍‌ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ମାନିବାକୁ ନାରାଜ। ସଫେଇରେ ଲୋକଙ୍କୁ ଭୁଲ୍‌ ଦର୍ଶାଇ ଖସିଯିବାକୁ ଚେଷ୍ଟା କରିଛନ୍ତି। ଏପରିକି ଗତ ୩ ତାରିଖ ଦୁର୍ଘଟଣାରେ ଆଜି ପର୍ଯ୍ୟନ୍ତ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe