ଭୁବନେଶ୍ୱର: ରାଜଧାନୀରେ ସନ୍ଧ୍ୟା ଏବେ ପାର୍କ, ସାଙ୍ଗମାନଙ୍କର ଖଟିରେ ସୀମିତ ହେଉନାହିଁ ବରଂ ବୌଦ୍ଧିକ ଚର୍ଚ୍ଚାରେ କଟୁଛି। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତେ ନିଜ ପ୍ରିୟ ପୁସ୍ତକ ଖୋଜିବାରେ ମାତିଛନ୍ତି। ଆଧ୍ୟାତ୍ମିକଠାରୁ ଆରମ୍ଭ କରି କାବ୍ୟ, ଗଳ୍ପ, ରାଜନୈତିକ ଓ ଇତିହାସର ଜ୍ଞାନ ଆହରଣ କରିବାର ସବୁ ବର୍ଗର ପୁସ୍ତକ ଗୋଟିଏ ସ୍ଥାନରେ ହାତପାଆନ୍ତାରେ ରିହାତି ଦରରେ ମିଳୁଥିବାରୁ ସବୁ ‘କଳିଙ୍ଗ ପୁସ୍ତକ ମେଳା’ ଭିଡ଼ ଜମାଉଛନ୍ତି। କେବଳ ପୁସ୍ତକ ନୁହେଁ, ମେଳା ପରିସରରେ ପଡ଼ିଥିବା ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ, କଫି, ମିଲେଟ୍ ଫୁଡ଼ ସହିତ ମଫିନ ଓ କେକ୍ କିଣିବାକୁ ସହରାବାସୀ ଆସର ଜମାଇଛନ୍ତି। ଆଦି ମେଳାର ପ୍ରମୁଖ ଆକର୍ଷଣ ଥିଲା କୁନି କୁନି ପିଲାଙ୍କ କୌତୁକିଆ ପୋଷାକ ପ୍ରତିଯୋଗିତା। କିଏ ଗଛ ବେଶ ଧରି ବୃକ୍ଷରୋପଣର ସଚେଚନତା ବାଣ୍ଟୁଥିଲା ତ କିଏ ଜଳର ଉତ୍ସ ପୋଷାକ ପିନ୍ଧି ଜଳ ସଂରକ୍ଷଣର ବାର୍ତ୍ତା ଦେଉଥିଲା। ୩ଟି ଗ୍ରୁପ୍ରେ ୩୦ରୁ ଅଧିକ ପିଲା ଏଥିରେ ଅଂଶଗ୍ରହଣ କରିଥିଲେ। ଏଥିସହିତ ‘ଇନ୍ଷ୍ଟିଚ୍ୟୁଟ ଅଫ କମ୍ପାନି ସେକ୍ରେଟାରି’ ପକ୍ଷରୁ କ୍ୟାରିୟର୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
Akshay's auto: ରୋଗୀ ବୁହାଉଛି ଅକ୍ଷୟଙ୍କ ଅଟୋ ସେବା ଆଗ, ବେପାର ପଛ
ଆଧ୍ୟାତ୍ମିକ, ରାଜନୀତି ଓ କାଳ୍ପନିକ ପୁସ୍ତକର ଚାହିଦା
ପୁସ୍ତକ ମେଳାରେ ବର୍ତ୍ତମାନ ଆଧ୍ୟାତ୍ମିକ, ବାସ୍ତୁଶାସ୍ତ୍ର ଓ ସଂସ୍କୃତି ସମ୍ୱନ୍ଧୀୟ ପୁସ୍ତକର ବେଶ୍ ଚାହିଦା ଦେଖିବାକୁ ମିଳୁଛି। ଗୀତା, ଭାଗବତ, ବିଭିନ୍ନ ପୁରାଣ ଠାରୁ ଆରମ୍ଭ କରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବିଭିନ୍ନ ରାଜ୍ୟର ସଂସ୍କୃତି ସମ୍ୱଳିତ ପୁସ୍ତକର ଭଲ ବିକ୍ରି ହେଉଛି। ସମ୍ୱାଦ ‘ଆମ ଓଡ଼ିଶା’ ଷ୍ଟଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ‘ଶ୍ରୀମଦ ଭାଗବତ’, ଜୟନ୍ତୀ ପଟ୍ଟନାୟକଙ୍କ ଅନୁବାଦ ପୁସ୍ତକ ‘କୃଷ୍ଣାବତାର’, ଅସିତ ମହାନ୍ତିଙ୍କ ‘ଲକ୍ଷ୍ମୀପୁରାଣ’, ଡକ୍ଟର ଗୋବିନ୍ଦ ଚରଣଙ୍କ ‘ବାରି ବଇଦ’, ଦାସ ବେନହୁରଙ୍କ ‘ପଗଡ଼ି ପୁରୁଷ’ର ବେଶ୍ ଚାହିଦା ରହିଛି। ଓଡ଼ିଶାର ରାଜନୀତି, ନିର୍ବାଚନ, ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକ ପ୍ରମୁଖଙ୍କ ଉପରେ ଲିଖିତ ପୁସ୍ତକ ସମେତ ବହୁ ରୋମାଣ୍ଟିକ ଗଳ୍ପ, କବିତା ଚର୍ଚ୍ଚା ସାଉଣ୍ଟୁଛି ବୋଲି ‘ପେନ୍ ଇନ ବୁକ୍ସ’ ପ୍ରକାଶନୀର ଜେନେରାଲ ମ୍ୟାନେଜର ଜଳଧର ମହାପାତ୍ର କହିଛନ୍ତି।
Winter cap: ସୁରକ୍ଷା ସହିତ ଫ୍ୟାସନ୍ ଵିଣ୍ଟର୍ କ୍ୟାପ୍’
ଚାହିଦାରେ ପୋଡ଼ପିଠା ଓ ପଟ୍ଟଚିତ୍ର
ମେଳାରେ ପୁସ୍ତକ କିଣୁ କିଣୁ କ୍ଷୀର ପୋଡ଼ପିଠାର ବାସ୍ନା ଲୋକଙ୍କୁ ଆକୃଷ୍ଟ କରିଛି। ମମତା ମହାନ୍ତିଙ୍କ ହାତ ତିଆରି ଏଣ୍ଡୁରୀ, ମଣ୍ଡା ପିଠା, ମଫିନ, ଚକଲେଟ, ବ୍ଲୁବେରି କେକ୍ ଦର୍ଶକଙ୍କୁ ଆକର୍ଷିକ କରୁଛି। ସେହିପରି ରଘୁରାଜପୁରର କଳାକାର ପ୍ରକାଶ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ କୃଷ୍ଣ ଲୀଳା, ମହାପ୍ରଭୁଙ୍କ ବେଶ ଆଦି ଥିବା ପଟ୍ଟଚିତ୍ର ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/28/untitled-8-2025-11-28-06-42-17.jpg)