Advertisment

OUAT: ଓୟୁଏଟିରେ ‘ଝୋଟ ଓ ସହଯୋଗୀ ତନ୍ତୁ’ କର୍ମଶାଳା

Advertisment

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ଅଖିଳ ଭାରତୀୟ ନେଟ୍‌ୱର୍କ ପରିଯୋଜନାର ୩୭ତମ ବାର୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିI ଏଥିରେ ମୁଖ୍ୟଅତିଥି ଭାବେ....

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ଅଖିଳ ଭାରତୀୟ ନେଟ୍‌ୱର୍କ ପରିଯୋଜନାର ୩୭ତମ ବାର୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିI ଏଥିରେ ମୁଖ୍ୟଅତିଥି ଭାବେ....

Untitled-15

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ଅଖିଳ ଭାରତୀୟ ନେଟ୍‌ୱର୍କ ପରିଯୋଜନାର ୩୭ତମ ବାର୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିI ଏଥିରେ ମୁଖ୍ୟଅତିଥି ଭାବେ ଆଇସିଏଆର୍‌ (ଫସଲ ବିଜ୍ଞାନ)ର ଉପମହାନିର୍ଦ୍ଦେଶକ ଡି କେ ଯାଦବ ଯୋଗ ଦେଇଥିଲେ। ଝୋଟ ଉତ୍ପାଦନ ବୃଦ୍ଧି ଉପରେ ସେ ମତ ରଖି କହିଥିଲେ ଯେ ଏହି ଚାଷ ପରିବେଶକୁ ସୁହାଉଛି ଏବଂ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ସମାଧାନ କରିପାରିବ। ଏଣୁ ରାଜ୍ୟରେ ନୂତନ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଦ୍ୱାରା ଝୋଟ ଉତ୍ପାଦନକୁ ଚାହିଦା ଅନୁଯାୟୀ ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି। ଆଇସିଏଆର୍‌, କେନ୍ଦ୍ରୀୟ ଝୋଟ ଓ ସହଯୋଗୀ ତନ୍ତୁ ଗବେଷଣା ସଂସ୍ଥାନର ନିର୍ଦ୍ଦେଶକ ଜି. କର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାରକୁ କମାଇ ଝୋଟ ବ୍ୟବହାରକୁ ବଢ଼ାଇବାକୁ ସେ ପରାମର୍ଶ ଦେଇଥିଲେ।।

Lubengarh: ଉପେକ୍ଷିତ ସହିଦ ରେଣ୍ଡୋ ମାଝୀଙ୍କ ଜନ୍ମପୀଠ ଲୁବେନଗଡ଼, ଫାଙ୍କା ପ୍ରତିଶ୍ରୁତିରେ ବିକାଶ ଅପହଞ୍ଚ

Proposal stalled : ପ୍ରସ୍ତାବରେ ଅଟକିଛି ଜାତୀୟ ସ୍ମାରକୀ ମାନ୍ୟତା

 ଆଇସିଏଆର୍‌–ଜାତୀୟ ପ୍ରାକୃତିକ ତନ୍ତୁ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ସଂସ୍ଥାନ, କୋଲକାତାର ନିର୍ଦ୍ଦେଶକ ଡି ବି ଶକ୍ୟୱାର କହିଛନ୍ତି ଯେ ବର୍ତ୍ତମାନ ସମୟରେ ଝୋଟ ଚାଷ ଉପରେ ଗୁରୁତ୍ବ ଦେବାକୁ ଚାଷୀମାନଙ୍କୁ ସଚେତନ କରାଇବାର ସମୟ ଆସିଛି। ଆଇସିଏଆର୍‌ର ସହାୟକ ମହାନିର୍ଦ୍ଦେଶକ ପି କେ ଦାଶ, ସହାୟକ ମହାନିର୍ଦ୍ଦେଶକ(ବୀଜ) ସଞ୍ଜୀବ ଗୁପ୍ତା ମଧ୍ୟ ଝୋଟ ଉତ୍ପାଦନ ବୃଦ୍ଧିର ଉପଯୋଗିତା ଉପରେ କହିଥିଲେ। ସଭାପତିତ୍ୱ ଅଭିଭାଷଣରେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ଯେ ସରକାରୀ ପ୍ରୋତ୍ସାହନ ବଳରେ ଝୋଟ ଉତ୍ପାଦନ ବୃଦ୍ଧି ପାଇପାରିବ। ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସଂଯୋଜକ ସାରିକା ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe