Winter cap: ସୁରକ୍ଷା ସହିତ ଫ୍ୟାସନ୍‌ ଵିଣ୍ଟର୍‌ କ୍ୟାପ୍’

Advertisment

ଋତୁଚକ୍ରର ପରିବର୍ତ୍ତନ ଘଟି ଧିରେ ଧିରେ ବଢ଼ିଲାଣି ଶୀତ। ଯଦିଓ ଭ୍ରମଣ, ବଣଭୋଜି, ବିବାହ ଉତ୍ସବ ଆଦି ପାଇଁ ଏହି ଋତୁ ସମସ୍ତଙ୍କର ପ୍ରିୟ ହୋଇଥାଏ, ହେଲେ ଅତ୍ୟଧିକ ଥଣ୍ଡା....

ଋତୁଚକ୍ରର ପରିବର୍ତ୍ତନ ଘଟି ଧିରେ ଧିରେ ବଢ଼ିଲାଣି ଶୀତ। ଯଦିଓ ଭ୍ରମଣ, ବଣଭୋଜି, ବିବାହ ଉତ୍ସବ ଆଦି ପାଇଁ ଏହି ଋତୁ ସମସ୍ତଙ୍କର ପ୍ରିୟ ହୋଇଥାଏ, ହେଲେ ଅତ୍ୟଧିକ ଥଣ୍ଡା....

Untitled-5

ଭୁବନେଶ୍ୱର: ଋତୁଚକ୍ରର ପରିବର୍ତ୍ତନ ଘଟି ଧିରେ ଧିରେ ବଢ଼ିଲାଣି ଶୀତ। ଯଦିଓ ଭ୍ରମଣ, ବଣଭୋଜି, ବିବାହ ଉତ୍ସବ ଆଦି ପାଇଁ ଏହି ଋତୁ ସମସ୍ତଙ୍କର ପ୍ରିୟ ହୋଇଥାଏ, ହେଲେ ଅତ୍ୟଧିକ ଥଣ୍ଡା ମହିଳାମାନଙ୍କୁ ଷ୍ଟାଇଲିସ୍ ଲୁକ ନେବାରେ ବାଧକ ସାଜେ। ଥଣ୍ଡା ଯୋଗୁଁ ଉତ୍ସବଗୁଡ଼ିକରେ ଭିନ୍ନ ଭିନ୍ନ ଡିଜାଇନର ପାର୍ଟି ଵେୟର, ଶାଢ଼ୀ, ଲେହେଙ୍ଗା, ବିଭିନ୍ନ ଅଳଙ୍କାର ଆଦିରେ ତାଙ୍କୁ ବାଧ୍ୟ ହୋଇ ସ୍ୱେଟର୍‌, କୋର୍ଟ ଓ ମଫ୍‌ଲର ପରିଧାନ କରିବାକୁ ପଡ଼େ। ବିଶେଷକରି ଲୁକ୍ ବିଗିଡ଼ି ଯିବା ଭୟରେ ମହିଳାମାନେ କ୍ୟାପ୍ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଏପରିକି ପୁରୁଷମାନେ ମଧ୍ୟ ଆଗରୁ ପିନ୍ଧୁଥିବା ମଙ୍କି କ୍ୟାପ୍‌କୁ ପୁରୁଣା ଫ୍ୟାସନ୍‌ କହି ପିନ୍ଧିବାକୁ ପସନ୍ଦ କରୁନାହାନ୍ତି। ତେଣୁ ବର୍ତ୍ତମାନ ମାର୍କେଟକୁ ଶୀତରୁ ରକ୍ଷା କରିବା ସହିତ ଫ୍ୟାସନ୍‌ର ଅଂଶ ଥିବା କ୍ୟାପ୍‌ ବା ମଫ୍‌ଲର ଆସୁଛି। ସେହିଭଳି କିଛି କ୍ୟାପ୍‌କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା। 

vantara: ‘ବନତାରା’କୁ ଜାତିସଂଘ ସଂସ୍ଥାର ଆଇନଗତ ସ୍ବୀକୃତି

Parking : ଗାଡ଼ି ରଖିବୁ କେଉଁଠି?

ସୁରକ୍ଷା ସହିତ ଷ୍ଟାଇଲ ପାଇଁ ‘ସ୍କଲ୍‌ କ୍ୟାପ୍’

ଶୀତ ଦିନରେ ସାଧାରଣତଃ କେଶରେ ରୁପି ହୋଇଯାଇଥାଏ। ଫଳରେ କେଶ ବହୁଲ ଭାବରେ ଛଡ଼େ। ତେଣୁ ଥଣ୍ଡାରୁ ଉଭୟ କାନ ଓ କେଶକୁ ରକ୍ଷା କରିବା ପାଇଁ ‘ସ୍କଲ କ୍ୟାପ୍’ ସମସ୍ତଙ୍କର ପସନ୍ଦ ପାଲଟିଛି। ଉଲ୍‌, ସୂତା କିମ୍ୱା ସିନ୍ଥେଟିକ୍‌ ନିର୍ମିତ ଏହି କ୍ୟାପ୍‌ ମୁଣ୍ଡରେ ଫିଟ୍ ହୋଇ ରହୁଛି। ଉଷ୍ମତା ସହିତ ଏହା ଚେହେରାକୁ ଏକଷ୍ଟାଇଲିସ୍ଲୁକ୍ ପ୍ରଦାନ କରୁଛି। ଉଭୟ ପୁରୁଷ ଓ ମହିଳାମାନେ ଏହାକୁ ପରିଧାନ କରୁଛନ୍ତି।

କ୍ରେଜ୍‌ରେ ‘ରାବିଟ୍ ଇଅରମଫ୍’

ଫେସ୍‌ବୁକ, ଇନଷ୍ଟାଗ୍ରାମ ଅଥବା ୟ୍ୟୁଟୁବ୍ ଯେଉଁଥିରେ ଦେଖିବ ବର୍ତ୍ତମାନ ‘ରାବିଟ୍ ଇଅରମଫ୍’ର କ୍ରେଜ୍‌ ବଢ଼ିବାରେ ଲାଗିଛି। ସିନେ ତାରକାଙ୍କଠାରୁ ଆରମ୍ଭ କରି ସୋସିଆଲ୍‌ ମିଡିଆର ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହାକୁ ପରିଧାନ କରି ପୋଷ୍ଟ କରୁଛନ୍ତି। ଏହି ‘ଇଅରମଫ୍’ ଶୀତରୁ ରକ୍ଷା କରିବା ସହିତ ଯୁବ ପିଢ଼ିଙ୍କୁ ଏକ ଷ୍ଟାଇଲିସ ଲୁକ ପ୍ରଦାନ କରୁଛି। ଠେକୁଆର କାନ ଭଳି ଏଥିରେ ଦୁଇ ପାର୍ଶ୍ୱରେ କପଡ଼ା ଓହଲୁଛି। ଛୋଟ ପିଲାମାନେ ମଧ୍ୟ ଏହାକୁ କିଣିବାକୁ ଜିଦି କରୁଛନ୍ତି। 

କ୍ଲାସି ଲୁକ୍ ପାଇଁ ‘ଫ୍ରେଞ୍ଚ୍‌ ବେରେଟ୍ କ୍ୟାପ୍’

ଵେଷ୍ଟର୍ନ ଡ୍ରେସ୍‌ରେ କ୍ଲାସି ଲୁକ୍ ପ୍ରଦାନ କରୁଛି ଫ୍ରେଞ୍ଚ ବେରେଟ୍ କ୍ୟାପ୍।  ଗୋଲାକାର ଆକୃତିର ପଶମ ଓ ସୂତା ଆଦିରୁ ତିଆରି ଏହି କ୍ୟାପ୍ ପିନ୍ଧିବାକୁ ନରମ ହୋଇଥିବା ସହିତ ଏକ ସଂମ୍ଭାନ୍ତ ରୂପ ଦେଉଛି। ପୂର୍ବରୁ ଏହି କ୍ୟାପ୍ ଫ୍ରାନ୍ସରେ ଲୋକପ୍ରିୟ ହୋଇଥିଲା। ହେଲେ ବର୍ତ୍ତମାନ ସେଲିବ୍ରିଟିଙ୍କଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପରିଧାନ କରୁଥିବାରୁ ବର୍ତ୍ତମାନ ଗ୍ଲୋବାଲ ଫ୍ୟାସନର ଏହା ଅଂଶ ପାଲଟିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe