Fatua: ଭାକରସାହିରେ ବ୍ୟାପୁଛି ଫାଟୁଆ

ବାଲିପାଟଣା ବ୍ଲକ୍‌ ଅନ୍ତର୍ଗତ ଭାକରସାହିରେ ଗାଈ ଗୋରୁଙ୍କ ଫାଟୁଆ ରୋଗ ବ୍ୟାପୁଛି। ଆଖପାଖର ପ୍ରାୟ ୧୦ରୁ ଅଧିକ ଗ୍ରାମରେ ଗୋରୁ ଫାଟୁଆରେ ଆକ୍ରାନ୍ତ ହୋଇଛନ୍ତି। ଗାଈଗୋରୁଙ୍କ...

Untitled-8

ବାଲିପାଟଣା: ବାଲିପାଟଣା ବ୍ଲକ୍‌ ଅନ୍ତର୍ଗତ ଭାକରସାହିରେ ଗାଈ ଗୋରୁଙ୍କ ଫାଟୁଆ ରୋଗ ବ୍ୟାପୁଛି। ଆଖପାଖର ପ୍ରାୟ ୧୦ରୁ ଅଧିକ ଗ୍ରାମରେ ଗୋରୁ ଫାଟୁଆରେ ଆକ୍ରାନ୍ତ ହୋଇଛନ୍ତି। ଗାଈଗୋରୁଙ୍କ ଗୋଡ଼, ପାଟି, ଚିରରେ ଏହି ରୋଗ ହେଉଥିବା ଗୋପାଳକମାନେ କହିଛନ୍ତି। ଏହା ଦ୍ୱାରା ଶତାଧିକ ଗୋରୁଗାଈ ଆକ୍ରାନ୍ତ ହୋଇ ରୋଗଗ୍ରସ୍ତ ହୋଇଛନ୍ତି। ଫାଟୁଆ ରୋଗ ଯୋଗୁ ଗୋପାଳକମାନେ ଏବେ ସମସ୍ୟାରେ ପଡ଼ିଛନ୍ତି। ରୋଗରେ ଅଧିକାଂଶ ଗାଈ ଆକ୍ରାନ୍ତ ହୋଇଥିବାରୁ କ୍ଷୀର ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ରୋଗ ବ୍ୟାପୁଥିବାରୁ ‘କାମଧେନୁ’ ଯୋଜନାରେ ବାହାର ରାଜ୍ୟରୁ ଗାଈ କ୍ରୟ କରି ଆଣିବାକୁ ହିତାଧିକାରୀ ଭୟ କରୁଛନ୍ତି। ପ୍ରତିଶୋଧକ ଟୀକା ଦିଆଯାଇଥିଲେ ମଧ୍ୟ ଏହି ଫାଟୁଆ ରୋଗ ଯୋଗୁ ଗୋପାଳକମାନେ ଚିନ୍ତାରେ ପଡ଼ିଛନ୍ତି। ଯଥାଶୀଘ୍ର ଏହି ରୋଗର ନିରାକରଣ ନ କଲେ ପରିସ୍ଥିତି ଆହୁରି ବିଗିଡ଼ିବ ବୋଲି ଗୋପାଳକମାନେ କହିଛନ୍ତି। 

Huge explosion from solar: ସୌର କଳଙ୍କରୁ ବଡ଼ ବିସ୍ଫୋରଣ!

Ama Odisha: ଆମ ଓଡ଼ିଶା ରକ୍ତଦାନ ଶିବିର

ବାଲିପାଟଣା ପ୍ରାଣୀ ଚିକିତ୍ସା କେନ୍ଦ୍ର ମୁଖ୍ୟ ଡାକ୍ତର ଦୁର୍ମନ ବେହେରାଙ୍କ ସୂଚନା ଅନୁସାରେ ଭାକରସାହି ଆଖପାଖରେ ଗାଈଗୋରୁଙ୍କ ପାଟିରେ ଘା ଦେଖାଯାଉଛି। ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ଗୋଡ଼ରେ ଏହି ଲକ୍ଷଣ ନାହିଁ। ସବୁ ପଞ୍ଚାୟତରେ ପର୍ଯ୍ୟାୟକ୍ରମେ ପ୍ରାୟ ୫ ହଜାର ଗାଈଗୋରୁଙ୍କୁ ଭ୍ୟାକସିନ୍ ଟୀକା ଦିଆ ସରିଛି। ବାକି ୧୫ ଗୋରୁଙ୍କୁ ଟୀକା ଦେବା କାମ ଜାରିରଥିବା ଡାକ୍ତର ଶ୍ରୀ ବେହେରା କହିଛନ୍ତି। ଅନ୍ୟ ଅଞ୍ଚଳକୁ ଏହି ରୋଗ ବ୍ୟାପିବା ଆଗରୁ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe