ବାଲିପାଟଣା: ସ୍ଥାନୀୟ ଅଭୟମୁଖି ଗ୍ରାମସ୍ଥିତ ଏକ ସରକାରୀ ଜମିରେ ଗଛ ଲଗାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ସରକାରୀ ଜମି ହୋଇଥିଲେ ବି ଗଛ ଲଗାଯାଉଥିବା ସ୍ଥାନଟି ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ହେଉଥିବାରୁ ସେ ବିରୋଧ କରୁଛନ୍ତି। ଏହାକୁ ନେଇ ଦୁଇ ପକ୍ଷ ହାତାହାତି ହେବା ପରେ ମାମଲା ଥାନାକୁ ଯାଇଛି। ପୁଲିସ ତଦନ୍ତ ଚଳାଇଛି।

Advertisment

ସୂଚନାନୁସାରେ ଅଭୟମୁଖି ବରାହୀ ହାଇସ୍କୁଲ ନିକଟରେ ଥିବା ସରକାରୀ ଜମିରେ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ହେଉଥିଲା। କିନ୍ତୁ ଏହି ଗଛଲଗାକୁ ସୁଶାନ୍ତ ମହାପାତ୍ର ଓ ତାଙ୍କ ଭାଇ ବିରୋଧ କରିଥିଲେ। ତାଙ୍କ ଘର ସମ୍ମୁଖରେ ଗଛ ନଲଗାଇବାକୁ ସେମାନେ  କହିଥିଲେ। କିନ୍ତୁ ସରକାରୀ ଜମିରେ ଗଛ ଲାଗିବ ବୋଲି ସନ୍ତୋଷ କୁଣ୍ଡୁ ଜିଦ୍‌ କରିଥିଲେ। ଫଳରେ ସୁଶାନ୍ତ ଓ ସନ୍ତୋଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କ୍ରମେ ବଚସା ଉଗ୍ରରୂପ ନେଇଥିଲା ଏବଂ ସେମାନେ କୋଦାଳ ଉଠାଇ ପରସ୍ପରକୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ। ଗ୍ରାମବାସୀମାନେ ଉଭୟ ପକ୍ଷଙ୍କ ମଝିରେ ପଶି ରୋକିବା ସହ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।