Fire In Bhubaneswar Market: ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ନିଆଁ ଗିଳିଦେଲା ୪୦ ଦୋକାନ

ରାଜଧାନୀ ଭୁବନେଶ୍ବରର ସବୁଠାରୁ ବଡ଼ ହାଟ ‘ୟୁନିଟ୍‌-୧’ରେ ଆଜି ଅପରାହ୍‌ଣରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। କୌଣସି ଏକ ତେଜରାତି ଦୋକାନରୁ ଆରମ୍ଭ ହୋଇଥିବା ନିଆଁ ପ୍ରାୟ ୪୦ଟି ଦୋକାନକୁ ଧ୍ବଂସ କରିଦେଇଛି।

New Project (3)

Fire catches in Bhubaneswar Unit-1 market on Wednesday. Photograph: (sambad.in)

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ସବୁଠାରୁ ବଡ଼ ହାଟ ‘ୟୁନିଟ୍‌-୧’ରେ ଆଜି ଅପରାହ୍‌ଣରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। କୌଣସି ଏକ ତେଜରାତି ଦୋକାନରୁ ଆରମ୍ଭ ହୋଇଥିବା ନିଆଁ ପ୍ରାୟ ୪୦ଟି ଦୋକାନକୁ ଧ୍ବଂସ କରିଦେଇଛି। ଫଳରେ ବ୍ୟବସାୟୀମାନଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ ହୋଇଯାଇଛି।  

ଆହୁରି ପଢ଼ନ୍ତୁ: Deepak Rout Killed First Wife: ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା: ହତ୍ୟାକାଣ୍ଡ ଘଟାଇଥିଲେ ସ୍ୱାମୀ ଦୀପକ ରାଉତ

ଅପରାହ୍ଣ ୨ଟା ୩୦ରେ ଅଗ୍ନିକାଣ୍ଡ

ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଭୁବନେଶ୍ବର ୟୁନିଟ-୧ ହାଟରେ ଥିବା ତେଜରାତି ଦୋକାନଗୁଡ଼ିକରେ ଅପରାହ୍ଣ ପ୍ରାୟ ୨ଟା ୪୦ରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ମିଳିବା ପରେ ତୁରନ୍ତ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ନିଆଁ ଲିଭାଇବାକୁ ଶତାଧିକ କର୍ମଚାରୀ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଝାଳବୁହା ପରିଶ୍ରମ କରିଛନ୍ତି।

୧୪୦ ଆଗ୍ନିକ ନିୟୋଜିତ

ଅଗ୍ନିଶମ ବିଭାଗର ଅଧିକାରୀ ରମେଶ ମାଝୀ କହିଛନ୍ତି, ୟୁନିଟ୍‌-୧ ମାର୍କେଟ୍‌ରେ ନିଆଁ ଲାଗିବା ନେଇ ଆମକୁ ଅପରାହ୍‌ଣ ୨ଟା ୪୦ରେ ସୂଚନା ମିଳିଥିଲା। ସୂଚନା ମିଳିବାର ମାତ୍ର ୩ ମିନିଟ୍‌ ମଧ୍ୟରେ ଆମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର କାମ ଆରମ୍ଭ କରିଦେଇଥିଲେ। ନିଆଁ ଲିଭାଇବା ପାଇଁ ୧୫ ଗାଡ଼ି ବ୍ୟବହାର କରାଯାଇଥିଲା। ଏଥିରେ ୧୪୦ ଜଣ ଆଗ୍ନିକ ମୁତୟନ ଥିଲେ। ଦୋକାନରେ ଜଳନଶୀଳ ଜିନିଷ ଥିଲା। ଏଥି ପାଇଁ କମ ସମୟ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କେଉଁଠାରୁ ଏହା ଆରମ୍ଭ ହେଲା ଏନେଇ ବର୍ତ୍ତମାନ ପରିପ୍ରେକ୍ଷୀରେ କୁହାଯାଇପାରିବ ନାହିଁ। ନିଆଁ ଲିଭାଇବା ହେଉଛି ଆରମ ପ୍ରାଥମିକତା। ସଂପୂର୍ଣ୍ଣ ଭାବେ ନିଆଁ ଆୟତ୍ତ ହେଲା ପରେ ଏହାର କାରଣ ଖୋଜା ଯିବ।  

ଆହୁରି ପଢ଼ନ୍ତୁ: Opposition ire on Lokpal wants to buy seven BMW:ଲୋକପାଳଙ୍କ ସାତ ବିଏମଡବ୍ଲୁ କାର୍ କିଣିବା ଯୋଜନାକୁ ବିରୋଧୀଙ୍କ ସମାଲୋଚନା

ଆଗରୁ ମଧ୍ୟ ଲାଗିଥିଲା ନିଆଁ

ସୂଚନାଯୋଗ୍ୟ, ଭୁବନେଶ୍ବର ୟୁନିଟ୍‌-୧ ମାର୍କେଟରେ ଅଗ୍ନିକାଣ୍ଡ ଘଟଣା ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଏହି ବିଶାଳ ବଜାରରେ ଅଗ୍ନିକାଣ୍ଡ ଘଟି ଅନେକ ଦୋକାନ ଜଳି ଯାଇଥିଲା। ବୃହତ୍‌ ମାର୍କେଟ ଭିତରେ ହଜାର ହଜାର ଦୋକାନ ଲାଗିଲାଗି ରହିଥିବାରୁ ଏଠାରେ ଅଗ୍ନିକାଣ୍ଡ ଘଟିଲେ କମ୍‌ ସମୟ ମଧ୍ୟରେ ଏହା ବହୁ ଜିନିଷପତ୍ର କ୍ଷତି ପହଞ୍ଚାଇଥାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe