ବାଲିଅନ୍ତା ବଜାର: ବେଣୁପୁର ଚନ୍ଦନବସ୍ତରେ ଜଣଙ୍କ ଘର ଜଳୁଥିଲା। ଦମକଳ ବାହିନୀ ସେଠି ନିଆଁ ଲିଭାଉଥିବା ବେଳେ ମଝିଗଡ଼ରେ ଗାଡ଼ି ଜଳିଲା। ଦମକଳ ବାହିନୀ ମଝିଗଡ଼ରେ ପହଞ୍ଚି ନିଆଁ ଲିଭାଉ ନ ଲିଭାଉଁଣୁ, ଖବର ଆସିଲା ମଲ୍ଲିକ ସାହିରେ ଏକ ଜିପ୍ ଓ ଅଟୋ ହୁତୁହୁତୁ ହୋଇ ଜଳୁଛି। ଅଗ୍ନିଶମ ବାହିନୀ ସେଠି ପହଞ୍ଚୁ ନ ପହଞ୍ଚୁଣୁ, ମାଟିକୋଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ନିଆଁ ଆଁରେ ଗିଳି ହୋଇଯାଇଥିଲା। ପରେପରେ ଅଣ୍ଡିଲୋ ମୁସ୍ଲିମ୍ ସାହିରେ ଏକ କାର୍ରେ ନିଆଁ ଲାଗିଯାଇଥିଲା। ଦମକଳବାହିନୀ ସେଠି ନିଆଁ ଲିଭାଇବା ବେଳକୁ ରାତି ପାହି ସକାଳ ହୋଇଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତାରେ ଘଟିଥିବା ଲଙ୍କାଦହନ ଭଳି ଅଗ୍ନିକାଣ୍ଡରେ ଜଣଙ୍କ ଘର, ୩ଟି ଦୋକାନ ଓ ୬ଟି ଗାଡ଼ି ପୋଡ଼ି ଛାରଖାର ହୋଇଯାଇଛି। ସେହିଭଳି ଅଗ୍ନିଶମବାହିନୀ ବେଣୁପୁରରୁ ବାଲିଅନ୍ତା ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତାରେ ସାରାରାତି ବୁଲିବୁଲି ନିଆଁ ଲିଭାଇବାକୁ ଯାଇ ନାକେଦମ୍ ହୋଇଛି। ଜଣେ ମହିଳା ଏହି ଅଗ୍ନିକାଣ୍ଡ ଘଟାଇଥିବା ସନ୍ଦେହ କରି ବାଲିଅନ୍ତା ଥାନା ପୁଲିସ ତାଙ୍କୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ରୁ ଠାବ ହୋଇଥିବା ମହିଳାଜଣକ ଜଣେ ମାନସିକବିକାରଗ୍ରସ୍ତ ବୋଲି ଜଣାପଡ଼ିଛି। ମହିଳାଜଣଙ୍କର ବାପଘର ବାଲିଅନ୍ତା ଏବଂ ସେ ବେଣୁପୁରର ବୋହୂ ବୋଲି କୁହାଯାଉଛି। ମହିଳାଙ୍କଠାରୁ ଏକ ଦିଆସିଲି ଜବତ କରାଯାଇଛି।
Education: ପିଲାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ, ପାଲା ପରିବେଷଣ କଲେ ଶିକ୍ଷକ-ଶିକ୍ଷୟିତ୍ରୀ
ଜଳିଗଲା ଘର, ୩ ଦୋକାନ, ୬ ଗାଡ଼ି
ମାନସିକବିକାରଗ୍ରସ୍ତ ମହିଳା ଅଟକ
ବେଣୁପୁରରୁ ବାଲିଅନ୍ତା ପର୍ଯ୍ୟନ୍ତ ଦମକଳ ବାହିନୀ ନାକେଦମ
ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ପ୍ରଥମେ ବେଣୁପୁର ପଞ୍ଚାୟତ ୩ନମ୍ବର ୱାର୍ଡସ୍ଥିତ ଚନ୍ଦନବସ୍ତ ଗ୍ରାମର ରବୀନ୍ଦ୍ର ଦାସଙ୍କ ଘରେ ନିଆଁ ଲାଗିଥିଲା। ପରିବାର ଲୋକେ ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଥିଲା। ମାତ୍ର ସୌଭାଗ୍ୟକୁ ନିଆଁ ପୂରା ଘରକୁ ବ୍ୟାପିବା ପୂର୍ବରୁ ରବୀନ୍ଦ୍ରଙ୍କ ପତ୍ନୀ ଜ୍ୟୋତ୍ସ୍ନାଙ୍କ ନିଦ ଭାଙ୍ଗିଯାଇଥିଲା। ଉପସ୍ଥିତ ବୁଦ୍ଧି ବଳରେ ସେ ପୁଅ ହୃଦାନନ୍ଦ, ବୋହୂ ନିର୍ମଳା ଓ ଦୁଇ ନାତିନାତୁଣୀଙ୍କୁ ବଞ୍ଚାଇ ପାରିଥିଲେ। ମାତ୍ର ରାତି ଅଧରେ ଜଳୁଥିବା ଚାଳ ଛପର ଘରକୁ ନିଆଁ ମୁହଁରୁ ରକ୍ଷା କରିପାରିଲେ ନାହିଁ। ପଡ଼ୋଶୀମାନେ ଚେଷ୍ଟା କରି ବି ନିଆଁକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ପାହାଳ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ରବୀନ୍ଦ୍ରଙ୍କ ଘରର ସମସ୍ତ ଆସବାସପତ୍ର ଓ ବିଦ୍ୟୁତ ଉପକରଣ, ବର୍ଷକ ପାଇଁ ସାଇତି ରଖିଥିବା ଖାଦ୍ୟଶସ୍ୟ, ପିନ୍ଧାଲୁଗା, ପିଲାଙ୍କ ବହିପତ୍ର ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ସେଠି ନିଆଁ ଲିଭାଇବା ପରେପରେ ଖବର ମିଳିଲା ଯେ ମଝିଗଡ଼ ସଞ୍ଜୟ ଜେନାଙ୍କ ଦୋକାନ ପାଖରେ ଥିବା ଓମିନି ଭ୍ୟାନ୍ ଜଳୁଛି। ଅବଶ୍ୟ ଅଗ୍ନିଶମ ବାହିନୀ ସେଠି ପହଞ୍ଚିବା ବେଳକୁ ସଞ୍ଜୟଙ୍କ ପରିବାର ଲୋକେ ଗାଡ଼ିରୁ ନିଆଁ ଲିଭାଇ ସାରିଥିଲେ। ଠିକ୍ ସେତିକିବେଳେ ବାଲିଅନ୍ତା ସାଇଫନ୍ ନିକଟରେ ଥିବା ୩ଟି ଦୋକାନ ଘର ଓ ମଲ୍ଲିକସାହିର ରାଜେଶ ମଲ୍ଲିକଙ୍କ ଘର ଆଗରେ ଥିବା ଥାର୍ ଓ ରାଜେଶଙ୍କ ପଡ଼ୋଶୀଙ୍କ ଅଟୋ ହୁତୁହୁତୁ ହୋଇ ଜଳୁଥିବା ଖବର ପ୍ରଚାରିତ ହେଲା। କିଛି ସମୟ ପରେ ମାଟିକୋଟର ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ସିମେଣ୍ଟ ଭର୍ତ୍ତି ଟ୍ରକ୍ରେ ନିଆଁ ଲାଗିଥିବା ଜଣାପଡ଼ିଲା। ଟ୍ରକ୍ରେ ୫୦ହଜାର ଟଙ୍କାର ସିମେଣ୍ଡ ପ୍ୟାକେଟ୍ ବୋଝେଇ ହୋଇ ରହିଥିଲା। ଅଗ୍ନିଶମ କର୍ମଚାରୀମାନେ ସେଠାରେ ନିଆଁ ଲିଭାଇବା ବେଳକୁ ନୂଆ ଟ୍ରକ୍ ଓ ସିମେଣ୍ଟ ପୋଡ଼ି ନଷ୍ଟା ହୋଇଯାଇଥିଲା। ଏତିକିବେଳେ ଅଣ୍ଡିଲୋ ମୁସଲିମ୍ ସାହିର ନୌସଦ୍ ଅଲ୍ଲୀଙ୍କ ଘର ସମ୍ମୁଖରେ ଥିବା କାର୍ରେ ନିଆଁ ଲାଗିଯାଇଥିଲା।
Messi : ରାହୁଲ ଗାନ୍ଧିଙ୍କୁ ଆର୍ଜେଣ୍ଟିନା ଜର୍ସି ପ୍ରଦାନ କଲେ ମେସି
ଘଟଣାକୁ ନେଇ ବେଣୁପୁର ଓ ବାଲିଅନ୍ତାରେ ଆତଙ୍କ ଖେଳିଯାଇଥିଲା। ବାଲିଅନ୍ତା ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀକୁ ସହଯୋଗ କରିଥିଲା। ତେବେ ଗୋଟିକ ପରେ ଗୋଟିଏ ଅଗ୍ନିକାଣ୍ଡ କୌଣସି ଭୌତିକ କାଣ୍ଡ କିମ୍ବା କୌଣସି ଅଶରୀରି ଶକ୍ତିର କାଣ୍ଡ ବୋଲି ଲୋକଙ୍କ ଭିତରେ କୋକୁଆ ଭୟ ଖେଳିଯାଇଥିଲା। ବେଣୁପୁରରୁ ବାଲିଅନ୍ତା ପର୍ଯ୍ୟନ୍ତ ୨ କିମି ରାସ୍ତା ଭିତରେ କିଏ ଏଭଳି କାଣ୍ଡ ଭିଆଇଲା ବୋଲି ପୁଲିସ ଖୋଜିବାକୁ ଲାଗିଲା। ବିଭିନ୍ନ ଜାଗାରୁ ସଂଗୃହୀତ ସିସିଟିଭି ଫୁଟେଜ୍ରୁ ଜଣେ ମହିଳାଙ୍କୁ ପୁଲିସ ଠାବ କଲା। ମହିଳାଜଣକ ଦିଆସିଲି ମାରି ନିଆଁ ଲଗାଉଥିବା ଜଣାପଡ଼ିଲା। ଚାଳ ଘର ଓ ଜରିପାଲ ଘୋଡ଼ାହୋଇଥିବା ଗାଡ଼ିକୁ ଲକ୍ଷ୍ୟ କରି ସେ ସେଥିରେ ନିଆଁ ଲଗାଉଥିବା ଜଣାପଡ଼ିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/14/dagdazcvcv-2025-12-14-02-45-18.jpg)