ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ଓ କଳାଭୂମିର ମିଳିତ ଆନୁକୂଲ୍ୟରେ ତୃତୀୟ ରାଜ୍ୟସ୍ତରୀୟ କଳାଭୂମି ସାହିତ୍ୟ ଉତ୍ସବ-୨୦୨୬ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର ମୋହନ ଦାଶ, ପୂର୍ବତନ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
Supreme Court reserves verdict: ବୁଲା କୁକୁର ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍କୋର୍ଟ
9.54 lakhs fraud : ପୁଞ୍ଜିନିବେଶ ନାଁରେ ସାଢ଼େ ୯୪ଲକ୍ଷ ଠକେଇ
ଉତ୍ସବରେ ରାଜ୍ୟର କୋଣ ଅନୁକୋଣରୁ ବହୁସଂଖ୍ୟାରେ ଯୁବ ଓ ବରିଷ୍ଠ ସାହିତ୍ୟିକମାନେ ଯୋଗଦେବା ସହ ସ୍ବରଚିତ କବିତା, ଗପ ପାଠ କରିଥିଲେ। ଆଜି ପୂର୍ବାହ୍ଣରୁ ରାତି ପର୍ଯ୍ୟନ୍ତ କବିତା ପାଠ କାର୍ଯ୍ୟକ୍ରମ ଚାଲିଥିଲା। ଏହି ଅବସରରେ କଳାଭୂମି ପକ୍ଷରୁ ୫ଜଣ ସାହିତ୍ୟିକଙ୍କୁ ‘ସାହିତ୍ୟ ଉତ୍କର୍ଷ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କବିତାରେ ପ୍ରଦୀପ ବିଶ୍ୱାଳ, ନାଟକରେ ସୁବୋଧ ପଟ୍ଟନାୟକ, ପ୍ରବନ୍ଧରେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଗଳ୍ପରେ ସରୋଜ ବଳ ଓ ପତ୍ରିକା ସମ୍ପାଦନାରେ ମମତା ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କବି ଉମାକାନ୍ତ ରାଉତଙ୍କ ‘କବିକାର କଥା’ ପୁସ୍ତକ ଲୋକାର୍ପିତ ହୋଇଥିଲା। ‘୨୦୩୬: ବିକଶିତ ଓଡ଼ିଶା ପାଇଁ ଭାଷା ସାହିତ୍ୟର ଭୂମିକା’ ଶୀର୍ଷକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀକୁ ପୁରସ୍କୃତ କରାଯାଇଥିଲା। କଳାଭୂମି ଅଧକ୍ଷ ଡ. ପ୍ରମୋଦ କୁମାର ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସାହିତ୍ୟ ଉତ୍ସବକୁ ଡ. ଶ୍ରୀନିବାସ ଘଟୁଆରି ସଂଯୋଜନା କରିଥିଲେ।
Follow Us