Utkal University of Culture: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ: ସରୁନି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ

Advertisment

ଦେଶର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ ଭା‌ବେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନିଜସ୍ବ ସ୍ଥାୟୀ କ୍ୟାମ୍ପସ୍‌କୁ ଯିବାର ୧୦ ବର୍ଷ ପରେ ମଧ୍ୟ ପ୍ରଫେସର ଓ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନି।

ଦେଶର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ ଭା‌ବେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନିଜସ୍ବ ସ୍ଥାୟୀ କ୍ୟାମ୍ପସ୍‌କୁ ଯିବାର ୧୦ ବର୍ଷ ପରେ ମଧ୍ୟ ପ୍ରଫେସର ଓ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନି।

dgadddddg

ଖଣ୍ଡଗିରି: ଦେଶର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ ଭା‌ବେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନିଜସ୍ବ ସ୍ଥାୟୀ କ୍ୟାମ୍ପସ୍‌କୁ ଯିବାର ୧୦ ବର୍ଷ ପରେ ମଧ୍ୟ ପ୍ରଫେସର ଓ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନି। ପାଖାପାଖି ୫କୋଟି ଟଙ୍କା ବ୍ୟୟରେ ଏବେ ବି ବହୁ ତଳ ବିଶିଷ୍ଟ ଦୁଇଟି କୋଠା କାମ ଜାରି ରହିଛି। ଏଥିସହ କୁଳପତିଙ୍କ ବାସଭବନ ନିର୍ମାଣ କାର୍ଯ୍ୟ ବି ସରିନି। ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ଗୋଟିଏ ବର୍ଷ ବିଳମ୍ବରେ ଏହି କୋଠାଗୁଡ଼ିକ ନିର୍ମାଣ ହେଉଥିଲେ ମଧ୍ୟ ଆଉ ୬ ମାସରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ କହିଛନ୍ତି।

କୁଳପତି, ପ୍ରଫେସର, କର୍ମଚାରୀଙ୍କୁ ମିଳିବ ବାସଗୃହ
୬ ମାସରେ ସରିବ ମୁକ୍ତାକାଶ ରଙ୍ଗମଞ୍ଚ
ପ୍ରେକ୍ଷାଳୟ କାମ ଭୁଇଁରୁ ଉଠିନି

ବିଶ୍ବବିଦ୍ୟାଳୟକୁ ରାଜ୍ୟ ସରକାର ୫ଏକର ଜାଗା ପ୍ରଦାନ କଲା ପରେ ପ୍ରଫେସର ଓ କର୍ମଚାରୀଙ୍କ ପାଇଁ ବାସଗୃହ ସହିତ କୁଳପତିଙ୍କ ବାସଭବନ କରିବାକୁ ଯୋଜନା ହୋଇଥିଲା। ୮ ବର୍ଷ ହେବ ଜାଗା ମିଳିଥିଲେ ମଧ୍ୟ କୋଠା କାମ ଆରମ୍ଭ ହୋଇପାରୁ ନଥିଲା। ତେବେ କୁଳପତିଙ୍କ ବାସଭବନ ପାଇଁ ୨ କୋଟି ୧୩ ଟଙ୍କା ବ୍ୟୟ ବରାଦ ସହ ୨୦୨୪ ଫେବ୍ରୁଆରିରେ କାମ ଆରମ୍ଭ ହୋଇଥିଲା। ଏହାର ନିର୍ମାଣ  ନଭେମ୍ବର ମାସରେ ସରିବା କଥା। କିନ୍ତୁ ଏ ପର୍ଯ୍ୟନ୍ତ କାମ ସରି ନାହିଁ। ଏଥିସହ ପ୍ରଫେସର ଓ କର୍ମଚାରୀଙ୍କ ବାସଗୃହ ପାଇଁ ୪କୋଟି ୪୩ଲକ୍ଷଟଙ୍କା ବ୍ୟୟବରାଦରେ ୩ମହଲା ବିଶିଷ୍ଟ ଦୁଇଟି କୋଠା ନିର୍ମାଣ ଚାଲିଛି। ପ୍ରତି ମହଲାରେ ୨ଟି ପରିବାର ରହିବାର ସୁବିଧା ରହିଛି। ସେହି ହିସାବ‌‌ରେ ମୋଟ୍‌୧୨ଜଣ ପ୍ରଫେସର ଓ କର୍ମଚାରୀ ରହିପାରିବେ। ଏହାର କାମ ୨୦୨୪ ମାର୍ଚ୍ଚ ୧୩ରେ ଆରମ୍ଭ ହୋଇଥିଲା ଏବଂ ୧୨ ମାସ ମଧ୍ୟରେ କାମ ସାରିବାର ଥିଲା। ହେଲେ ତାହା ହୋଇ ପାରିନାହିଁ। ଅନ୍ୟପକ୍ଷରେ ୨୦୨୦ରେ ପ୍ରେକ୍ଷାଳୟ ଓ ଆମ୍ପିଥିଏଟର ନିର୍ମାଣ କରିବାକୁ ହୋଇଥିବା ଯୋଜନା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ। ବର୍ଷ ପରେ ବର୍ଷ ଗଡ଼ି ଚାଲିଥିଲେ ମଧ୍ୟ କାର୍ଯ୍ୟ ଅଗ୍ରଗତି କରି ନଥିଲା। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପରେ ଇଡ୍‌କୋ ପକ୍ଷରୁ ପଦକ୍ଷେପ ନିଆଯାଇଛି।

Vande Bharat Sleeper Train: ଦିଲ୍ଲୀ ରେଳ ଷ୍ଟେସନରେ 'ବନ୍ଦେ ଭାରତ ସ୍ଲିପର ଟ୍ରେନ'ର ନିରୀକ୍ଷଣ କଲେ କେନ୍ଦ୍ର ରେଳମନ୍ତ୍ରୀ

ପ୍ରେକ୍ଷାଳୟ ବଜେଟ୍‌୪୨ କୋଟିକୁ ବୃଦ୍ଧି ହୋଇଛି। ୭୦୦ ସିଟ୍‌ବିଶିଷ୍ଟ ହେବାକୁ ଥିବା ଏହି ପ୍ରେକ୍ଷାଳୟରେ ଅତ୍ୟାଧୁନିକ ସୁବିଧା ରହିବ। ପ୍ରେକ୍ଷାଳୟ ତଳେ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ। ଅଣ୍ଡର ଗ୍ରାଉଣ୍ଡ ପାର୍କଂ କାମ କିଛି ମାତ୍ରାରେ ଆଗେଇଥିଲେ ମଧ୍ୟ କାମ ଅଧପନ୍ତରିଆ ହୋଇପଡ଼ିଛି। ‌ଏନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସ୍ବାଇଁ ଆଜି ଇଡ୍‌କୋ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ପ୍ରେକ୍ଷାଳୟର ନୂତନ ନକ୍ସା ସରକାରଙ୍କୁ ପ୍ରଦାନ କରିବା ସହ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଆମ୍ପିଥିଏଟର ନିର୍ମାଣ ପାଇଁ ମାଟି ଖୋଳା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ୩ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେଉଥିବା ଏହି ଆମ୍ପିଥିଏଟର ୬ ମାସରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ବ୍ୟତୀତ ଆଜି ବୈଠକରେ ବିଶ୍ବବିଦ୍ୟାଳୟ ପାଣି ସମସ୍ୟା ଦୂର କରିବାକୁ ଯୋଜନା ହୋଇଛି। ନରାଜରୁ ପାଇପ୍‌ପାଣି ସେମାନଙ୍କ ପାଇଁ ଉପଲବ୍ଧ ହେବ। ସେହିପରି ବିଶ୍ବବିଦ୍ୟାଳୟ ପାଚେରି କାମରେ ଉପୁଜୁଥିବା ବିଭିନ୍ନ ବାଧା ସମ୍ପର୍କରେ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

Neha Singh Rathod : ଲୋକ ଗାୟିକା ନେହା ସିଂ ରାଠୋରଙ୍କୁ ଅଟକ ରଖିଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe