ଭୁବନେଶ୍ବର: ରାଜ୍ୟପାଳ ହରି ବାବୁ କମ୍ଭମପାଟି ବୁଧବାର ଅପରାହ୍ନରେ ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଛନ୍ତି। ମକର ସଂକ୍ରାନ୍ତି ଅବସରରେ ରାଜ୍ୟପାଳ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ପିଲାମାନଙ୍କୁ ଚିକି, ଚକୋଲେଟ ଓ କଲମ ବଣ୍ଟନ କରିଥିଲେ। ସୁନ୍ଦର ଭୂଦୃଶ୍ୟରେ ସଜ୍ଜିତ ଲୋକଭବନ ଉଦ୍ୟାନ ଓ ଏହାର ପରିସରରେ ନବବିକଶିତ ଅଟଳ ବନ ପରିଦର୍ଶନ କରିଥିବା ପିଲାମାନଙ୍କୁ ଭେଟି ରାଜ୍ୟପାଳ ଆନନ୍ଦିତ ହୋଇଥିଲେ l
Gadget in Focus: Smartphone with keyboard: ଫୋକସ୍ରେ ଗ୍ୟାଜେଟ୍: କିବୋର୍ଡ ସହ ସ୍ମାର୍ଟଫୋନ୍
ନିଜର ଖୁସି ପ୍ରକାଶ କରି ରାଜ୍ୟପାଳ କହିଥିଲେ, ‘ସବୁଜିମାରେ ଭରପୁର ଉଦ୍ୟାନଗୁଡ଼ିକୁ ପରିଦର୍ଶନ କରିବା ସମୟରେ ପିଲାମାନଙ୍କୁ ଭେଟିବା ଏବଂ ସେମାନଙ୍କର ଉତ୍ସାହ ଦେଖିବା ମୋତେ ଅତ୍ୟନ୍ତ ଆନନ୍ଦ ଦିଏ।’ ଏପରି ସ୍ଥାନଗୁଡ଼ିକ ପିଲାମାନଙ୍କୁ ଏକ ନିରାପଦ ଏବଂ ପ୍ରାକୃତିକ ପରିବେଶରେ ସୁସ୍ଥ ମନୋରଞ୍ଜନ ଦେବା ସହ ଶିଖିବାର ସୁଯୋଗ ପ୍ରଦାନ କରେ, ଯାହା ସେମାନଙ୍କର ସାମଗ୍ରିକ ବିକାଶ ଏବଂ କଲ୍ୟାଣ ପାଇଁ ପରିପୂରକ ହୋଇଥାଏ ବୋଲି ରାଜ୍ୟପାଳ କହିଛନ୍ତି। ଲୋକଭବନ ଉଦ୍ୟାନଗୁଡ଼ିକ ଚଳିତ ଜାନୁଆରୀ ୧୦ରୁ ଜନସାଧାରଣ ପାଇଁ ଖୋଲାଯାଇଛି। ଏହା ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଉଦ୍ୟାନ ଖୋଲା ହେବା ପରଠାରୁ ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ହଜାର ହଜାର ପରିଦର୍ଶକ ଲୋକଭବନ ଉଦ୍ୟାନଗୁଡ଼ିକୁ ପରିଦର୍ଶନ କରୁଛନ୍ତି।
Follow Us