Group clashes in Khandagiri: ଖଣ୍ଡଗିରିରେ ଗୋଷ୍ଠୀ ସଂଘର୍ଷ: ଦୋକାନ ଭଙ୍ଗାରୁଜା, ୧୦ରୁ ଅଧିକ ଆହତ

Advertisment

ଆଜି ସନ୍ଧ୍ୟାରେ ହଠାତ୍ ଖଣ୍ଡଗିିରିରେ ଘଟିଥିଲା ଏକ ବଡ଼ଧରଣର ଗୋଷ୍ଠୀ ସଂଘର୍ଷ। ଜୟଦେବ ବାଟିକାକୁ ଭୋଜି କରିବାକୁ ଆସିଥିବା କିଛି ଯୁବକ ଏକ ଦୋକାନ ଭଙ୍ଗାରୁଜା କରିବାରୁ ଏହି ଗଣ୍ଡଗୋଳ ଘଟିଥିଲା।

ଆଜି ସନ୍ଧ୍ୟାରେ ହଠାତ୍ ଖଣ୍ଡଗିିରିରେ ଘଟିଥିଲା ଏକ ବଡ଼ଧରଣର ଗୋଷ୍ଠୀ ସଂଘର୍ଷ। ଜୟଦେବ ବାଟିକାକୁ ଭୋଜି କରିବାକୁ ଆସିଥିବା କିଛି ଯୁବକ ଏକ ଦୋକାନ ଭଙ୍ଗାରୁଜା କରିବାରୁ ଏହି ଗଣ୍ଡଗୋଳ ଘଟିଥିଲା।

dagadgdgdg

ଖଣ୍ଡଗିରି: ଆଜି ସନ୍ଧ୍ୟାରେ ହଠାତ୍ ଖଣ୍ଡଗିିରିରେ ଘଟିଥିଲା ଏକ ବଡ଼ଧରଣର ଗୋଷ୍ଠୀ ସଂଘର୍ଷ। ଜୟଦେବ ବାଟିକାକୁ ଭୋଜି କରିବାକୁ ଆସିଥିବା କିଛି ଯୁବକ ଏକ ଦୋକାନ ଭଙ୍ଗାରୁଜା କରିବାରୁ ଏହି ଗଣ୍ଡଗୋଳ ଘଟିଥିଲା। ଉଭୟ ପକ୍ଷର ପ୍ରାୟ ୫୦ ଜଣ ଯୁବକ ରାସ୍ତାରେ ଗୋଡ଼ାଗୋଡ଼ି ହୋଇ ପିଟାପିଟି ହୋଇଥିଲେ। ଏଥିରେ ପ୍ରାୟ ୧୦ଜଣ ଆହତ ହୋଇଛନ୍ତି। ଏଥିପାଇଁ ଜୟଦେବ ବାଟିକା ଛକ ସମେତ ଚାରି ଛକ ଓ ନାକା ଗେଟ୍‌ ପର୍ଯ୍ୟନ୍ତ ଏକ ପ୍ରକାର ରଣକ୍ଷେତ୍ର ପାଲଟିଯାଇଥିଲା। ପାଞ୍ଚ ପାଞ୍ଚଟି ପିସିଆର୍‌ ପହଞ୍ଚିବା ପରେ ଗଣ୍ଡଗୋଳ ଥମିଥିଲା। କିନ୍ତୁ ପୁଲିସ ଏହି ଗଣ୍ଡଗୋଳରେ ସମ୍ପୃକ୍ତ ଜଣକୁ ବି କାବୁ କରିପାରିନାହିଁ। ଉଭୟ ପକ୍ଷରୁ ଥାନାରେ ଏତଲା କରାଯାଇନାହିଁ କି ପୁଲିସ କାହାକୁ ଅଟକ ରଖିନାହିଁ। ଏକ ପର୍ଯ୍ୟଟନସ୍ଥଳରେ ପୁଲିସ ଆଗରେ ଉନ୍ମତ୍ତ ଯୁବକମାନଙ୍କ ଏଭଳି କାଣ୍ଡକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜଧାନୀର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହେଲାଣି ବୋଲି ଅଭିଯୋଗ ହୋଇଛି।   

Supreme Court questions: ବୁଲାକୁକୁରପ୍ରେମୀଙ୍କ ଆବେଦନ ଉପରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: କୁକୁଡ଼ା, ଛେଳିଙ୍କର ଜୀବନ ନାହିଁ କି?

ଆଜି ଜୟଦେବ ବାଟିକାରେ କିଛି ଯୁବକ ବଣଭୋଜି କରୁଥିଲେ। ସନ୍ଧ୍ୟା ପୂର୍ବରୁ ଭୋଜି ସାରି ସେମାନେ ବାହାରକୁ ଆସି ଏକ ଦୋକାନ ଆଗରେ ଏକାଠି ହୋଇଥିଲେ। ଖବର ଅନୁସାରେ ରାଜନୈତିକ କାରଣକୁ ନେଇ ଭୋଜି କରିବାକୁ ଆସିଥିବା ଯୁବକମାନଙ୍କର ଉକ୍ତ ଦୋକାନୀଙ୍କ ସହିତ ବିବାଦ ଥିଲା। ତେଣୁ ଦୋକାନୀଙ୍କୁ ଟାର୍ଗେଟ୍‌ କରି ସେମାନେ ଏକାଠି ହୋଇଥିଲେ ଏବଂ ହଠାତ୍ ଦୋକାନକୁ ଭଙ୍ଗାରୁଜା କରିଥିଲେ। ଦୋକାନୀଜଣକ ଫୋନ୍‌ କରି ସାଙ୍ଗମାନଙ୍କୁ ଡକାଇଥିଲେ। ମାତ୍ର କେଇ ମିନିଟ୍‌ ଭିତରେ ୩୦ରୁ ଅଧିକ ଯୁବକ ସେଠାରେ ପହଞ୍ଚି ଯାଇଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ଗୋଷ୍ଠୀ ସଂଘର୍ଷ। ଗଣ୍ଡଗୋଳକାରୀମାନେ ରାସ୍ତାରୁ ଯାହା ପାଇଲେ, ଉଠାଇ ପିଟାପିଟି ହେଲେ। ଏତେ ସଂଖ୍ୟାରେ ଯୁବକମାନେ ଗୋଡ଼ାଗୋଡ଼ି ହେବା ଓ ପିଟାପିଟି ହେବାରୁ ଖଣ୍ଡଗିରିକୁ ଆସିଥିବା ଶହଶହ ପର୍ଯ୍ୟଟକଙ୍କ ଭିତରେ ଆତଙ୍କ ‌ଖେଳି ଯାଇଥିଲା। ଏମିତିକି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଖଣ୍ଡଗିରି ଓ ଭରତପୁର ଥାନାରୁ ୫ଟି ପିସିଆର୍‌ ପହଞ୍ଚିବା ପରେ ବି ଗଣ୍ଡଗୋଳରେ ସମ୍ପୃକ୍ତ ଯୁବକମାନେ ମାନି ନଥିଲେ। ଏହାପରେ ପୁଲିସ ସେମାନଙ୍କୁ ଲାଠି ଧରି ଗୋଡ଼ାଇବାରୁ ସେମାନେ ପଛଘୁଞ୍ଚା ଦେଇଥିଲେ।

Health: ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ  ନିଯୁକ୍ତି ହେଲେ ୪

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe