BMC: ହଟିବ ବକେୟା ରଖିଥିବା ଏଜେନ୍ସିଙ୍କ ହୋର୍ଡିଂ: ବାକି ପଡ଼ିଛି ୧୫ କୋଟିରୁ ଅଧିକ ଟଙ୍କା

Advertisment

ବିଜ୍ଞାପନ ହୋର୍ଡିଂ ଲଗାଉଥିବା ଏଜେନ୍ସିମାନେ ୧୫ କୋଟିରୁ ଅଧିକ ଟଙ୍କା ବାକି ରଖିଛନ୍ତି। ନୋଟିସ୍ ପରେ ବି ଶୁଣୁନାହାନ୍ତି। ଯେଉଁଠି ଆର୍ଥିକ ଅଚଳାବସ୍ଥା ଭିତରେ ଉନ୍ନୟନ କାର୍ଯ୍ୟ ଅଟକି ଯାଉଛି, ସେଠାରେ ଏହି ଏଜେନ୍ସିମାନଙ୍କୁ କାହିଁକି ଦରଦ ଦେଖାଯାଉଛି ବୋଲି କର୍ପୋରେଟର୍‌ମାନେ....

ବିଜ୍ଞାପନ ହୋର୍ଡିଂ ଲଗାଉଥିବା ଏଜେନ୍ସିମାନେ ୧୫ କୋଟିରୁ ଅଧିକ ଟଙ୍କା ବାକି ରଖିଛନ୍ତି। ନୋଟିସ୍ ପରେ ବି ଶୁଣୁନାହାନ୍ତି। ଯେଉଁଠି ଆର୍ଥିକ ଅଚଳାବସ୍ଥା ଭିତରେ ଉନ୍ନୟନ କାର୍ଯ୍ୟ ଅଟକି ଯାଉଛି, ସେଠାରେ ଏହି ଏଜେନ୍ସିମାନଙ୍କୁ କାହିଁକି ଦରଦ ଦେଖାଯାଉଛି ବୋଲି କର୍ପୋରେଟର୍‌ମାନେ....

hsffhshf

ଭୁବନେଶ୍ୱର: ବିଜ୍ଞାପନ ହୋର୍ଡିଂ ଲଗାଉଥିବା ଏଜେନ୍ସିମାନେ ୧୫ କୋଟିରୁ ଅଧିକ ଟଙ୍କା ବାକି ରଖିଛନ୍ତି। ନୋଟିସ୍ ପରେ ବି ଶୁଣୁନାହାନ୍ତି। ଯେଉଁଠି ଆର୍ଥିକ ଅଚଳାବସ୍ଥା ଭିତରେ ଉନ୍ନୟନ କାର୍ଯ୍ୟ ଅଟକି ଯାଉଛି, ସେଠାରେ ଏହି ଏଜେନ୍ସିମାନଙ୍କୁ କାହିଁକି ଦରଦ ଦେଖାଯାଉଛି ବୋଲି କର୍ପୋରେଟର୍‌ମାନେ ଅଭିଯୋଗ ଆଣିବା ସହ କଡ଼ା ଆଭିମୁଖ୍ୟ ପୋଷଣ କରିବାକୁ ମତ ଦେଇଥିଲେ। ଏଣୁ ଯେଉଁ ଏଜେନ୍ସିମାନେ ହୋର୍ଡିଂ ଟଙ୍କା ବାକି ରଖିଛନ୍ତି, ସେମାନଙ୍କ ହୋର୍ଡିଂ ହଟାଇବାକୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ନିଷ୍ପତ୍ତି ନେଇଛି। ଜାନୁଆରି ୨ରୁ ଏହି ଅଭିଯାନ ଆରମ୍ଭ ହେବ।
ଅପରପକ୍ଷେ ପୂର୍ବରୁ ଜନପଥ ହୋର୍ଡିଂ ଟିକସ ଭୁବନେଶ୍ବର ସ୍ମାର୍ଟ ସିଟି ଆଦାୟ କରୁଥିଲା ଓ ଏହା ସ୍ମାର୍ଟ ସିଟି ଖାତାକୁ ଯାଉଥିଲା। ଏବେ ବିଏମ୍‌ସି ଏହି ଟିକସ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଦୟା ୱେଷ୍ଟ କେନାଲ୍ ପୁନରୁଦ୍ଧାର, ଟିଟିଏସ୍, ବାୟୋ ମାଇନିଂ ସହ ଅନେକ ବଡ଼ ବଡ଼ ପ୍ରକଳ୍ପ କାମ ଚଳିତ ବର୍ଷ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ସମସ୍ତ ଶୌଚାଳୟର ପରିଚାଳନା ତ୍ରୁଟିଶୂନ୍ୟ କରିବା ସହ ନବୀକରଣ କରାଯିବ। ୫ହଜାର ବର୍ଗଫୁଟରୁ ଅଧିକ ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଏନ୍ଓସି ଦେବା ପୂର୍ବରୁ ପ୍ଲାନିଂ ଷ୍ଟାଣ୍ଡିଂ କମିଟିକୁ ଅବଗତ କରାଯିବ। ନିୟମ ଉଲ୍ଲଘଂନ କରି ବହୁତଳ ଆପାର୍ଟମେଣ୍ଟ ନିର୍ମାଣ କଲେ, ଜରିମାନା ଆଦାୟ ହେବ ଓ ଆବଶ୍ୟକ ସ୍ଥଳେ ଏହାକୁ ସିଲ୍ କରାଯିବ। ବିଏମ୍‌ସି ମାର୍କେଟ୍‌କୁ ଛାଡ଼ି ଅନ୍ୟ ମାର୍କେଟ୍‌ର ସମସ୍ତ ବ୍ୟବସାୟୀଙ୍କଠାରୁ ୟୁଜର୍ସ ଫି ଆଦାୟ କରାଯିବ। 
ବିଏମ୍‌ସିର ୩୭ତମ ସାଧାରଣ ପରିଷଦ ବୈଠକ ଆଜି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି।

Zero Night Celebration: ସବୁ ଗଡ଼ବଡ଼ କରିଦେଲା ଗୁରୁବାର… ନୂଆବର୍ଷ ଭୋଜି ଫିକାଫିକା, ଜିରୋ ନାଇଟ୍ ସେଲିବ୍ରେସନରେ ଆମିଷ ମାଡ଼

ଏଥିରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ଚଞ୍ଚଳ ରାଣା, ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ଅତିରିକ୍ତ କମିସନର ରତ୍ନାକର ସାହୁ, ଅତିରିକ୍ତ କମିସନର୍ କୈଳାସ ଚନ୍ଦ୍ର ଦାସ, ଅତିରିକ୍ତ କମିସନର୍ ସସ୍ମିତା ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା ମଞ୍ଚାସୀନ ଥିଲେ। ମେୟର ଶ୍ରୀମତୀ ଦାସ କହିଥିଲେ, ନୂଆବର୍ଷରେ ଅନେକ କାର୍ଯ୍ୟ କରିବାର ଅଛି। ସଂପ୍ରତି ଆଉ ୨୪ଟି ଵାର୍ଡରେ ଵାର୍ଡ ଅଫିସ ହୋଇ ନଥିବା ଓ ଏହି କାମ କିଭଳି ହେବ, ଗୁରୁତ୍ବାରୋପ କରିଥିଲେ। ବର୍ଷା ଦିନ ପୂର୍ବରୁ ରାସ୍ତାଘାଟ ମରାମତି ଓ ନୂତନ ରାସ୍ତା ନିର୍ମାଣ କାମ ଶେଷ କରିବାକୁ କହିଥିଲେ। ବୃକ୍ଷରୋପଣକୁ ବ୍ୟାପକ କରିବା ସହ ଏହାର ସ୍ଥିତି ଯାଞ୍ଚ କରିବାକୁ କହିଥିଲେ। ଯେଉଁ ସବୁ କାମ କରିବାକୁ କର୍ପୋରେସନ୍ ନିଷ୍ପତ୍ତି ନେଇ ସାରିଛି, ତାହାର କାର୍ଯ୍ୟାଦେଶ ଜାନୁଆରି ୧୫ ସୁଦ୍ଧା ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କମିସନର ଶ୍ରୀ ରାଣା ଦେଶର ସ୍ୱଚ୍ଛ ସହର ତାଲିକାର ବିଏମ୍‌ସିକୁ ପ୍ରଥମ ତିନି ଶ୍ରେଷ୍ଠ ସହର ଭିତରେ ସ୍ଥାନିତ କରିବାକୁ କର୍ପୋରେଟରଙ୍କ ସହଯୋଗ କାମନା କରିଥିଲେ। ବିଏମ୍‌ସିର ରାଜସ୍ୱ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜସ୍ୱ ବୃଦ୍ଧି ଯେଉଁ ପରିମାଣରେ ହେବ, ସେହି ପରିମାଣରେ ୫ମ ଅର୍ଥ କମିସନ ଅର୍ଥ ବରାଦ କରିବେ ବୋଲି କହିଥିଲେ।

ବାକି ପଡ଼ିଛି ୧୫ କୋଟିରୁ ଅଧିକ ଟଙ୍କା 
ବିଏମ୍‌ସି ଆଦାୟ କରିବ ଜନପଥ ହୋର୍ଡିଂ ଟିକସ 
ନୂଆ କାମର କାର୍ଯ୍ୟାଦେଶ ଜାନୁଆରି ୧୫ ସୁଦ୍ଧା ଦେବାକୁ ନିର୍ଦ୍ଦେଶ

କର୍ପୋରେଟର ଓ ଉପବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। କିନ୍ତୁ ଆଜି ବି ପ୍ରଶ୍ନକାଳରେ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ହୋଇନପାରିବାରୁ କର୍ପୋରେଟର୍‌ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଉଠାଦୋକାନୀଙ୍କୁ ବସଉଠ କରିଛନ୍ତି ଜୋନାଲ୍ କମିସନର୍ ଉଠାଦୋକାନୀଙ୍କୁ ରାସ୍ତାରେ ହଟାଇଲେ। ପରେ ତାଙ୍କୁ କାର୍ଯ୍ୟାଳୟକୁ ଡାକି ବସ୍‌ଉଠ ବି କରାଇଛନ୍ତି ଦକ୍ଷିଣ-ପୂର୍ବ ଜୋନାଲ୍ ଡେପୁଟି କମିସନର୍। ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ୪୦ ନମ୍ବର ୱାର୍ଡ କର୍ପୋରେଟର୍ ଆସିଆ ବେଗମ୍। କର୍ପୋରେଟର୍‌ ବେଗମ୍ ଆଜି କର୍ପୋରେସନ୍‌ ବୈଠକରେ ଅଭିଯୋଗ କରିଥିଲେ ଯେ ଦକ୍ଷିଣ-ପୂର୍ବ ଜୋନାଲ୍ ଡେପୁଟି କମିସନର୍ ଲୋକଙ୍କ ଅଯଥାରେ ହଇରାଣ କରୁଛନ୍ତି। କିଛିଦିନ ତଳେ ଜଣେ ଉଠାଦୋକାନୀଙ୍କୁ ଉଚ୍ଛେଦ ପରେ ତାଙ୍କ ଆସବାବ କାର୍ଯ୍ୟାଳୟକୁ ନେଇ ଆସିଲେ। ଏହି ଉଠାଦୋକାନୀ ତାଙ୍କୁ ଛାଡ଼ିଦେବାକୁ ଗୁହାରି ହେବାକୁ ଯିବାବେଳେ ତାଙ୍କୁ କାର୍ଯ୍ୟାଳୟରେ ବସ୍‌ଉଠ କରାଯାଇଛି। ଏହି ଦୋକାନୀ କାନ୍ଦି କାନ୍ଦି ଆସି ଆମ ଆଗରେ ଦୁଃଖ କହୁଛନ୍ତି। ନିରୀହ ଲୋକଙ୍କୁ ଏଭଳି ହଇରାଣ ବନ୍ଦ କରାଯାଉ ବୋଲି କର୍ପୋରେଟର୍‌ ବେଗମ୍ ଦାବି କରିଛନ୍ତି।

New Year: ନୂଆବର୍ଷକୁ ଚାରିଆଡ଼େ ସ୍ବାଗତ, ଜଗା ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭିଡ଼

୬୭ଟି ୱାର୍ଡ ପାଇଁ ନାହାଁନ୍ତି ଆବଶ୍ୟକ ଟ୍ୟାକ୍ସ କଲେକ୍ଟର ବିଏମ୍‌ସିର ୬୭ଟି ୱାର୍ଡ ପାଇଁ ୬୭ଜଣ ଟ୍ୟାକ୍ସ କଲେକ୍ଟର ରହିବା କଥା। କିନ୍ତୁ ଅଧା ଟ୍ୟାକ୍ସ କଲେକ୍ଟରରେ କାମ ହେଉଛି। ଆବଶ୍ୟକ କର୍ମଚାରୀ ନଥିବାରୁ ଜଣେ ଜଣେ ଵାର୍ଡ ଅଫିସର ଏକାଧିକ ଵାର୍ଡରୁ ଟ୍ୟାକ୍ସ କଲେକ୍ସନ କରୁଛନ୍ତି। ଫଳରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ୪୪ ନମ୍ବର କର୍ପୋରେଟର୍ ଅଜିତ କୁମାର ବେହେରା ଓ ଅନ୍ୟ କର୍ପୋରେଟର୍‌ମାନେ ଅଭିଯୋଗ କରିଥିଲେ। ଏଣୁ ଆଗକୁ ଟିକସ ଆଦାୟକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ୟାକ୍ସ କଲେକ୍ଟର ପଦବି ପୂରଣ ପାଇଁ ସରକାରଙ୍କୁ ପତ୍ର ଲେଖାଯିବ। ରାଜ୍ୟ ସରକାର ଚାହିଁଲେ, ଟ୍ୟାକ୍ସ କଲେକ୍ଟର ନିଯୁକ୍ତି କରିପାରିବେ ବୋଲି କମିସନର୍ ଚଞ୍ଚଳ ରାଣା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe