Tourist: କେତେ ସୁରକ୍ଷିତ ଆମ ପର୍ଯ୍ୟଟନସ୍ଥଳୀ? ବୁଲିବାକୁ ଗଲେ ଡର ଲାଗୁଛି

Advertisment

୨୦୨୪ ସେପ୍ଟେମ୍ବରରେ ଖଣ୍ଡଗିରି-ଉଦୟଗିରି ପାହାଡ଼ରେ ଯୁବତୀଙ୍କୁ ଅସଦାଚରଣ। ୨୦୨୫ ନଭେମ୍ବରରେ ଶିଖରଚଣ୍ତୀ ପାହାଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ। ଗତକାଲି ଧଉଳି ପାହାଡ଼ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ।

୨୦୨୪ ସେପ୍ଟେମ୍ବରରେ ଖଣ୍ଡଗିରି-ଉଦୟଗିରି ପାହାଡ଼ରେ ଯୁବତୀଙ୍କୁ ଅସଦାଚରଣ। ୨୦୨୫ ନଭେମ୍ବରରେ ଶିଖରଚଣ୍ତୀ ପାହାଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ। ଗତକାଲି ଧଉଳି ପାହାଡ଼ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ।

dgadgcvzcv

ଭୁବନେଶ୍ବର: ୨୦୨୪ ସେପ୍ଟେମ୍ବରରେ ଖଣ୍ଡଗିରି-ଉଦୟଗିରି ପାହାଡ଼ରେ ଯୁବତୀଙ୍କୁ ଅସଦାଚରଣ। ୨୦୨୫ ନଭେମ୍ବରରେ ଶିଖରଚଣ୍ତୀ ପାହାଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ। ଗତକାଲି ଧଉଳି ପାହାଡ଼ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ। ବର୍ଷକ ମଧ୍ୟରେ ପ୍ରଶାସନର ନାକ ତଳେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଏଭଳି ଅସୁରକ୍ଷିତ ହୋଇପଡ଼ିଛନ୍ତି ପର୍ଯ୍ୟଟକ। ତାଲିକା ଲମ୍ବାଇଲେ ଗୋପାଳପୁର ବେଳାଭୂମି, ପୁରୀ ବାଲିହରଚଣ୍ଡୀ ବିଚ୍‌ର ଲୋମଟାଙ୍କୁରା ଘଟଣା ବି ନଜରକୁ ଆସୁଛି। ଏବେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଗହଳି ଚହଳି ଆରମ୍ଭ ହୋଇଥିବାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ସକାଳ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକ ଭୋଜିଭାତରେ ମାତି ଯାଉଛନ୍ତି। ତା’ଭିତରେ ଦୁର୍ବୃତ୍ତଙ୍କ ଉତ୍ପାତରେ ଏବେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଲାଣି।

Mining Safety : ଜାମଖାନୀ କୋଇଲା ଖଣିରେ ଖଣି ସୁରକ୍ଷା ପକ୍ଷ ଆୟୋଜିତ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଲୋକସେବା‌ଭବନଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଧଉଳି ପର୍ଯ୍ୟଟନସ୍ଥଳୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସର ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି। ସତରେ କ’ଣ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ ହୋଇପଡ଼ିଛି। ପର୍ଯ୍ୟଟକମାନେ ଏଠାରେ ନିବିଘ୍ନରେ ବୁଲିପାରିବେ ନାହିଁ।  ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶା ଅସୁରକ୍ଷିତ ବୋଲି ଆମେରିକା ସରକାର ସେଠାକାର ନାଗରିକଙ୍କୁ ଯେଉଁଭଳି ସତର୍କ କରିଥିଲା ତାହା ଏବେ ଧୀରେ ଧୀରେ ପ୍ରମାଣିତ ହେଉଥିବା ନଜରକୁ ଆସୁଛି। ପର୍ଯ୍ୟଟନସ୍ଥଳୀରେ ଗୋଟିଏ ପରେ ଗୋଟିଏ ଅଘଟଣ ଏବେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଆହ୍ବାନ ସୃଷ୍ଟି କରିଛି।
ଚିନ୍ତାର ବିଷୟ ହେଉଛି ଯେ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକ ନିକଟରେ ହିଁ ଥାନା ରହିଛି। ତା’ସତ୍ତ୍ବେ ମଧ୍ୟ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ପୁଲିସ ବିଫଳ ହୋଇଛି। ଗତକାଲି ଯେଉଁ ସ୍ଥାନରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଗଲା ତାହାର ଠିକ୍‌ଗୋଟିଏ କିଲୋମିଟର ଦୂରରେ ହିଁ ଧଉଳି ଥାନା ରହିଛି।

ରାଜଧାନୀରେ ପୁଲିସକୁ ଅପରାଧୀଙ୍କ ଚାଲେଞ୍ଜ
ପର୍ଯ୍ୟଟନସ୍ଥଳୀରେ ପିସିଆର୍‌ ପଇଁତରା ଢିଲା

ପର୍ଯ୍ୟଟନସ୍ଥଳୀକୁ ନଜରରେ ରଖି ଏଠାରେ ଥାନା ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ମାଳମାଳ ପୁଲିସ କର୍ମଚାରୀ ରହିଥିଲେ ମଧ୍ୟ ପାଟ୍ରୋଲିଂ ଏକପ୍ରକାର ଠପ୍‌ହୋଇଯାଇଛି। କାଁ ଭାଁ ସମୟରେ ପିସିଆର୍‌ଭ୍ୟାନ୍‌ ପାହାଡ଼ ଉପରକୁ ଚଢ଼ୁଛି। ନଈପଠାକୁ କେତେବେଳେ କେମିତି ଯାଉଛି। ସକାଳୁ ରାତି ପର୍ଯ୍ୟନ୍ତ ପାହାଡ଼ ପାଦଦେଶ ଅସାମାଜିକଙ୍କ ଚରାଭୂଇଁ ପାଲଟିଥିଲେ ମଧ୍ୟ ସମସ୍ତେ ସବୁ ଦେଖି ଚୁପ୍‌। ଯୁବକମାନେ ଖୁଲମ୍‌ଖୁଲା ମଦ୍ୟପାନ ସହ ବିଭିନ୍ନ ପ୍ରକାର ନିଶା ସେବନ କରୁଥିଲେ ମଧ୍ୟ ପୁଲିସର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏମିତିକି କିଛି ଅସାମାଜିକ ପୁଲିସ ସହ ସଲାସୁତରା କରି ଆଡ଼ା ଜମାଉଥିବା ମଧ୍ୟ ଅଭିଯୋଗ ହୋଇଛି।

Mandei: ମଣ୍ଡେଇ ଲୋକ ମହୋତ୍ସବ ଉଦ୍‌ଯାପିତ, ଲୋକନୃତ୍ୟରେ ଝୁମିଲେ ଦର୍ଶକ

ଲୋକସେବା ଭବନଠାରୁ ମାତ୍ର ୫ କିମି ଭିତରେ ଥିବା ଖଣ୍ଡଗିରି-ଉଦୟଗିରି ଓ ଜୟଦେବ ବାଟିକା କଥା ନ କହିବା ଭଲ। ୨୦୨୪ରେ ଖଣ୍ଡଗିରି-ଉଦୟଗିରି ପାହାଡ଼ରେ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ତା’ପରେ ବି ସୁରକ୍ଷା ବୃଦ୍ଧି ହୋଇନାହିଁ। ଥାନା ନିକଟରେ ଥିବାରୁ ଅପରାଧୀଙ୍କ ଟିକିଏ ଭୟ ରହୁଛି। ତଥାପି ପାହାଡ଼ ଉପରେ ନିଛାଟିଆ ଅଞ୍ଚଳ ହୋଇଥିବାରୁ ଅସାମାଜିକଙ୍କ ଆଡ଼ା ଜମୁଛି। ସେଥିରେ କୌଣସି ପ୍ରକାର ରୋକ ଲଗାଯାଇପାରି ନାହିଁ। ପର୍ଯ୍ୟଟନ ଋତୁ ହୋଇଥିବାରୁ ଜୟଦେବ ବାଟିକାରେ ଦୈନିକ ହଜାର ହଜାର ଲୋକଙ୍କ ଭିଡ଼ ହେଉଛି। ‌ହେଲେ ସେଠାରେ ପୁଲିସ ପଇଁତରା ନାହିଁ। ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ଯେ‌ଉଁ କେତେଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ସେମାନଙ୍କୁ ନେଇ ଏତେ ବଡ଼ ପର୍ଯ୍ୟଟନସ୍ଥଳୀ ଚାଲିଛି।

ନଭେମ୍ବର ପ୍ରଥମ ସପ୍ତାହରେ ଶିଖରଚଣ୍ଡୀ ପାହାଡ଼ ତଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ ହୋଇଥିଲା। ପାହାଡ଼ ପାଦଦେଶଠାରୁ ମାତ୍ର ଅଧ କିମି ଦୂରରେ ଥାନା ରହିଥିଲେ ମଧ୍ୟ ପୁଲିସ ଅପରାଧୀଙ୍କ ଟେର୍‌ପାଇ ନଥିବାରୁ ଅଭିଯୋଗକାରିଣୀ ଏସିପିଙ୍କ ଦ୍ବାରସ୍ଥ ହୋଇଥିଲେ। ଗୋପାଳପୁର ଘଟଣା ପରେ ସବୁ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଇତିମଧ୍ୟରେ ଅଧା ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିପାରି ନାହିଁ। ଅପରାଧୀମାନେ ବେଧଡ଼କ ଭାବେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଚାଲିଛନ୍ତି। ଏହାଦ୍ବାରା କେବଳ ଯେ ଓଡ଼ିଶା ବଦନାମ ହେଉଛି ତାହା ନୁହେଁ, ବରଂ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ବହୁ ପରିମାଣରେ ପ୍ରଭାବିତ ହେଉଥିବା ନେଇ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe