ଜଟଣୀ: ଜଟଣୀ ସହରର ସବୁଆଡ଼େ ଛାଇଯାଇଛି ପୋଷ୍ଟର, ହୋର୍ଡିଂ ଓ ବ୍ୟାନର୍। ବିଭିନ୍ନ ଦଳର ନେତା ଓ କର୍ମୀଙ୍କଠାରୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ, କୋଚିଂସେଣ୍ଟର, ସୁନାଦୋକାନ ଆଦିର ବ୍ୟାନର୍ ବଜାର ସହ ଜଟଣୀ ମୁଖ୍ୟ ରାସ୍ତାରେ ପୌରପାଳିକାର ବିନା ଅନୁମତିରେ ଲଗାଯାଇଛି। ଆଉ ଏଥିରୁ ବାଦ୍ ପଡ଼ିନି ବିଦ୍ୟୁତ୍ଖୁଣ୍ଟ। ବେଆଇନ ଭାବେ ଶହଶହ ବିଦ୍ୟୁତ୍ଖୁଣ୍ଟିରେ ପୋଷ୍ଟର, ହୋର୍ଡିଂ ଆଦି ଲାଗିଛି। ପୌରପାଳିକା କର୍ମଚାରୀଙ୍କୁ ହାତ କରି ଏଭଳି ବିଜ୍ଞାପନ ଲଗାଯାଉଥିବା ଅଭିଯୋଗ ହୋଇଛି। ତେବେ ନିକଟରେ ନୂଆ ବର୍ଷ ପାଇଁ ଏଭଳି ହୋର୍ଡିଂ ଲଗାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୌରପାଳିକା ପକ୍ଷରୁ କଢ଼ା ଯାଉନାହିଁ। ଅନ୍ୟପଟେ କିଛି କିଛି ସ୍ଥାନରେ ଗଛରେ କଣ୍ଟା ପିଟି ବିଜ୍ଞାପନ ହୋର୍ଡିଂ ଲଗାଯାଇଥିବା ଦେଖିବାକୁ ମିଳିଛି। ଏହି ହୋର୍ଡିଂ ପାଇଁ ସହରର ସୋନ୍ଦର୍ଯ୍ୟ ନଷ୍ଟ ହେଉଛି।
Bhadrak Park: ଅଲୋଡ଼ା ଅମୃତ ପାର୍କ
ପୌରପାଳିକା ବିନା ଅନୁମତିରେ ସହରର କୌଣସି ସ୍ଥାନରେ ପୋଷ୍ଟର, ହୋର୍ଡିଂ କିମ୍ବା ବ୍ୟାନର୍ ଆଦି ଲଗାଇବା ବେଆଇନ। ବିଜ୍ଞାପନ ଲଗାଇବା ପାଇଁ ପୌରପାଳିକାର ଅନୁମତି ଦରକାର ଏବଂ ଏଥିପାଇଁ ପୌରସଂସ୍ଥାକୁ ନିର୍ଦ୍ଧାରିତ ଦରରେ ଟଙ୍କା ଦେବାକୁ ପଡ଼ିଥାଏ। ହେଲେ ଜଟଣୀ ପୌରପାଳିକାକୁ ବେଖାତିର କରି ସହର ସାରା ବେଆଇନ ଭାବେ ଏସବୁ ଲାଗିଛି। ଅନ୍ୟପଟେ ନେତା ଓ କର୍ମୀଙ୍କ ବ୍ୟାନର୍ଗୁଡ଼ିକ ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସେମାନଙ୍କ ବ୍ୟାନର୍ କାଢ଼ିବାକୁ ପୌରପାଳିକା ଡରୁଛି। ହୋର୍ଡିଂ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିଲେ ମଧ୍ୟ ପୌରପାଳିକା ସେଗୁଡ଼ିକୁ ହଟାଉନି କି ଜୋରିମାନା ଆଦାୟ କରୁନାହିଁ। ସବୁଠୁ ବଡ଼ କଥା ହେଉଛି ଅନେକ ସମୟରେ ରାସ୍ତାରେ ଯାତାୟାତ କରୁଥିବା ଲୋକ ହୋର୍ଡିଂକୁ ଦେଖି ଅନ୍ୟମନସ୍କ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି।
ସେହିପରି ନିୟମ ଅନୁସାରେ ଗଛରେ କୌଣସି ପୋଷ୍ଟର, ହୋର୍ଡିଂ ଆଦି ମାରିବା ସଂପୂର୍ଣ୍ଣ ନିଷେଧ ରହିଛି। ହେଲେ କିଛି ବେସରକାରୀ ଅନୁଷ୍ଠାନ ନିୟମ ନ ମାନି ବିଭିନ୍ନ ଗଛରେ କଣ୍ଟା ପିଟି ଏହାକୁ ମାରିଛନ୍ତି। ଅନ୍ୟପଟେ ଗତବର୍ଷ ଏପ୍ରିଲ ମାସରୁ ଚଳିତ ବର୍ଷ ଜାନୁଆରି ମାସ ମଧ୍ୟରେ ହୋର୍ଡିଂ ମାରିବା ବାବଦକୁ ପୌରପାଳିକା ୧ଲକ୍ଷ ୮୮ହଜାର ଟଙ୍କା ଆଦାୟ କରିଛି। ଆଉ ବେଆଇନ ଭାବେ ହୋର୍ଡିଂ ମାରିବା ଘଟଣାରେ ମାତ୍ର ୫ହଜାର ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। ତେବେ ସାମାନ୍ୟ କିଛି ସ୍ଥାନରେ ଅନୁମତି ନେଇ ହୋର୍ଡିଂ ଲଗାଯାଇଥିବା ବେଳେ ସହରର ୯୦ ପ୍ରତିଶତ ସ୍ଥାନରେ ବେଆଇନ ହୋର୍ଡିଂ ମରାଯାଇଥିବା ଜଣାପଡ଼ିଛି। ତେଣୁ ଏଭଳି ସ୍ଥିତିରେ ପୌରପାଳିକା ସବୁ ଦେଖି ଚୁପ୍ ବସିଥିବା ବେଳେ ରାଜସ୍ବ କ୍ଷତି ହେଉଥିବା ଅଭିଯୋଗ ହୋଇଛି।
Australian Open: ଅଷ୍ଟ୍ରେଲିଆନ୍ ଓପନ୍: ଚତୁର୍ଥ ରାଉଣ୍ଡ୍ରେ ସିନ୍ନର, ଜୋକୋଭିକ୍
ପରିବେଶବିତ୍ ବିପିନ ସ୍ୱାଇଁ କହିଛନ୍ତି ଯେ, ଗଛରେ କଣ୍ଟା ପିଟି ବ୍ୟାନର ଲଗାଯିବା ଉଚିତ ନୁହେଁ। ପୌରପାଳିକାର ନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା କହିଛନ୍ତି ଯେ, ସହରରେ ଯେକୌଣସି ସ୍ଥାନରେ ହୋର୍ଡିଂ ମାରିବାକୁ ହେଲେ ଅନୁମତି ନେବାକୁ ପଡ଼ିବ। ହେଲେ ବେଆଇନ ଭାବେ ଯେଉଁଠି ଲଗାଯାଇଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଜରିମାନା ଆଦାୟ କରାଯିବ।
Follow Us