ଧଉଳି: ଧଉଳି ଥାନା ଅଞ୍ଚଳରେ ମାତିଥିବା ଏକ ୪ଜଣିଆ ସିନ୍ଧିଚୋର ଗ୍ୟାଙ୍ଗ୍ ଧରାପଡ଼ିଛି। ଆଜି ଧଉଳି ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ଏହି ସିନ୍ଧିଚୋରମାନେ ହେଲେ ସହିଦନଗର ଶାନ୍ତିପଲ୍ଲୀବସ୍ତିର ସୂର୍ଯ୍ୟ ପ୍ରକାଶ ସ୍ୱାଇଁ ଓରଫ ଲିପୁନ(୨୫), ରାକା ସେଠୀ(୨୦), ଲକ୍ଷ୍ମୀସାଗର ଥାନା ଝାରପଡ଼ା କେନାଲରୋଡ୍ ଅଞ୍ଚଳର ଆଦିତ୍ୟ ନାରାୟଣ ଓରଫ ସୂରଜ ଶର୍ମା ଓରଫ ବିହାରୀ (୩୩) ଓ ଗୁଣପଲି ବୈରାଗୀ ଓରଫ ଭୈରବ(୨୦)। ଜାମିନ ଖାରଜ ହୋଇଯିବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
You'll fly around: ଦୋଳବିମାନରେ ବୁଲିବେ, ଫଗୁ ଲାଗି ହେବେ
ନଖାଉରପାଟଣା କଳିଙ୍ଗ ଅଶୋକ ସିଟି ଅଞ୍ଚଳର ତାପସ ରଞ୍ଜନ ସ୍ୱାଇଁଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଥିଲା। ଗତ ୧୭ ତାରିଖ ରାତି ପ୍ରାୟ ୩ଟା ସମୟରେ ଦୁର୍ବୃତ୍ତମାନେ ତାପସଙ୍କ ଘରର ଝରକା ତାଡ଼ି ଭିତରେ ପଶିବା ପରେ ଆଲ୍ମିରା ଭାଙ୍ଗି କିଛି ନଗଦ ଟଙ୍କା, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର, ମୋବାଇଲ୍ ଫୋନ୍, ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ଚୋରି କରି ନେଇଥିଲେ। ପୁଲିସ ତଦନ୍ତ ଚଳାଇଥିବା ବେଳେ ରାତ୍ରିକାଳୀନ ପାଟ୍ରୋଲିଂ ଟିମ୍ ବିଶ୍ବସ୍ତସୂତ୍ରର ସୂଚନା ଆଧାରରେ ଉପରୋକ୍ତ ଚାରିଜଣଙ୍କୁ ଅଟକ ରଖିଥିଲା। ମାରାଥନ୍ ଜେରା ପରେ ସେମାନେ ତାପସଙ୍କ ଘରୁ ଚୋରି କରିଥିବା ସ୍ୱୀକାର କରିଥିଲେ ଏବଂ ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରାଯାଇଥିଲା। ପୁଲିସ ସୂଚନାନୁସାରେ ଲିପୁନ ଜଣେ ଅଭ୍ୟାସଗତ ଅପରାଧୀ। ତା’ ନାଁରେ ଧଉଳି, ସଦର କଟକ, କୁଆଖିଆ, ଏୟାରପୋର୍ଟ, ଏୟାରଫିଲ୍ଡ, ସହିଦନଗର, ଭରତପୁର ଏବଂ ଖାରବେଳନଗର ଥାନାରେ ସିନ୍ଧିଚୋରି, ଚୋରି, ଛିନ୍ତାଇ ଓ ଡକାୟତି ଭଳି ୧୩ଟି ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/26/untitled-19-2026-02-26-08-04-13.jpg)